ଓଡିଶା

odisha

By

Published : Jun 27, 2020, 5:25 PM IST

ETV Bharat / bharat

ୟୁପି ବୋର୍ଡ ପରୀକ୍ଷା:ଟପ୍ପରଙ୍କ ଘର ପର୍ଯ୍ୟନ୍ତ ନିର୍ମାଣ ହେବ ପକ୍କା ରାସ୍ତା

ଉତ୍ତରପ୍ରଦେଶର ବୋର୍ଡ ପରୀକ୍ଷାରେ ଶୀର୍ଷ ସ୍ଥାନ ଅଧିକାର କରିଥିବା ପରୀକ୍ଷାର୍ଥୀଙ୍କୁ ଯୋଗୀ ସରକାରଙ୍କ ବଡ ଉପହାର । ସରକାର ଟପ୍ପରଙ୍କୁ 1 ଲକ୍ଷ ଟଙ୍କା ଲେଖାଏଁ ଦେବା ସହ ଲ୍ୟାପଟପ ପ୍ରଦାନ କରିବାକୁ ଘୋଷଣା କରିଛନ୍ତି ।

ଟପ୍ପର୍ସଙ୍କ ଘର ପର୍ଯ୍ୟନ୍ତ ନିର୍ମାଣ ହେବ ପକ୍କା ରାସ୍ତା
ଟପ୍ପର୍ସଙ୍କ ଘର ପର୍ଯ୍ୟନ୍ତ ନିର୍ମାଣ ହେବ ପକ୍କା ରାସ୍ତା

ଲକ୍ଷ୍ନୌ: ଉତ୍ତରପ୍ରଦେଶର ବୋର୍ଡ ପରୀକ୍ଷାରେ ଶୀର୍ଷ ସ୍ଥାନ ଅଧିକାର କରିଥିବା ପରୀକ୍ଷାର୍ଥୀଙ୍କୁ ଯୋଗୀ ସରକାରଙ୍କ ବଡ ଉପହାର । ସରକାର ଟପର୍ସଙ୍କୁ 1 ଲକ୍ଷ ଟଙ୍କା ଲେଖାଏଁ ଦେବା ସହ ଲ୍ୟାପଟପ ପ୍ରଦାନ କରିବାକୁ ଘୋଷଣା କରିଛନ୍ତି । ଏହାସହ ଟପରଙ୍କ ଘରକୁ ଯାଉଥିବା ରାସ୍ତାର ନାମ ସେମାନଙ୍କ ନାଁ ଅନୁସାରେ ନାମକରଣ କରାଯିବ । ଯେଉଁ ଟପ୍ପର୍ସଙ୍କ ଘର ପର୍ଯ୍ୟନ୍ତ ରାସ୍ତା ନାହିଁ ସେଠାରେ ରାସ୍ତା ମଧ୍ୟ ନିର୍ମାଣ କରାଯିବ ।

ଉତ୍ତରପ୍ରଦେଶ ଉପମୁଖ୍ୟମନ୍ତ୍ରୀ କେଶବ ପ୍ରସାଦ ମୌର୍ଯ୍ୟ କହିଛନ୍ତି ଯେ ଦଶମ ଓ ଦ୍ବାଦଶ ବୋର୍ଡ ପରୀକ୍ଷାରେ ଶୀର୍ଷରେ ଥିବା ସମ୍ମାନଜନକ ପରୀକ୍ଷାର୍ଥୀଙ୍କ ଘରକୁ ପକ୍କା ରାସ୍ତା ନିର୍ମାଣ କରାଯିବ। ସେ କହିଛନ୍ତି ଯେ ସରକାର ୟୁପି ବୋର୍ଡରେ ଶୀର୍ଷରେ ଥିବା 20 ଜଣ ଛାତ୍ରଛାତ୍ରୀଙ୍କ ଘରକୁ ପକ୍କା ସଡକ ନିର୍ମାଣ କରିବେ । ୟୁପି ବୋର୍ଡ ବ୍ୟତୀତ ସିବିଏସଇ, ଆଇସିଏସଇ ଓ ଅନ୍ୟାନ୍ୟ ବୋର୍ଡର ଟପ୍ପରଙ୍କ ଘରକୁ ମଧ୍ୟ ପକ୍କା ରାସ୍ତା ମଧ୍ୟ ନିର୍ମାଣ କରାଯିବ ବୋଲି ମୌର୍ଯ୍ୟ କହିଛନ୍ତି।

ସେ କହିଛନ୍ତି, ଏମାନେ ଦେଶର ଭବିଷ୍ୟତ । ଏହାପୂର୍ବରୁ କେଶବ ପ୍ରସାଦ ମୌର୍ଯ୍ୟ ପ୍ରୟାଗରାଜରେ ଅମର ଶହୀଦ ଚନ୍ଦ୍ରଶେଖର ଆଜାଦ ସର୍କିଟ ହାଉସରେ ବୃକ୍ଷରୋପଣ କରିଥିଲେ। ସର୍କିଟ ହାଉସର ଅଡିଟୋରିୟମରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ସେ ଡିଜିଟାଲ୍ ଭାବେ 600 କୋଟି ମୂଲ୍ୟର ପ୍ରକଳ୍ପର ଉଦଘାଟନ କରିଥିଲେ ।

ABOUT THE AUTHOR

...view details