ଓଡିଶା

odisha

ETV Bharat / bharat

ରାମ ମନ୍ଦିର ଭୂମି ପୂଜନ ପାଇଁ ଇକବାଲ ଅନସାରୀଙ୍କୁ ନିମନ୍ତ୍ରଣ - ଅଯୋଧ୍ୟା ଭୂମି ପୂଜନ

ଅଯୋଧ୍ୟା ଭୂମି ପୂଜନରେ ନିମନ୍ତ୍ରଣ ମିଳିବା ପରେ ଇକବାଲ ଅନସାରୀ ଖୁସି ବ୍ୟକ୍ତ କରିଛନ୍ତି । ଅଧିକ ପଢନ୍ତୁ....

ରାମ ମନ୍ଦିର ଭୂମି ପୂଜନ ପାଇଁ ଇକବାଲ ଅନସାରୀଙ୍କୁ ନିମନ୍ତ୍ରଣ
ରାମ ମନ୍ଦିର ଭୂମି ପୂଜନ ପାଇଁ ଇକବାଲ ଅନସାରୀଙ୍କୁ ନିମନ୍ତ୍ରଣ

By

Published : Aug 3, 2020, 3:06 PM IST

ଲକ୍ଷ୍ନୌ: ଅଯୋଧ୍ୟାରେ ଅଗଷ୍ଟ 5ରେ ହେବାକୁ ଥିବା ରାମ ମନ୍ଦିର ଭୂମି ପୂଜନ ଅତି ବିଶେଷ ଭାବରେ ପାଳନ କରାଯିବ । ଏହି ଭବ୍ୟ କାର୍ଯ୍ୟକ୍ରମରେ ସାମିଲ ହେବା ପାଇଁ ପ୍ରାୟ 175 ଲୋକଙ୍କୁ ଆମନ୍ତ୍ରଣ କରାଯାଇଛି । ଅଯୋଧ୍ୟା ମାମଲାରେ ପକ୍ଷକାର ଥିବା ଇକବାଲ ଅନସାରୀଙ୍କୁ ମଧ୍ୟ ଭୂମି ପୂଜନର ନିମନ୍ତ୍ରଣ ପଠାଯାଇଛି ।

ନିମନ୍ତ୍ରଣ ମିଳିବା ପରେ ଇକବାଲ ଅନସାରୀ କହିଛନ୍ତିଯେ, 'ମୁଁ କାର୍ଯ୍ୟକ୍ରମରେ ନିଶ୍ଚିତ ଯିବି' ଭଗବାନ ରାମଙ୍କ ଇଚ୍ଛା ଅନୁସାରେ, ମତେ ନିମନ୍ତ୍ରଣ ମିଳିଛି । ମୁଁ ସବୁବେଳେ, ମଠ ଆଉ ମନ୍ଦିର ଯାଉଛି । ଆଉ ଏବେ କାର୍ଡ ମିଳିଛି ମାନେ ନିଶ୍ଚିତ ଯିବି ।

ବିଶେଷ କଥା ହେଉଛି ଏହି ନିମନ୍ତ୍ରଣ ପତ୍ରରେ ଲେଖାଯାଇଛି ଯେ ଆରଏସଏସ ମୁଖ୍ୟ ମୋହନ ଭଗବତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ଏକ ବିଶେଷ ଅତିଥି ଭାବରେ ଅଂଶଗ୍ରହଣ କରିବେ। ଇକବାଲ ଅନସାରୀ ଭୂମିପୂଜନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ରାମ ଚରିତ ମାନସ ଏବଂ ରାମ ନାମା ଉପସ୍ଥାପନ କରିବେ।

ପ୍ରଧାନମନ୍ତ୍ରୀ ଅଗଷ୍ଟ 5 ତାରିଖ 11 ଟା 40 ରେ ଅଯୋଧ୍ୟାରେ ପହଞ୍ଚିବେ। ସେ ପ୍ରଥମେ ହନୁମାନଗଢୀ ଯାଇ ବଜରଙ୍ଗବାଲିଙ୍କ ଆଶୀର୍ବାଦ ନେବେ । ଏହା ପରେ ସେ ରାମଲାଲାଙ୍କ ଦର୍ଶନ କରିବେ ଏବଂ ରାମ ଜନ୍ମଭୂମି ପରିସରରେ ବୃକ୍ଷ ରୋପଣ କରିବେ । ଏହା ପରେ ଧାର୍ଯ୍ୟ ମୁହୁର୍ତ୍ତରେ ମନ୍ଦିରର ଆଧାରଶୀଳା ରଖିବେ । ରାମ ମନ୍ଦିରର ଆଧାରଶୀଳା ରଖିବାକୁ ମାତ୍ର 32 ସେକେଣ୍ଡର ଶୁଭ ସମୟ ଅଛି ।

ABOUT THE AUTHOR

...view details