ଆନ୍ଧ୍ରପ୍ରଦେଶ: ମହାମାରୀ କୋରୋନା କବଳରେ କବଳିତ ସାରା ବିଶ୍ବ । ଏହାର ମୁକାବିଲା ପାଇଁ ସରକାର ବିଭିନ୍ନ ସଚେତନତାମୂଳକ ପଦକ୍ଷେପ ଗ୍ରହଣ କରୁଛନ୍ତି । ଏହି କ୍ରମରେ ଲୋକଙ୍କୁ କୋରୋନା ସମ୍ବନ୍ଧରେ ସଚେତନ କରିବାକୁ ଏକ ନିଆରା ପଦକ୍ଷେପ ଆପଣାଇଛି ଆନ୍ଧ୍ରପ୍ରଦେଶ ଶ୍ରୀକାକୁଲମ କାସିବୁଗା ସହରର ପୋଲିସ ।
ପୋଲିସ କିଛି କଳାକାରଙ୍କୁ ନିଯୁକ୍ତି ଦେଇ ସେମାନଙ୍କୁ ଯମରାଜ, ତାଙ୍କ ସୈନ୍ୟ ଏବଂ ଚିତ୍ରଗୁପ୍ତର ରୂପ ଦେଇଥିଲେ । ଲୋକମାନଙ୍କୁ କୋରୋନା ଭାଇରସର ବିପଦକୁ କଳ୍ପନା କରିବା ପାଇଁ ହିନ୍ଦୁ ପୁରାଣରେ ବର୍ଣ୍ଣିତ 'ମୃତ୍ୟୁର ଭଗବାନ' ଏବଂ 'ଭଗବାନଙ୍କ ନ୍ୟାୟ' ପରି ବସ୍ତ୍ର କଳାକାରମାନେ ପରିଧାନ କରିଥିବା ଦେଖିବାକୁ ମିଳିଥିଲା ।