ଓଡିଶା

odisha

ETV Bharat / bharat

କାନପୁରରେ 6 ବର୍ଷର ଶିଶୁ ହତ୍ୟା ଘଟଣା: ପରିବାରକୁ 5 ଲକ୍ଷ ଦେବ ୟୁପି ସରକାର - ୟୁପି ସରକାର

ଦୁର୍ବୃତ୍ତଙ୍କ ଦ୍ବାରା ହତ୍ୟାର ଶିକାର ହୋଇଥିବା କାନପୁରର 6 ବର୍ଷର ଶିଶୁଙ୍କ ପରିବାରକୁ 5 ଲକ୍ଷ ଟଙ୍କାର ଅନୁକମ୍ପାମୂଳକ ସହାୟତା ରାଶି ଦେବାକୁ ଘୋଷଣା କଲେ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ।

ଶିଶୁ ହତ୍ୟା ଘଟଣା
ଶିଶୁ ହତ୍ୟା ଘଟଣା

By

Published : Nov 16, 2020, 6:58 AM IST

ଲକ୍ଷ୍ନୌ: ଉତ୍ତରପ୍ରଦେଶ କାନପୁରର 6 ବର୍ଷର ଶିଶୁକୁ ନୃଶଂସ ହତ୍ୟା ଘଟଣାରେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ପରିବାରକୁ 5 ଲକ୍ଷ ଟଙ୍କାର ଅନୁକମ୍ପାମୂଳକ ସହାୟତା ରାଶି ଘୋଷଣା କରିଛନ୍ତି । ଏହାସହ ଦୋଷୀମାନଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଯୋଗୀ ରବିବାର କହିଛନ୍ତି ।

ଟ୍ବିଟ୍‌ କରି ଯୋଗୀ କହିଛନ୍ତି, ‘କାନପୁର ଘଟଣାର ଦୋଷୀଙ୍କୁ ଛଡାଯିବ ନାହିଁ । ପୀଡିତାଙ୍କ ପରିବାର ପ୍ରତି ମୋର ସମବେଦନା ରହିଛି । ସରକାର ପରିବାରକୁ 5 ଲକ୍ଷ ଟଙ୍କାର ଅନୁକମ୍ପା ମୂଳକ ସହାୟତା ରାଶି ପ୍ରଦାନ କରିବେ । ଫାଷ୍ଟ ଟ୍ରାକ କୋର୍ଟରେ ଏହାର ଶୁଣାଣି ହୋଇ ଦୋଷୀଙ୍କୁ ଦଣ୍ଡ ଦିଆଯିବ ।’

ଦୀପାବଳି ରାତିରେ ଘଟମପୁର ଅଞ୍ଚଳର ଜଣେ 6 ବର୍ଷର ନାବାଳିକାକୁ କେହି ଦୁର୍ବୃତ୍ତ ହତ୍ୟା କରିଛି । ଏହାସହ ତାଙ୍କ ଶରୀରର ଅନେକ ଅଙ୍ଗପ୍ରତ୍ୟଙ୍ଗକୁ କାଢି ନେଇଯାଇଛି । ଶନିବାର ଝିଅଟି ନିଖୋଜ ହେବା ପରେ ରବିବାର ସକାଳୁ ପୋଲିସ ମୃତଦେହ ଜବତ କରିଛି ।

ମୃତଦେହ ଜବତ ପରେ ଶରୀରର କିଛି ଅଂଶ ନିଖୋଜ ଥିବା ପୋଲିସ ପକ୍ଷରୁ କୁହାଯାଇଛି । ଦୀପାବଳି ରାତିରେ କୁନି ଝିଅଟି ନିଖୋଜ ହୋଇଯିବା ପରେ ପରିବାର ପକ୍ଷରୁ ଥାନାରେ ମାମଲା ରୁଜୁ କରାଯାଇଥିଲା ।

ଗତରାତିରେ ଝିଅଟି ନିଖୋଜ ଥିବାନେଇ ପରିବାର ପକ୍ଷରୁ ଏତଲା ଦିଆଯାଇଥିଲା । ରବିବାର ସକାଳୁ ଝିଅଟିର ମୃତଦେହ ଠାବ କରାଯାଇଛି ବୋଲି କାନପୁରର ଡେପୁଟି ଇନସପେକ୍ଟର ଜେନେରାଲ ପ୍ରତିନ୍ଦର ସିଂହ କହିଛନ୍ତି ।

ସେହିପରି ପୋଲିସ କିଛି ସନ୍ଦିଗ୍ଧଙ୍କୁ ଅଟକ ରଖି ଘଟଣା ନେଇ ପଚରା ଉଚରା ଜାରି ରଖିଛି । ସମସ୍ତ ଦିଗକୁ ଲକ୍ଷ କରି ତଦନ୍ତ ପ୍ରକ୍ରିୟାକୁ ପୋଲିସ ତ୍ବରାନ୍ବିତ କରୁଥିବା ପ୍ରତିନ୍ଦର କହିଛନ୍ତି । ଏହାସହ ଫରେନସିକ୍‌ ଟିମ୍‌ ଘଟଣାସ୍ଥଳରେ ପହଞ୍ଚି ନମୂନା ସଂଗ୍ରହ କରିବା ସହ ତଦନ୍ତ ପାଇଁ ପଠାଇଦେଇଛି । ଡଗ୍‌ ସ୍କ୍ବାର୍ଡ ମଧ୍ୟ ଘଟଣାସ୍ଥଳରେ ରହି ତଦନ୍ତ ଜାରି ରଖିଛି ।

@ANI

ABOUT THE AUTHOR

...view details