ଲକ୍ଷ୍ମୌ: ମହାମାରୀ କୋରୋନାକୁ ନେଇ ତତ୍ପର କେନ୍ଦ୍ର ସରକାର। ସଂକ୍ରମଣକୁ ରୋକିବାକୁ ଆପଣାଉଛନ୍ତି ନୂଆ ନୂଆ ପଦକ୍ଷେପ । କେବଳ କେନ୍ଦ୍ର ସରକାର ନୁହଁନ୍ତି ବିଭିନ୍ନ ରାଜ୍ୟ ସରକାର ମଧ୍ୟ କୋରୋନାର ମୁକାବିଲା କରିବା ପାଇଁ ଘନ ଘନ ବୈଠକ ମଧ୍ୟ କରୁଛନ୍ତି । ଆଉ ଏଥିରେ ଦୁଇପାଦ ଆଗରେ ରହିଛନ୍ତି ଉତ୍ତରପ୍ରଦେଶର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ।
ଅନଲକ୍ 1.0କୁ ନେଇ ଯୋଗୀଙ୍କ ବୈଠକ - ଅନଲକ୍ 1.0କୁ ନେଇ ଯୋଗୀଙ୍କ ବୈଠକ
ଅନଲକ୍ 1.0 କୁ ନେଇ ଯୋଗୀ ଆଦିତ୍ୟନାଥ କୋଭିଡ19 ପରିଚାଳନା ଦାୟିତ୍ବରେ ଥିବା ଅଧିକାରୀଙ୍କ ସହିତ ବୈଠକ । କୋରୋନା ମୁକାବିଲା ନେଇ ଅଧିକାରୀଙ୍କ ସହ ହୋଇଛି ଆଲୋଚନା ଅଧିକ ପଢନ୍ତୁ....
ଅନଲକ୍ 1.0କୁ ନେଇ ଯୋଗୀଙ୍କ ବୈଠକ
ଅନଲକ୍ 1.0 ମଧ୍ୟରେ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ କୋଭିଡ19 ପରିଚାଳନା ଦାୟିତ୍ବରେ ଥିବା ଅଧିକାରୀଙ୍କ ସହିତ ବୈଠକ କରିଥିଲେ । ରାଜ୍ୟରେ କୋରୋନାକୁ କିଭଳି ଭାବରେ ଦୃଢ ଭାବେ ମୁକାବିଲା କରାଯାଇପାରିବ ସେନେଇ ଅଧିକାରୀଙ୍କ ସହ ଆଲୋଚନା କରାଯାଇଥିଲା । ତେବେ, ଅନଲକ୍ 1.0 ମଧ୍ୟରେ ହୋଇଥିବା ବ୍ୟବସ୍ଥାର ସମୀକ୍ଷା ମଧ୍ୟ କରିଛନ୍ତି ମୁଖ୍ୟମନ୍ତ୍ରୀ । ଉତ୍ତର ପ୍ରଦେଶରେ ପଜିଟିଭଙ୍କ ସଂଖ୍ୟା ମଧ୍ୟ କିଛି କମ ନାହିଁ । 9733 ପହଞ୍ଚି ଥିବା ବେଳେ ମୃତକଙ୍କ ସଂଖ୍ୟା 257ରେ ପହଞ୍ଚିଛି ।
ସୌଜନ୍ୟ @ ANI