ଓଡିଶା

odisha

By

Published : Jun 5, 2020, 7:33 PM IST

ETV Bharat / bharat

ଏମଏସଏମଇ ସେକ୍ଟର ଉପରେ କୋରୋନାର ପ୍ରଭାବ

ବିଭିନ୍ନ ଶିଳ୍ପ ଉପରେ ମହାମାରୀ କୋରୋନାର ପ୍ରଭାବ ପଡିଛି । ନିକଟରେ ବିଶ୍ବ ବାଣିଜ୍ୟ ସଂସ୍ଥାର ସେକ୍ରେଟାରୀଏଟ୍ ପକ୍ଷରୁ କୋରୋନାର ପ୍ରଭାବ ସମ୍ପର୍କରେ ଏକ ରିପୋର୍ଟ ଦିଆଯାଇଥିଲା । ଏଥିରେ କୋଭିଡ-19 କିପରି ଅଣୁ, କ୍ଷୁଦ୍ର ଓ ମଧ୍ୟମ ଧରଣର ବ୍ୟବସାୟକୁ ପ୍ରଭାବିତ କରିଛି ତାହା ଉପରେ ଆଲୋଚନା କରାଯାଇଥିଲା । ଅଧିକ ପଢନ୍ତୁ....

ଏମଏସଏମଇ ସେକ୍ଟର ଉପରେ କୋରୋନାର ପ୍ରଭାବ
ଏମଏସଏମଇ ସେକ୍ଟର ଉପରେ କୋରୋନାର ପ୍ରଭାବ

ହାଇଦ୍ରାବାଦ: କୋଭିଡ 19 ଯୋଗୁଁ ସମସ୍ତ ସେକ୍ଟର ପ୍ରଭାବିତ ହୋଇଛନ୍ତି । ସମଗ୍ର ବିଶ୍ବର ଆର୍ଥିକ ସ୍ଥିତି ଦୋହଲିଯାଇଛି । ବିଭିନ୍ନ ଶିଳ୍ପ ଉପରେ ଏହି ମହାମାରୀର ପ୍ରଭାବ ପଡିଛି । ନିକଟରେ ବିଶ୍ବ ବାଣିଜ୍ୟ ସଂସ୍ଥାର ସେକ୍ରେଟାରୀଏଟ୍ ପକ୍ଷରୁ କୋରୋନାର ପ୍ରଭାବ ସମ୍ପର୍କରେ ଏକ ରିପୋର୍ଟ ଦିଆଯାଇଥିଲା । ଏଥିରେ କୋଭିଡ-19 କିପରି ଅଣୁ, କ୍ଷୁଦ୍ର ଓ ମଧ୍ୟମ ଧରଣର ବ୍ୟବସାୟକୁ ପ୍ରଭାବିତ କରିଛି ତାହା ଉପରେ ଆଲୋଚନା କରାଯାଇଥିଲା ।

ଏହି ବିଭାଗ ଅଧିକାଂଶ ରାଷ୍ଟ୍ରର ମେରୁଦଣ୍ଡ କହିଲେ ଭୁଲ ହେବନି । କାରଣ ସମଗ୍ର ବିଶ୍ବର ସମସ୍ତ କମ୍ପାନୀ ମଧ୍ୟରୁ ପ୍ରାୟ 95 ପ୍ରତିଶତ ଏମଏସଏମଇ ସେକ୍ଟର ଅଧିନରେ ଆସନ୍ତି । ସେହିପରି ଏହି ସେକ୍ଟର ବିଶ୍ବରେ 60 ପ୍ରତିଶତ ରୋଜଗାର ଯୋଗାଇଥାଏ । ଏହି ବିଭାଗରେ ଅଧିକାଂଶ ସେକ୍ଟର ବିଦେଶ କମ୍ପାନୀ ଉପରେ ନିର୍ଭର କରିଥାନ୍ତି । କାରଣ ସେମାନେ ବାହାରୁ ନିଜ ପ୍ରଡକ୍ଟ ପାଇଁ ସାମଗ୍ରୀ ମଗାଇବା ସହ ରପ୍ତାନୀ କରି ବିଦେଶୀ କମ୍ପାନୀଙ୍କ ବ୍ୟବସାୟ ମଧ୍ୟ ଚଲାଇଥାନ୍ତି । ଏହି କ୍ଷେତ୍ରରେ ଅଧିକ ମହିଳା ଓ ଯୁବପିଢି ଦେଖିବାକୁ ମିଳନ୍ତି ।

ତେବେ ଏହି କ୍ଷେତ୍ରରେ ଆର୍ଥିକ ଉତ୍ସ ଖୁବ୍ କମ୍ । ସେହିପରି ଲକଡାଉନ ଯୋଗୁଁ ଯୋଗାଯୋଗ ଓ ଗମନାଗମନ ସମସ୍ୟା ଦ୍ବାରା ଏହା ପ୍ରଭାବିତ ହୋଇଛି । ସାମାଜିକ ଦୂରତାର ପ୍ରଭାବ ଏହାର କର୍ମଚାରୀଙ୍କ ଉପରେ ପଡିଛି । ସେହିପରି କୃଷି ଓ ଶିଳ୍ପ କ୍ଷେତ୍ରରେ କଟକଣା ଯୋଗୁଁ ମଧ୍ୟ ଅଣୁ, କ୍ଷୁଦ୍ର ଓ ମଧ୍ୟମ ସେକ୍ଟରରେ ବିପୁଳ କ୍ଷତି ଦେଖାଦେଇଛି । ଏମଏସଏମଇ ସେକ୍ଟର ମୁଖ୍ୟତଃ ସପ୍ଲାଇ ଚେନ୍ ଉପରେ ନିର୍ଭର କରେ । କଟକଣା ଯୋଗୁଁ ରପ୍ତାନୀ ଓ ଆମଦାନୀ ବନ୍ଦ ଫଳରେ ଏହାର ବ୍ୟବସାୟରେ ଲାଭ କମିଛି । ସେହିପରି ବିଦେଶରୁ ଅତ୍ୟାବଶ୍ୟକୀୟ ଉତ୍ପାଦନ ଆଣିବା ସମ୍ଭବ ହୋଇନାହିଁ ।

ପୂର୍ବରୁ ଏହି ବିଭାଗ ଅନେକ ସମସ୍ୟାରେ ଗତି କରୁଥିଲା । କୋଭିଡ 19 ଏହା ଉପରେ ବେଡି ଉପରେ କୋରୋଡା ମାଡ ଭଳି ହୋଇଛି । ବିଭିନ୍ନ ଦେଶରେ ସରକାରଙ୍କ ପକ୍ଷରୁ ଏହି କ୍ଷେତ୍ର ପାଇଁ ଅନେକ ପ୍ରକାର ସହାୟତା ଘୋଷଣା ହୋଇଛି । ଭାରତ ସରକାର କ୍ରମାଗତ ଭାବେ ଏହି ସେକ୍ଟରକୁ ପ୍ୟାକେଜ ଦେଇଚାଲିଛନ୍ତି । ପୂର୍ବରୁ ଅନେକ ସହାୟତା ଦେଇଥିବାବେଳେ ନିକଟରେ ଆତ୍ମନିର୍ଭର ପ୍ୟାକେଜ ଘୋଷଣା କରିଛନ୍ତି । ଯେଉଁଥିରେ ଏହି ସେକ୍ଟରୁ ଆର୍ଥିକ ସହାୟତା ଦିଆଯାଇଛି । ଏହି ସମୟରେ ଏମଏସଏମଇକୁ ଡିଜିଟାଲ ଓ ଇ କମର୍ସ ଉପରେ ଅଧିକ ନିର୍ଭର କରିବାକୁ ପଡିବ । ଏହାସହ ନିଜ କାରବାର ନିୟମିତ କରିବା ସହ ଏହାକୁ ସୁଲଭ ମୂଲ୍ୟରେ ସମସ୍ତ ଉତ୍ପାଦ ତିଆରି କରିବା ଉପରେ ନିଷ୍ପତ୍ତି ନେବାକୁ ପଡିବ ବୋଲି ବିଶେଷଜ୍ଞମାନେ ପରାମର୍ଶ ଦେଇଛନ୍ତି ।

ABOUT THE AUTHOR

...view details