ଓଡିଶା

odisha

ETV Bharat / bharat

ପିଲାଙ୍କୁ ଏଡସ୍‌ ବିଷୟରେ ଭୁଲ ତଥ୍ୟ ଦେଉଛନ୍ତି କେରଳ ସରକାର - National

କେରଳର ଦଶମ ଶ୍ରେଣୀ ପିଲାଙ୍କ ପାଠ୍ୟ ପୁସ୍ତକରେ ଏଡସ୍‌ ସମ୍ବନ୍ଧରେ ଭୁଲ ସୂଚନା ଦିଆଯାଇଥିବା ନଜର ଆସିଛି । ପିଲାଙ୍କ ପଢା ବହିରେ ଉଲ୍ଳେଖ ହୋଇଛି ଯେ ବିବାହ ପୂର୍ବରୁ ସମ୍ପର୍କ ରଖିଲେ କିମ୍ବା ବିବାହ ପର ପରକୀୟା ପ୍ରୀତିରେ ଯୌନ ସମ୍ପର୍କ ରଖିବା ଦ୍ୱାରା ଏଡସ୍‌ ବ୍ୟାପିଥାଏ । ଯାହା ଏକ ଭୁଲ ତଥ୍ୟ ।

ଫଟୋ ସୌଜନ୍ୟ: ସୋସିଆଲ ମିଡିଆ/@ଟ୍ୱିଟର

By

Published : Mar 6, 2019, 11:12 AM IST

ତିରୁଅନନ୍ତପୁରମ: ଏଡସ୍‌ କିପରି ବ୍ୟାପିଥାଏ ? ଏହାର ଉତ୍ତର ହୁଏତ ଆପଣ ଜାଣିଥିବେ । କେରଳ ସରକାର ବୋଧହୁଏ ଜାଣିନାହାନ୍ତି । ଅଥବା ତାଙ୍କ ବିଚାରରେ ଏହାର ଅଲଗା କାରଣ ରହିଛି । କାହିଁକି ନା କେରଳ ସରକାର ପିଲାଙ୍କ ପାଠ୍ୟ ପୁସ୍ତକରେ ଏହା ବିଷୟରେ ଭୁଲ ତଥ୍ୟ ଦେଇଛନ୍ତି । ଆଉ ଏହା ଏପରି ଏକ ଭୁଲ ଯାହା ଶୁଣିଲେ ହୁଏତ ଆପଣ ନିଜ ହସ ରୋକିପାରିବେ ନାହିଁ ।

ପ୍ରକୃତରେ କେରଳର ଦଶମ ଶ୍ରେଣୀ ପିଲାଙ୍କ ପାଠ୍ୟ ପୁସ୍ତକରେ ଭୁଲ ସୂଚନା ଦିଆଯାଇଥିବା ନଜର ଆସିଛି । ପିଲାଙ୍କ ପଢା ବହିରେ ଉଲ୍ଳେଖ ହୋଇଛି ଯେ ବିବାହ ପୂର୍ବରୁ ସମ୍ପର୍କ ରଖିଲେ କିମ୍ବା ବିବାହ ପର ପରକୀୟା ପ୍ରୀତିରେ ଯୌନ ସମ୍ପର୍କ ରଖିବା ଦ୍ୱାରା ଏଡସ୍‌ ବ୍ୟାପିଥାଏ । ଯାହା ଏକ ଭୁଲ ତଥ୍ୟ । ଏଥିରେ ଏଡସ୍‌ ବ୍ୟାପିବାର 4ଟି କାରଣ ଦର୍ଶାଯାଇଛି । ପ୍ରଥମ 3ଟି ସଠିକ ଥିବାବେଳେ ଶେଷ କାରଣ ଭୁଲ ରହିଛି । ଦଶମ ଶ୍ରେଣୀ ପିଲାଙ୍କ ଶରୀର ବିଜ୍ଞାନ ପୁସ୍ତକର 60 ନମ୍ବର ପୃଷ୍ଠାରେ ଏପରି ଉଲ୍ଲେଖ କରାଯାଇଛି ।

ଏପରିକି ଏହି ପୃଷ୍ଠାରେ ଏହିସବୁ କାରଣକୁ ଗ୍ରାଫିକ୍ସ ଦ୍ବାରା ପ୍ରକାଶ କରାଯାଇଛି । ଏହି ପୁସ୍ତକକୁ ପ୍ରକାଶ କରିଛି କେରଳ ସରକାରଙ୍କ ଶିକ୍ଷା ବିଭାଗ । ଷ୍ଟେଟ କାଉନସିଲ ଅଫ୍‌ ଏଜୁକେସନ ରିସର୍ଚ୍ଚ ଆଣ୍ଡ ଟ୍ରେନିଂ(ଏସସିଇଆରଟି) ଏହି ବହିର ପ୍ରକାଶନ ଦାୟିତ୍ବରେ ଅଛି । ଏହି ବହି 2015-16 ଶିକ୍ଷାବର୍ଷରୁ ପ୍ରକାଶ ପାଇଲାଣି । ଅର୍ଥାତ ଗତ 3 ବର୍ଷ ହେଲା ପିଲା ଏହାକୁ ପଢି ଆସୁଥିବାବେଳେ ଏହା ଉପରେ କାହାରି ନଜର ପଡିନାହିଁ । ଏଡସ୍‌ ଭଳି ମାରାତ୍ମକ ରୋଗ ବିଷୟରେ ସରକାରଙ୍କ ଏପରି ବେପାରୁଆ ମନୋଭାବକୁ ଚାରିଆଡେ ସମାଲୋଚନା କରାଯାଇଛି ।

ଏହି ଭୁଲର ଫଟୋ ଉଠାଇ ପଲକ୍କଡର ଅରୁଣ ନାମକ ଜଣେ ଡାକ୍ତର ସୋସିଆଲ ମିଡିଆରେ ପୋଷ୍ଟ କରିବା ପରେ ଏହା ସମ୍ପର୍କରେ ଜଣାପଡିଥିଲା । ଏବେ ଏହି ଖବରକୁ ନେଇ ଲୋକେ ବିଭିନ୍ନ ପ୍ରତିକ୍ରିୟା ଦେଇଛନ୍ତି । ବହୁ ଡାକ୍ତରଙ୍କ ସମେତ ଅନେକ ଟ୍ବିଟର ବ୍ୟବହାରକାରୀ ସୋସିଆଲ ମିଡିଆରେ ଏହାକୁ ସେୟାର କରି କେରଳ ସରକାରଙ୍କୁ ସମାଲୋଚନା କରିଛନ୍ତି ।

ଏପରିକି କେତେକ ଏହି ଖବର ଉପରେ ସରକାରଙ୍କୁ ଟ୍ରୋଲ କରିଛନ୍ତି । ଜଣେ ୟୁଜର ଲେଖିଛନ୍ତି ଏଡସ୍‌ ଭୂତାଣୁ କିପରି ଜାଣିବ ଜଣେ ଦମ୍ପତ୍ତି ବିବାହ କରିଛନ୍ତି ନା ନାହିଁ । ଆଉ ଜଣେ ଲେଖିଛନ୍ତି ଏଡସ୍‌ ଭୂତାଣୁ ମଧ୍ୟ ୟଙ୍ଗ ଜେନେରେସନ ଭଳି ଚାଲାକ ହୋଇଗଲାଣି। ତେବେ ଏହି ଭୁଲକୁ ଠିକ କରାଯାଇ ଆଗାମୀ ସଂସ୍କରଣରେ ସଂଶୋଧିତ ଲେଖା ଆସିବ ବୋଲି ଏସସିଇଆରଟିର ଜଣେ ରିସର୍ଚ୍ଚ ଅଧିକାରୀ ସୂଚନା ଦେଇଛନ୍ତି।

ABOUT THE AUTHOR

...view details