ମିରଟ: ନିଜ ହିନ୍ଦୁତ୍ବ ମନୋଭାବ ପାଇଁ ଚର୍ଚ୍ଚିତ ଥିବା ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ପୁଣିଥରେ ବିବାଦରେ ଫସିଛନ୍ତି । ଅଲ୍ଲୀ-ବଜରଙ୍ଗବାଲୀ ଉପରେ ମନ୍ତବ୍ୟ ଦେଇ ବିବାଦଘେରକୁ ଆସିଛନ୍ତି ଯୋଗୀ । ଏଠାରେ ଏକ ନିର୍ବାଚନୀ ରାଲିରେ ସମ୍ବୋଧନ ଦେବା ଅବସରରେ ସେ ଏପରି କହିଛନ୍ତି ।
ଯୋଗୀ କହିଥିଲେ ଯେ ଯଦି କଂଗ୍ରେସ, ଏସପି, ବିଏସପିକୁ ଅଲ୍ଲୀରେ ବିଶ୍ବାସ ଅଛି, ତେବେ ଆମକୁ ବଜରଙ୍ଗବଲୀ ଉପରେ ବିଶ୍ବାସ ଅଛି । ଅଲ୍ଲୀ ଓ ବଜରଙ୍ଗବାଲୀ ଲଢେଇରେ ଆମର ବିଜୟ ହେବ ବୋଲି ସେ ଏହି ସଭାରେ କହିଥିଲେ । ସେଠାରେ ଉପସ୍ଥିତ ଜନତା ମଧ୍ୟ ଏହାକୁ ଖୁବ ଜୋରରେ କରତାଳି ଦେଇ ସ୍ବାଗତ କରିଥିଲେ ।