ଡେରାଡୁନ: ଉତ୍ତରାଖଣ୍ଡର ଚାରି ଧାମ ମଧ୍ୟରୁ ଗୋଟିଏ ହେଉଛି ମା' ଯମୁନେତ୍ରୀଙ୍କ ମନ୍ଦିର । ହେଲେ ରବିବାର ପାଦଚଲା ରାସ୍ତା ଭଣ୍ଡେଲି ନିକଟରେ ଭୂସ୍ଖଳନ ହେବା କାରଣରୁ ଯମୁନେତ୍ରୀ ଅଭିମୁଖେ ଯାତ୍ରା ବନ୍ଦ ହୋଇଯାଇଛି । ଲୋକ ନିର୍ମାଣ ବିଭାଗ ସେହି ସ୍ଥାନରେ ବିକଳ୍ପ ରାସ୍ତା ତିଆରି କାର୍ଯ୍ୟ ଆରମ୍ଭ କରିଛି। ଅଧିକାରୀ କହିଛନ୍ତି ଯେ, ଏହି ରାସ୍ତା ପ୍ରସ୍ତୁତ କରିବାକୁ ଅତି କମରେ ଏକ ସପ୍ତାହ ଲାଗିବ।
ଭୂସ୍ଖଳନ ଯୋଗୁଁ ବନ୍ଦ ହେଲା ଯମୁନେତ୍ରୀ ଯାତ୍ରା - ଭୂସ୍ଖଳନ କାରଣରୁ ବନ୍ଦ ହେଲା ଯମୁନେତ୍ରୀ ଯାତ୍ରା
ରବିବାର ଭୂସ୍ଖଳନ ହେବା କାରଣରୁ 40 ମିଟର ପର୍ଯ୍ୟନ୍ତ ରାସ୍ତା ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଛି । ଯେଉଁକାରଣରୁ ମା' ଯମୁନେତ୍ରୀଙ୍କ ମନ୍ଦିରକୁ ଯାତ୍ରା ବନ୍ଦ ହୋଇଛି । ପଢନ୍ତୁ ସମ୍ପୂର୍ଣ୍ଣ ଖବର...
ସାର୍ବଜନୀନ କାର୍ଯ୍ୟ ବିଭାଗର କାର୍ଯ୍ୟନିର୍ବାହୀ ଯନ୍ତ୍ରୀ ଏସକେ ଗର୍ଗ କହିଛନ୍ତି ଯେ, 'ଭୂସ୍ଖଳନ ହେତୁ ରାସ୍ତାଟି କ୍ଷତିଗ୍ରସ୍ତ ହୋଇଛି। ରାସ୍ତାର ପ୍ରାୟ 40 ମିଟର ସଂପୂର୍ଣ୍ଣ ଭୁଶୁଡି ପଡିଛି । ଯେଉଁଥିପାଇଁ ଏଠାରେ ରାସ୍ତାର ପୁନଃ ନିର୍ମାଣର କୌଣସି ସମ୍ଭାବନା ନାହିଁ । ତେଣୁ ଦ୍ୱିତୀୟ ସ୍ଥାନରୁ ଏକ ନୂତନ ପାଦଚଲା ରାସ୍ତା ଏବଂ ସେତୁ ପ୍ରସ୍ତୁତ କରିବାକୁ ପଡିବ । ଏଥିପାଇଁ ବହୁତ ସମୟ ଲାଗିପାରେ । ବର୍ତ୍ତମାନ, ଯମୁନେତ୍ରୀ ଯିବାକୁ ଏକ ଫୁଟ ପାଥ ପ୍ରସ୍ତୁତ ହେଉଛି, ଯାହା ଏକ ସପ୍ତାହ ମଧ୍ୟରେ ପ୍ରସ୍ତୁତ ହେବ' ।
ବଡକୋଟ ଡେପୁଟି କଲେକ୍ଟର ଚତର ସିଂ ଚୌହାନ କହିଛନ୍ତି ଯେ, 'ଯମୁନେତ୍ରୀ ଧାମରେ ପୁରୋହିତ ଏବଂ କର୍ମଚାରୀଙ୍କ ସମେତ 13 ଜଣ ଲୋକ ଉପସ୍ଥିତ ଅଛନ୍ତି। ଏଥିପାଇଁ ମନ୍ଦିର କମିଟି ଦ୍ୱାରା 15 ଦିନର ଖାଦ୍ୟ ସଞ୍ଚୟ ହୋଇସାରିଛି । ଆଗକୁ ଆବଶ୍ୟକ ହେଲେ ଖାଦ୍ୟ ଶସ୍ୟ ବିତରଣ ପାଇଁ ବ୍ୟବସ୍ଥା କରାଯିବ'।