ଓଡିଶା

odisha

ETV Bharat / bharat

ଲକଡାଉନ 2.0: ସମସ୍ତ ସମସ୍ୟାର ମହୌଷଧି ଯୋଗ

ସମସ୍ତ ଚିନ୍ତା, ରାଗ, ଦ୍ବେଷର ସଫଳ ଔଷଧ ଯୋଗ । କେବେବି ଭାବନ୍ତୁ ନାହିଁ ଯୋଗ କରି ସମୟ ନଷ୍ଟ କରିବେ । ଅଧିକ ପଢନ୍ତୁ...

ଲକଡାଉନ 2.0: ସମସ୍ତ ସମସ୍ୟାର ମହୌଷଧି ଯୋଗ
ଲକଡାଉନ 2.0: ସମସ୍ତ ସମସ୍ୟାର ମହୌଷଧି ଯୋଗ

By

Published : Apr 23, 2020, 9:50 AM IST

ହାଇଦ୍ରାବାଦ: ସାରା ଦେଶରେ ଲକଡାଉନର ଦ୍ବିତୀୟ ପର୍ଯ୍ୟାୟ ଘୋଷିତ ହୋଇଛି । ଏହି ସମୟରେ ଘରେ ରହିବା ଆମ ସମସ୍ତଙ୍କ ପାଇଁ ଶ୍ରେୟସ୍କର । କାରଣ ବାହାରକୁ ଯାଇ ମୃତ୍ୟୁ ଡାକିବା ଅପେକ୍ଷା ଘରେ ପରିବାର ସହ ଖୁସିରେ ରହିବା ସବୁଠାରୁ ଗୁରୁତ୍ବପୂର୍ଣ୍ଣ । ଏହି ସମୟରେ ନିଜ ସ୍ବାସ୍ଥ୍ୟ, ଖାଦ୍ୟପେୟ ପ୍ରତି ଧ୍ୟାନ ରଖିବା ନିହାତି ଆବଶ୍ୟକ ।

ତେବେ ଘରେ ବସି ବସି ଆପଣ ଚିଡଚିଡା ହୋଇଯାଇପାରନ୍ତି । ପ୍ରଥମେ 21 ଦିନ ଏବେ ପୁଣି ଆଉ 18 ଦିନ । ଏତେ ଦିନ ଘରେ ବସିବା କାହାକୁ ଭଲ ଲାଗୁନଥିବା । ତେବେ ପରିବାର ଲୋକଙ୍କୁ ନିଜ ଚିଡଚିଡାର ଶିକାର ବନାନ୍ତୁ ନାହିଁ । ସେମାନେ ଆପଣଙ୍କୁ ଏତେ ଦିନ ପାଖରେ ପାଇ ହୁଏତ ଖୁସି ଅନୁଭବ କରୁଥିବେ । ବ୍ୟସ୍ତମୟ ଜୀବନରୁ ଚୁପଚାପ ବସିବା ନିଶ୍ଚିତ ଆପଣଙ୍କୁ ବିରକ୍ତ ଲାଗିବା ସ୍ବାଭାବିକ । ତେବେ ଚିନ୍ତା କରନ୍ତୁ ନାହିଁ । ଆପଣଙ୍କ ବିରକ୍ତ ନହେବାର ସମସ୍ତ ଉପାୟ କେବଳ ଗୋଟିଏ ଜିନିଷରେ ଅଛି । ପରିବାର ଆଗରେ ନିଜ ରାଗ ଓ କ୍ରୋଧକୁ ନିୟନ୍ତ୍ରଣରେ ରଖିବା ପାଇଁ ଏହି ଉପାୟ ଅବଲମ୍ବନ କରନ୍ତୁ ।

ଏହା ହେଉଛି ଯୋଗ । ସମସ୍ତ ଚିନ୍ତା, ରାଗ, ଦ୍ବେଷର ସଫଳ ଔଷଧ ଯୋଗ । କେବେବି ଭାବନ୍ତୁ ନାହିଁ ଯୋଗ କରି ସମୟ ନଷ୍ଟ କରିବେ । କାରଣ ଏହା ଏପରି ଏକ ଉପାୟ ଯାହା ଅଳ୍ପ ସମୟ କରି ମଧ୍ୟ ଅଧିକ ଫଳପ୍ରଦ ହେବ । ଏହା ଆପଣଙ୍କର ଅଧିକ ସମୟ ନେବନି । କିନ୍ତୁ ଲମ୍ବା ସମୟ ଯାଏଁ ଏହାର ଉପକାର ଆପଣଙ୍କ ସହ ରହିବ । ଗୋଟିଏ ମିନିଟରୁ ଏହା ଆରମ୍ଭ କରନ୍ତୁ । ଧିରେ ଧିରେ ସମୟକୁ 5ରୁ 10 ମିନିଟ ଯାଏଁ ବଢାଇବେ ।

ଯୋଗ ଦ୍ବାରା କେବଳ ଆପଣଙ୍କ ରାଗ, କ୍ରୋଧ ନିୟନ୍ତ୍ରଣ ହେବନି, ଦେଖିବେ ଆପଣଙ୍କ ସମସ୍ତ ଚିନ୍ତା, କ୍ଲାନ୍ତି, ବ୍ୟାଧି ଦୂର ହେବ । ଏହାସହ ଘରେ ଥିବାବେଳେ ନିଶ୍ଚିତ ଆପଣ ବିଭିନ୍ନ ସ୍ବସାଦୁ ଖାନା ଖାଉଥିବେ । ଏଥିରେ ତେଲ, ମସଲା ଅଧିକ ରହିଥାଇପାରେ । ଯାହା ଫଳରେ ଓଜନ ବଢିବାର ଚିନ୍ତା ରହିବା ସ୍ବାଭାବିକ । ହେଲେ ଯୋଗ ଆପଣଙ୍କ ଏହି ସମସ୍ୟାକୁ ମଧ୍ୟ ଦୂର କରିଦେବ । ଓଜନ ନିୟନ୍ତ୍ରଣ ସହ ଆପଣଙ୍କ ଶରୀର ସୁସ୍ଥ ମଧ୍ୟ ରହିବ ।

ABOUT THE AUTHOR

...view details