ଓଡିଶା

odisha

ETV Bharat / bharat

ଶିକ୍ଷାନୁଷ୍ଠାନ ବନ୍ଦ ଯୋଗୁଁ ଅନଲାଇନ ପାଠ୍ୟକ୍ରମର ଚାହିଦାରେ ବ୍ୟାପକ ବୃଦ୍ଧି - Emerging Trend of online education

ଅନଲାଇନ ଶିକ୍ଷାଦାନର ନୂତନ ଧାରା । ଶିକ୍ଷାନୁଷ୍ଠାନ ବନ୍ଦ ଯୋଗୁଁ ଅନଲାଇନ ପାଠ୍ୟକ୍ରମର ଚାହିଦାରେ ବ୍ୟାପକ ବୃଦ୍ଧି । www.swayam.org-5 ଦିନରେ 50 ହଜାର ପଞ୍ଜୀକରଣ । ପଡନ୍ତୁ ସମ୍ପର୍ଣ୍ଣ ଖବର...

Emerging Trend of online education
ଅନଲାଇନ ଶିକ୍ଷାଦାନର ନୂତନ ଧାରା

By

Published : Apr 4, 2020, 1:56 AM IST

ହାଇଦ୍ରାବାଦ: କୋରୋନା ମହାମାରୀ ଜନିତ ବାଧା ଯୋଗୁଁ, କେନ୍ଦ୍ର ମାନବ ସମ୍ବଳ ବିଭାଗ ନେତୃତ୍ବରେ ପ୍ରଚଳିତ ଅନଲାଇନ ପାଠ୍ୟକ୍ରମ ଜରିଆରେ ଆତ୍ମଶିକ୍ଷା ବ୍ୟବସ୍ଥାର ଚାହିଦା ଖୁବ୍‌ ବଢ଼ିଛି । କିଛି ବର୍ଷ ତଳେ, ସାରା ଦେଶରେ ଅନ୍‌ଲାଇନ୍‌ ଶିକ୍ଷାର ବିକାଶ ନିମନ୍ତେ କେନ୍ଦ୍ର ସରକାର ମ୍ୟାସିଭ୍‌ ଓପନ୍‌ ଅନ୍‌ଲାଇନ୍‌ କୋର୍ସ (MOOC) ଢାଞ୍ଚାରେ ‘ସ୍ବୟମ୍‌’ ନାମରେ ଏକ ପ୍ଲାଟ୍‌ଫର୍ମ ଆରମ୍ଭ କରିଥିଲେ । ଏହି ପ୍ଲାଟ୍‌ଫର୍ମରେ IIT, IIM ଏବଂ କେନ୍ଦ୍ରୀୟ ବିଶ୍ବବିଦ୍ୟାଳୟ ଦ୍ବାରା ପ୍ରଣୀତ ପ୍ରାୟ 1900 ପାଠ୍ୟକ୍ରମ ରହିଛି ।

ଗତ ଜାନୁଆରୀ ସେମିଷ୍ଟାର ଅବସରରେ, 571ଟି ପାଠ୍ୟକ୍ରମ ପାଇଁ କେବଳ ଭାରତର ନୁହେଁ, ବରଂ ଭାରତ ଓ ପ୍ରାୟ 60ଟି ଅନ୍ୟ ଦେଶର ପ୍ରାୟ 25 ଲକ୍ଷ ଶିକ୍ଷାର୍ଥୀ ସେମାନଙ୍କ ନାମ ପଞ୍ଜୀକରଣ କରାଇଥିଲେ । ନିକଟରେ, ଦେଶରେ କୋରୋନା ମହାମାରୀ ପ୍ରାଦୁର୍ଭାବ ଯୋଗୁଁ ସମସ୍ତ ଶିକ୍ଷାନୁଷ୍ଠାନ ବନ୍ଦ ହୋଇଯାଇଛି ଏବଂ ଏହା ଫଳରେ ଏହି ସବୁ ଅନଲାଇନ ପାଠ୍ୟକ୍ରମର ଚାହିଦା ବଢ଼ିବାରେ ଲାଗିଛି । ଚଳିତ ଶିକ୍ଷାବର୍ଷରେ, କେବଳ ମାର୍ଚ୍ଚ 23ରୁ 27 ତାରିଖ ମଧ୍ୟରେ, ମାତ୍ର ପାଞ୍ଚ ଦିନ ଭିତରେ ବିଭିନ୍ନ ଅନଲାଇନ ପାଠ୍ୟକ୍ରମ ପାଇଁ ପ୍ରାୟ 50 ହଜାର ଛାତ୍ରଛାତ୍ରୀ ନାମ ପଞ୍ଜୀକରଣ କରାଇଛନ୍ତି ।

ଏହି ସମଗ୍ର ଯୋଜନାର ସବୁଠାରୁ ଭଲ ଦିଗଟି ହେଲା ଏହି ସମସ୍ତ ପାଠ୍ୟକ୍ରମ ମାଗଣାରେ ଉପଲବ୍ଧ !

- ପ୍ରାୟ 50 ହଜାର ବ୍ୟକ୍ତି ନିଜ ନିଜ ଘରେ ବସି ଆରାମରେ ଏହି ସବୁ ପାଠ୍ୟକ୍ରମକୁ ‘ସ୍ବୟମ୍‌ପ୍ରଭା’ ନାମକ DTH ଡିଜିଟାଲ ଟିଭି ପ୍ଲାଟ୍‌ଫର୍ମରୁ ଟେଲିଭିଜନରେ ଦେଖିପାରୁଛନ୍ତି ।

- କେନ୍ଦ୍ର ସରକାରଙ୍କ ଘୋଷଣା ଅନୁସାରେ, ଏହି ସମୟ ମଧ୍ୟରେ ପ୍ରତିଦିନ ପ୍ରାୟ 43 ହଜାର ଲୋକ, ନ୍ୟାସନାଲ ଡିଜିଟାଲ ଲାଇବ୍ରେରୀ ପ୍ଲାଟ୍‌ଫର୍ମରେ ସେମାନଙ୍କ ନାମ ପଞ୍ଜୀକରଣ କରାଉଛି । ଯାହାକି ଅନ୍ୟ ଯେ କୌଣସି ସାଧାରଣ ଦିନ ତୁଳନାରେ ଦୁଇ ଗୁଣ ।

-କେନ୍ଦ୍ର ମାନବ ସମ୍ବଳ ବିଭାଗ ଘୋଷଣା କରିଛି ଯେ ବହୁସଂଖ୍ୟକ ଛାତ୍ରଛାତ୍ରୀ ରାଷ୍ଟ୍ରୀୟ ଶୈକ୍ଷିକ ଅନୁସନ୍ଧାନ ଏବଂ ଗବେଷଣା ପରିଷଦ ବା NCERT ପ୍ରଣୀତ ଦୀକ୍ଷା, ଇ-ପାଠଶାଳା, ଇ-ଟାକ୍‌ଟିକ୍‌ସ, ଭର୍ଚୁଆଲ୍‌ ଲ୍ୟାବ୍ସ ଏବଂ ରୋବୋଟିକ ଏଜୁକେସନ୍‌ ପାଇଁ ସ୍ବତନ୍ତ୍ର ଭାବେ ପ୍ରସ୍ତୁତ ସ୍ପୋକନ୍‌ ଟ୍ୟୁଟୋରିଆଲ୍‌ସର ଉପଯୋଗ କରୁଛନ୍ତି ।

ABOUT THE AUTHOR

...view details