ମହାରାଷ୍ଟ୍ର: କୋରୋନା ଭାଇରସ ମୁକାବିଲା ପାଇଁ ସମସ୍ତ ନିଜ ନିଜ ସକ୍ଷମ ଅନୁଯାୟୀ ସହାୟତାର ହାତ ବଢାଉଛନ୍ତି । ଆଉ ଏଥିରେ ସାମିଲ ହୋଇଛି ୟଶବନ୍ତରାଓ ଛବନ ମହାରାଷ୍ଟ୍ର ମୁକ୍ତ ବିଶ୍ବବିଦ୍ୟାଳୟ(ୱାଇସିଏମଓୟୁ) । ଉକ୍ତ ବିଶ୍ବବିଦ୍ୟାଳୟ କୋରୋନା ସହାୟତା ପାଇଁ ମୁଖ୍ୟମନ୍ତ୍ରୀ ରିଲିଫ ଫାଣ୍ଠିକୁ 10 କୋଟି ଟଙ୍କା ପ୍ରଦାନ କରିଛି । 1889ରେ ଏହି ବିଶ୍ବବିଦ୍ୟାଳୟର ସ୍ଥାପନା ହୋଇଥିଲା ।
କୋରୋନା ସହାୟତା: ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିକୁ 10 କୋଟି ଦାନ କଲା ୱାଇସିଏମଓୟୁ - ମହାରାଷ୍ଟ୍ରର ୟଶବନ୍ତରାଓ ଛବନ ମୁକ୍ତ ବିଶ୍ବବିଦ୍ୟାଳୟ
କୋରୋନା ସହାୟତା ପାଇଁ ମୁଖ୍ୟମନ୍ତ୍ରୀ ରିଲିଫ ଫାଣ୍ଠିକୁ 10 କୋଟି ଟଙ୍କା ଦାନ କଲା ୟଶବନ୍ତରାଓ ଛବନ ମହାରାଷ୍ଟ୍ର ମୁକ୍ତ ବିଶ୍ବବିଦ୍ୟାଳୟ(ୱାଇସିଏମଓୟୁ) ।
![କୋରୋନା ସହାୟତା: ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିକୁ 10 କୋଟି ଦାନ କଲା ୱାଇସିଏମଓୟୁ Yashwantrao Chavan Open University has contributed Rs. 10 crores to the Chief Minister's Relief Fund.](https://etvbharatimages.akamaized.net/etvbharat/prod-images/768-512-6820406-363-6820406-1587048724449.jpg)
କୋରୋନା ସହାୟତା: ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିକୁ 10 କୋଟି ଦାନ କଲା ୱାଇସିଏମଓୟୁ
ସୂଚନାଯୋଗ୍ୟ, ଦେଶରେ କୋରୋନା ଭାଇରସ ସଂକ୍ରମିତଙ୍କ ସଂଖ୍ୟା ଦ୍ରୁତଗତିରେ ବଢିଚାଲିଛି । ଏଯାବତ୍ ଏହି ଭୂତାଣୁରେ 12,759ଜଣ ସଂକ୍ରମିତ ହୋଇ ସାରିଥିବା ବେଳେ 420 ଜଣଙ୍କ ମୃତ୍ୟୁ ହୋଇସାରିଛି । ସେହିପରି 1515 ଜଣ ସୁସ୍ଥ ହୋଇଛନ୍ତି । ଏହି କ୍ରମରେ ସଂକ୍ରମିତଙ୍କ ମଧ୍ୟରେ ମହାରାଷ୍ଟ୍ରର ସ୍ଥିତି ସଙ୍ଗୀନ ରହିଛି । ଦେଶର ଏହି ରାଜ୍ୟରେ ସର୍ବାଧିକ କୋରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ବର୍ତ୍ତମାନ ସୁଦ୍ଧା ଏଠାରେ 2919 ଜଣ ଆକ୍ରାନ୍ତ ହୋଇଥିବା ବେଳେ 187 ଜଣଙ୍କ ମୃତ୍ୟୁ ହୋଇଛି । ସେହିପରି 295 ଜଣ ଆରୋଗ୍ୟ ଲାଭ କରିଛନ୍ତି ।
ସୌଜନ୍ୟ @ANI
Last Updated : Apr 16, 2020, 9:01 PM IST