ଓଡିଶା

odisha

ETV Bharat / bharat

ଜେଲରୁ ମୁକୁଳିବେ ଶିବ କୁମାର ! ପ୍ରାର୍ଥନା କରୁଛନ୍ତି ୟେଦ୍ୟୁରପ୍ପା

ବିରୋଧୀରେ ଥାଇ ମଧ୍ୟ ଶିବ କୁମାରଙ୍କ ଲାଗି ପ୍ରାର୍ଥନା କଲେ ୟେଦ୍ୟୁରପ୍ପା । ଖୁବଶୀଘ୍ର ନିର୍ଦ୍ଦୋଷରେ ମୁକୁଳିବା ନେଇ ଭଗବାନଙ୍କ ନିକଟରେ ଗୁହାରି କହିଛନ୍ତି କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ।

By

Published : Sep 4, 2019, 11:05 AM IST

ଫାଇଲ ଫଟୋ

ବେଙ୍ଗାଲୁରୁ: ବିରୋଧୀରେ ଥାଇ ମଧ୍ୟ ଡିକେ ଶିବକୁମାରଙ୍କ ଗିରଫଦାରିରେ ଖୁସ ନାହାଁନ୍ତି ୟେଦ୍ୟୁରପ୍ପା । ଭଗବାନ କରନ୍ତୁ ସେ ଖୁବଶୀଘ୍ର ନିର୍ଦ୍ଦୋଷରେ ଫେରନ୍ତୁ । ଆଉ ତାଙ୍କର ଏହି ମୁକୁଳିବାରେ ସେ ବେଶି ଖୁସି ହେବେ ହୋଲି କହିଛନ୍ତି କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ । କର୍ଣ୍ଣାଟକର କଂଗ୍ରେସ ନେତା ତଥା କଂଗ୍ରେସ ଚାଣକ୍ୟ ଗିରଫ ପରେ ଏଭଳି ବୟାନ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ୟେଦ୍ୟୁରୁପ୍ପା ।

ଡିକେ ଶିବକୁମାରଙ୍କ ଗିରଫଦାରିକୁ ନେଇ ସେ ଖୁସି ନଥିବାବାଳେ ନିର୍ଦ୍ଦୋଷରେ ମୁକୁଳିବା ପାଇଁ ଭଗବାନଙ୍କ ନିକଟରେ ପ୍ରାର୍ଥନା କରିଛନ୍ତି ୟେଦ୍ୟୁରପ୍ପା । ଆଉ ସେ କୌଣସି ନେତାଙ୍କୁ ଘୃଣା କରନ୍ତି ନାହିଁ କି କାହାର ଅନିଷ୍ଟ ଚାହାଁନ୍ତି ନାହିଁ । କାନୁନ କେବଳ ତାର କାମ କରୁଅଛି ବୋଲି ସେ କହିଛନ୍ତି ।

ତେବେ ଡିକେ ଶିବ କୁମାରଙ୍କୁ ସମର୍ଥନ ଜଣାଇଛନ୍ତି କର୍ଣ୍ଣାଟକର ପୂର୍ବ ମୁଖ୍ୟମନ୍ତ୍ରୀ କୁମାରସ୍ବାମୀ । ସରକାର ବିରୋଧୀଙ୍କ ସ୍ବରକୁ ଚପେଇବାକୁ ଉଦ୍ୟମ କରିବାକୁ ଯାଇ କେନ୍ଦ୍ରୀୟ ଏଜେନ୍ସିର ସହାୟତା ନେଉଛନ୍ତି ବୋଲି ବିରୋଧୀ ନେତା ଅଭିଯୋଗ କରିଛନ୍ତି ।

ସୂଚନାଯୋଗ୍ୟ, ଆୟୁ ବର୍ହିଃଭୂତ ଠୁଳ ଅଭିଯୋଗରେ ଡିକେ କୁମାର ସ୍ବାମୀଙ୍କୁ ଇଡି ଗିରଫ କରିଛି । ଗତ ଚାରି ଦିନ ଧରି ଇଡିର ଜେରା ପରେ ତାଙ୍କୁ ଗିରଫ କରାଯାଇଥିବେଳେ ଆଜି ରାଜ୍ୟବ୍ୟାପୀ ଧାରଣ ଦେବାକୁ କର୍ଣ୍ଣାଟକ କଂଗ୍ରେସ ଘୋଷଣା କରିଛି ।

ABOUT THE AUTHOR

...view details