ଓଡିଶା

odisha

ETV Bharat / bharat

ଖବର କାଗଜରେ ଖାଦ୍ୟ ଖାଉଛନ୍ତି କି ? ହୋଇପାରେ କ୍ୟାନ୍ସର - ଜୀବନଶୈଳୀ ଖବର

ଆମେ କୌଣସି ଖାଦ୍ୟ ପଦାର୍ଥ କାହାକୁ ଦେବା ସମୟରେ କାଗଜରେ ଗୁଡାଇ ଦେଇଥାଉ। କିନ୍ତୁ ଏବେଠୁ ଏହି ବଦଅଭ୍ୟାସରୁ ସାବଧାନ ହୋଇଯାଆନ୍ତୁ । ଏହି ଗୁଣ ଆପଣଙ୍କୁ ଦେଇପାରେ ସାଙ୍ଘାତିକ ରୋଗ ।

ଖବର କାଗଜରେ ଖାଦ୍ୟ ଖାଉଛନ୍ତି କି ? ହୋଇପାରେ କ୍ୟାନସର

By

Published : Nov 13, 2019, 3:25 PM IST

ହାଇଦ୍ରାବାଦ: ବାହାରେ ତେଲ ଭାଜି ହେଉ କି ମଟର ଭଜା ଏସବୁ ଖାଇବା ସମୟରେ ସାଧାରଣତଃ ଦୋକାନୀ ହାତକୁ ଏକ କାଗଜ ଠୁଙ୍ଗାଟିଏ ବଢାଇଦେଇଥାଏ। ଆମେ ବି କୌଣସି ଖାଦ୍ୟ ପଦାର୍ଥ କାହାକୁ ଦେବା ସମୟରେ କାଗଜରେ ଗୁଡାଇ କି ଦେଇଥାଉ। କିନ୍ତୁ ଏବେଠୁ ଏହି ବଦଅଭ୍ୟାସରୁ ସାବଧାନ ହୋଇଯାଆନ୍ତୁ। ଏହି ଗୁଣ କାହାପାଇଁ କ୍ୟାନ୍ସର ଆଣିପାରେ ।

କାରଣ ଗରମ ଗରମ ସିଙ୍ଗେଡା ହେଉକି ବରା ସେ ସମୟରେ ଆମେ ଖାଦ୍ୟ ଜିନିଷ ଉପରେ ବେଶି ଧ୍ୟାନ ଦେଇଥାଉ। ହେଲେ କେବେ ବି ଖବର କାଗଜରେ ଗୁଡା ହୋଇଥିବା ଖାଦ୍ୟକୁ ଖାଆନ୍ତୁ ନାହିଁ। କାରଣ କାଗଜରେ ବ୍ୟବହାର ହେଉଥିବା ପ୍ରିଣ୍ଟିଂ ଇଙ୍କ ଖାଦ୍ୟ ସହ ଆମ ଶରୀର ଭିତରକୁ ଯାଇଥାଏ। ଯାହାକୁ ଖାଇବା ଦ୍ବାରା ବିଷାକ୍ତ ପଦାର୍ଥ ପେଟ ଭିତରକୁ ଯିବା ସହ ପେଟ ଯନ୍ତ୍ରଣା ବଢାଇଦେବ।

କେବେ ବି ଅଫିସକୁ ଖାଦ୍ୟ ପଦାର୍ଥକୁ ଖବରକାଜରେ ଗୁଡାଇ କି ନେବେନି। ଏହି ଖାଦ୍ୟ ଖାଇବା ଫଳରେ ଆପଣଙ୍କ ଶରୀରର ବିକାଶ କମିଯିବ। ଏପରିକି ପିଲାମାନେ ଗରମ ଖାଦ୍ୟ ଖବରକାଗଜରେ ଖାଇଲେ ଶାରୀରିକ ଅଭିବୃଦ୍ଧି କମିଯିବ।

2016 ମସିହାରେ ଦେଶର ଖାଦ୍ୟ ସୁରକ୍ଷା ଆଇନ ଏଫଏସଏସଏଆଇର ଖବରକାଗଜରେ ଖାଦ୍ୟ ଗୁଡେଇ ଖାଇବା କ୍ଷତିକାରକ ବୋଲି ସତର୍କ କରାଇଥିଲା। ଏଫଏସଏସଏଆଇର କହିବା ଅନୁସାରେ ଖବରକାଗଜରେ ଥିବା ବିଭିନ୍ନ କାରକ ଯାହା ବ୍ୟକ୍ତି ଶରୀର ଭିତରକୁ ପ୍ରବେଶ କରି କ୍ୟାନସର ଭଳି ମାରାତ୍ମକ ରୋଗ ସୃଷ୍ଟି କରେ।

ପ୍ରକାଶ ପାଉଥିବା ଖବରକାଗଜରେ ବିଭିନ୍ନ ପ୍ରକାରର କ୍ଷତିକାରକ ପିଗମେଣ୍ଟ,ଡାଇଜ୍ ଥାଏ ଯାହା ପେଟ ସଂକ୍ରମଣ କରିଥାଏ। ଏପରିକି କାଗଜରେ ରଖାଯାଇଥିବା ଖାଦ୍ୟ ଆଖି ସମସ୍ୟା ଉପୁଯାଇଥାଏ। କେବଳ ଏତିକି ନୁହେଁ ଏହା ଆମର ହଜମ ଶକ୍ତିକୁ ମଧ୍ୟ ହ୍ରାସ କରିଥାଏ। ଗବେଷକମାନଙ୍କ କହିବା ଅନୁସାରେ ଏହି ଅସୁବିଧା ଶରୀରରେ ହର୍ମୋନାଲ ବାଲାନ୍ସକୁ କ୍ଷତି ପହଞ୍ଚାଇଥାଏ।

ABOUT THE AUTHOR

...view details