ଲକ୍ଷ୍ମୌ :ପୁରା ବିଶ୍ବକୁ ବ୍ୟାପିଛି କୋରୋନା ମହାମାରୀ । କାହିଁକିନା ଏହି କିଲର ଭାଇରସ ପ୍ରତିଦିନ ନେଉଛି ଶହ ଶହ ମୁଣ୍ତ । ଭାରତରେ ଆକ୍ରାନ୍ତଙ୍କ ସଂଖ୍ୟା 320922 ରହିଥିବା ବେଳେ, ମୃତକଙ୍କ ସଂଖ୍ୟା 9195 ରହିଛି । ଏନେଇ କେନ୍ଦ୍ର ସରକାର ସଂକ୍ରମଣକୁ ରୋକିବାକୁ ବିଭିନ୍ନ ପ୍ରକାର ପଦକ୍ଷେପ ଗ୍ରହଣ କରୁଛନ୍ତି । ଲକଡାଉନ ଠାରୁ ଆରମ୍ଭ କରି ସଟଡାଉନ ମଧ୍ୟ ଲାଗୁ ହୋଇଛି ।
ଉତ୍ତର ପ୍ରଦେଶରେ କୋରୋନା ସଂକ୍ରମଣକୁ ପ୍ରତିହତ କରିବା ପାଇଁ ଯୋଗୀ ସରକାର ମଧ୍ୟ ଘନ ଘନ ବୈଠକ କରୁଛନ୍ତି । କୋରୋନା ପରିସ୍ଥିତିକୁ ନେଇ 11 ଜିଲ୍ଲାରେ ନୂଆକରି ନିଯୁକ୍ତି ପାଇଥିବା ନୋଡାଲ ଅଧିକାରୀଙ୍କ ସହ ଆଲୋଚନା କରିଥିଲେ ।