ହାଇଦ୍ରାବାଦ: ଦେବଙ୍କର ଦେବ ମହାଦେବ । ଭକ୍ତଙ୍କ ଉପରେ କ୍ଷଣିକରେ ପ୍ରସନ୍ନ ହୁଅନ୍ତି ଭୋଳା ବାବା । ଆଉ ପ୍ରସନ୍ନ ହୋଇ କରନ୍ତି ସମସ୍ତ ମନୋସ୍କାମନା ପୂର୍ଣ୍ଣ । ତେବେ ଶାସ୍ତ୍ରରେ ଭଗବାନ ଶିବଙ୍କୁ ପ୍ରସନ୍ନ କରିବା ପାଇଁ ଅନେକ ଉପାୟ ରହିଛି । ତେବେ ଆସନ୍ତୁ ଜାଣିବା ମନସ୍କାମନା ପୂରଣ କରିବା ପାଇଁ କେମିତି କରିବେ ଭୋଳା ବାବାଙ୍କୁ ପ୍ରସନ୍ନ ।
ଶୀଘ୍ର ବିବାହ ପାଇଁ
କୁହାଯାଏ ସୃଷ୍ଟିର କୋଣ-ଅନୁକୋଣରେ ମହାଦେବଙ୍କର ବାସ । ଭଗବାନ ଶିବ ଏପରି ଦେବତା ଯିଏ ଖୁବ୍ ଶୀଘ୍ର ପ୍ରସନ୍ନ ହୋଇଥା’ନ୍ତି । ଯଦି ଆପଣଙ୍କୁ ବିବାହରେ କୌଣସି ସମସ୍ୟା ଦେଖାଦେଉଛି ତେବେ ମହାଶିବରାତ୍ରୀରେ ଆଖୁ ରସରେ ଶିବଙ୍କୁ ଅଭିଷେକ କରନ୍ତୁ । ଏହାଦ୍ବାରା ଶୀଘ୍ର ବିବାହ ଯୋଗ ଫିଟିଥାଏ ।
ପାପରୁ ମୁକ୍ତି ପାଇଁ
ମହାଶିବରାତ୍ରୀରେ ଭକ୍ତି ଭାବରେ ଶିବଲିଙ୍ଗରେ ମହୁ ଅଭିଷେକ କରନ୍ତୁ । ସମସ୍ତ ପାପରୁ ମୁକ୍ତି ମିଳିବ । ଏହାସହ ସମସ୍ତ ଋଣ ଭାର ମଧ୍ୟ ଦୂର ହେବ ।