ଥିରୁଅନନ୍ତପୁରମ: କେରଳର ଇଦୁକି ଭୂସ୍ଖଳନ ଘଟଣାରେ ଶୋକ ପ୍ରକାଶ କରିଛନ୍ତି ରାଷ୍ଟ୍ରପତି ରାମନାଥ କୋବିନ୍ଦ । ଇଦୁକିର ରାଜାମାଲାଇରେ ଭୂସ୍ଖଳନ ହେତୁ ପ୍ରାଣ ହରାଇବା ବ୍ୟକ୍ତିଙ୍କ ଶୋକସନ୍ତପ୍ତ ପରିବାର ସମ୍ବେଦନା ପ୍ରକଟ କରିବା ସହ ଆହତମାନଙ୍କ ଶୀଘ୍ର ଆରୋଗ୍ୟ କାମନା କରୁଛନ୍ତି ରାଷ୍ଟ୍ରପତି ।
ସେହିପରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ଏହି ଘଟଣାରେ ଶୋକ ପ୍ରକାଶ କରିବା ସହ ମୃତକଙ୍କ ପରିବାର ପ୍ରତି ସମ୍ବେଦନ ପ୍ରକଟ କରିଛନ୍ତି । ଏହାସହ ପ୍ରତ୍ୟେକ ମୃତକଙ୍କ ପରିବାରକୁ 2 ଲକ୍ଷ ଲେଖାଏଁ ଅନୁକମ୍ପା ରାଶି ଘୋଷଣା କରାଯାଇଛି । ସେହିପରି ପ୍ରତ୍ୟେକ ଆହତଙ୍କ ଚିକିତ୍ସା ପାଇଁ 50 ହଜାର ଟଙ୍କା ସହାୟତା ରାଶି ପ୍ରଦାନ କରାଯିବ । ପିଏମ କେୟାର ପାଣ୍ଠିରୁ ଏହି ଅର୍ଥ ମୃତାହତଙ୍କ ପରିବାରୁ ଦିଆଯିବ ବୋଲି ଘୋଷଣାରେ କୁହାଯାଇଛି ।
ପ୍ରଧାନମନ୍ତ୍ରୀ ଟ୍ବିଟ କରି ଲେଖିଛନ୍ତି ଇଦୁକି ରାଜାମଲାଇରେ ଭୂସ୍ଖଳନ ହେତୁ ପ୍ରାଣହାନୀ ନେଇ ମୁଁ ଦୁଃଖିତ। ମୋର ସମ୍ବେଦନା ଶୋକସନ୍ତପ୍ତ ପରିବାର ସହିତ ଅଛି | ଆହତମାନେ ଶୀଘ୍ର ସୁସ୍ଥ ହୁଅନ୍ତୁ। NDRF ଏବଂ ପ୍ରଶାସନ ଉଦ୍ଧାର କାର୍ଯ୍ୟରେ ଲାଗିଥିବା କହିଛନ୍ତି ପ୍ରଧାନମନ୍ତ୍ରୀ ।