ଓଡିଶା

odisha

ETV Bharat / bharat

ଆଜି ଶପଥ ନେବେ ଜଗନମୋହନ - cm

ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଭାବେ ଆଜି ଶପଥ ନେବେ ୱାଇ.ଏସ ଜଗନମୋହନ ରେଡ୍ଡୀ । ଦିନ 12.23 ସମୟରେ ବିଜୟୱାଡାରେ ନେବେ ଶପଥ । ରାଜ୍ୟପାଳ କରାଇବେ ଶପଥପାଠ।

ଫାଇଲ ଫଟୋ

By

Published : May 30, 2019, 8:36 AM IST

ଅମରାବତୀ : ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଭାବେ ଆଜି ଶପଥ ନେବେ ୱାଇ.ଏସ ଜଗନମୋହନ ରେଡ୍ଡୀ । ଦିନ 12.23 ସମୟରେ ବିଜୟୱାଡାରେ ରାଜ୍ୟପାଳ ଇ.ଏସ.ଏଲ ନରସିଂହ ପଦ ଓ ଗୋପନୀୟତାର ସହ ଜଗନମୋହନଙ୍କୁ ଶପଥପାଠ କରାଇବେ । ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେ.ଚନ୍ଦ୍ର ଶେଖର ରାଓ ଏବଂ ଏମ କେ ଷ୍ଟାଲିନ ମଧ୍ୟ ଶପଥଗ୍ରହଣ ଉତ୍ସବରେ ସାମିଲ ହେବେ ।

ଆନ୍ଧ୍ରପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡୁଙ୍କୁ ନିମନ୍ତ୍ରଣ କରାଯାଇଥିଲା । ହେଲେ ସେ ଏହି ନିମନ୍ତ୍ରଣକୁ ପ୍ରତ୍ୟାଖାନ କରିଥିଲେ। ଶପଥପାଠ ଉତ୍ସବ ପାଇଁ ରାଜ୍ୟପାଳ ବୁଧବାର ଅପରାହ୍ନରୁ ବିଜୟୱାଡା ପହଞ୍ଚିଛନ୍ତି ।

ଜଗନମୋହନଙ୍କ ଦଳ ଉଭୟ ଲୋକସଭା ନିର୍ବାଚନ ଏବଂ ବିଧାନସଭାରେ ଶାନଦାର ବିଜୟ ହୋଇଥିଲା । ୱାଇଏସଆର ବିଧାନସଭାରେ 175 ଆସନରୁ 151 ଆସନ ହାସଲ କରିଥିବା ବେଳେ ଲୋକସଭାର 25 ଆସନରୁ 22 ଆସନ ହାସିଲ କରି ବିଜୟୀ ହୋଇଥିଲା ।

ଆଜି ଜଗନମୋହନ ଏକା ଶପଥ ନେବେ । କାରଣ ଆସନ୍ତା ଜୁନ 7ରେ ତାଙ୍କର ମନ୍ତ୍ରିମଣ୍ଡଳ ଘୋଷଣା କରାଯିବ । ଦିଲ୍ଲୀ ସ୍ଥିତ ଆନ୍ଧ୍ରପ୍ରଦେଶ ଭବନରେ ମନ୍ତ୍ରିମଣ୍ଡଳ ଘୋଷଣା କରାଯିବ। ଏହି ଉତ୍ସବରେ ବିଭିନ୍ନ ଦେଶରୁ ରାଜଦୂତଙ୍କ ସମେତ ଉଦ୍ୟୋଗ ସଂଘ , ଆନ୍ତରାଷ୍ଟ୍ରୀୟ ଗଣମାଧ୍ୟମ ପ୍ରତିନିଧି ଯୋଗଦେବାର ଯୋଜନା ରହିଛି ।

For All Latest Updates

ABOUT THE AUTHOR

...view details