ଓଡିଶା

odisha

କାଶ୍ମୀରକୁ ବିଶେଷ ରାଜ୍ୟ ମାନ୍ୟତା ଉପରେ ପ୍ରଶ୍ନ ଉଠାଇଲେ ବାବା ରାମଦେବ

By

Published : Feb 26, 2019, 12:06 PM IST

ଜମ୍ମୁ କାଶ୍ମୀରକୁ ବିଶେଷ ରାଜ୍ୟ ମାନ୍ୟତା ପ୍ରଦାନ ଉପରେ ପ୍ରଶ୍ନ ଉଠାଇଛନ୍ତି ଯୋଗ ଗୁରୁ ରାମଦେବ। ସାରା ଦେଶ ପାଇଁ ଗୋଟିଏ ନିୟମ ହେବା ଆବଶ୍ୟକ। ଜମ୍ମୁ କାଶ୍ମୀରରୁ ଧାରା 370 ଓ 35 (A) କୁ ଉଚ୍ଛେଦ କରିବା ସହ ସାରା ଦେଶରେ ପାଇଁ ଗୋଟିଏ ନିୟମ ହେବା ଉଚିତ୍ ବୋଲି କହିଛନ୍ତି।

ନୂଆଦିଲ୍ଲୀ: ଜମ୍ମୁ କାଶ୍ମୀରକୁ ବିଶେଷ ରାଜ୍ୟ ମାନ୍ୟତା ପ୍ରଦାନ ଉପରେ ପ୍ରଶ୍ନ ଉଠାଇଛନ୍ତି ଯୋଗ ଗୁରୁ ରାମଦେବ। ପୁଲୱାମା ଆକ୍ରମଣ ପରେ ସାରା ଦେଶରେ ଅଶାନ୍ତି ଲାଗି ରହିଛି। କଶ୍ମୀରରେ ଧାରା 370କୁ ଉଚ୍ଛେଦ ପାଇଁ ବିଭିନ୍ନ ମହଲରେ ଦାବି ହେବା ପରେ ଏହାକୁ ସମର୍ଥନ ଜଣାଇଛନ୍ତି ବାବା ରାମଦେବ।

ସେ କହିଛନ୍ତି, ସାରା ଦେଶ ପାଇଁ ଗୋଟିଏ ନିୟମ ହେବା ଆବଶ୍ୟକ। ଜମ୍ମୁ କାଶ୍ମୀରରୁ ଧାରା 370 ଓ 35 (A) କୁ ଉଚ୍ଛେଦ କରିବା ସହ ସାରା ଦେଶରେ ପାଇଁ ଗୋଟିଏ ନିୟମ ହେବା ଉଚିତ୍ ବୋଲି କହିଛନ୍ତି। ସେ ଆହୁରି ମଧ୍ୟ କହିଛନ୍ତି, କାଶ୍ମୀରକୁ ବିଶେଷ ରାଜ୍ୟର ମାନ୍ୟତା ପ୍ରଦାନ କାହିଁକି ?

ଏହି ଅବସରରେ ପାକ୍ ପ୍ରଧାନମନ୍ତ୍ରୀକୁ କଡା ଭାଷାରେ ନିନ୍ଦା କରିଛନ୍ତି ରାମଦେବ। ସେ କହିଛନ୍ତି ପାକ୍ ପ୍ରଧାନମନ୍ତ୍ରୀ ହେଉଛନ୍ତି ଡରୁଆ ପ୍ରଧାନମନ୍ତ୍ରୀ। ଭାରତୀୟ ସେନା ସେମାନଙ୍କୁ ଉଚିତ୍ ଜବାବ ଦେବ। ଯାହାକୁ ପାକିସ୍ତାନବାସୀ 50 ବର୍ଷ ଯାଏଁ ଭୁଲି ପାରିବେ ନାହିଁ।

କହିରଖୁଛୁ, ଧାରା 370 ଅନୁସାରେ କାଶ୍ମୀରକୁ ବିଶେଷ ରାଜ୍ୟର ମାନ୍ୟତା ପ୍ରଦାନ କରାଯାଇଛି। ଏଥିସହ ଧାରା 35 (A) ଅନୁସାରେ କଶ୍ମୀରବାସୀଙ୍କୁ ବିଶେଷ ଅଧିକାର ମଧ୍ୟ ପ୍ରଦାନ କରାଯାଇଛି। ତେବେ ସୁପ୍ରିମକୋର୍ଟରେ ଧାରା 35 (A)କୁ କରାଯାଇଥିବା ଆବେଦନ ଉପରେ ମାମଲା ଚାଲିଛି।

ABOUT THE AUTHOR

...view details