ଓଡିଶା

odisha

ETV Bharat / bharat

ବିଶ୍ବର ଦ୍ବିତୀୟ ବ୍ରହ୍ମଦେବ ମନ୍ଦିର...ପଢନ୍ତୁ କେଉଁଠି - ବ୍ରହ୍ମଦେବ ମନ୍ଦିର

ରାଜସ୍ଥାନ ପରେ ବିଶ୍ବରେ ଦ୍ବିତୀୟ ବ୍ରହ୍ମା ମନ୍ଦିର ମଧ୍ୟପ୍ରଦେଶର ଖଜୁରାହୋରେ ରହିଛି । ଯାହା ବ୍ରହ୍ମଦେବ ନାଁରେ ସାରା ବିଶ୍ବରେ ପ୍ରସିଦ୍ଧ ।

ଫଟୋ ସୌଜନ୍ୟ: ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

By

Published : Aug 9, 2019, 2:05 AM IST

ଭୋପାଳ: ରାଜସ୍ଥାନରର ପୁଷ୍କରରେ ଭଗବାନ ବ୍ରହ୍ମାଙ୍କର ଏକମାତ୍ର ମନ୍ଦିର ରହିଛି । ଯେଉଁଠି ତାଙ୍କର ପୂଜା କରାଯାଏ । ଏହା ବ୍ୟତୀତ ପୁରା ଦୁନିଆରେ ଆଉ କେଉଁଠି ବ୍ରହ୍ମାଙ୍କର ମନ୍ଦିର ନାହିଁ । କିମ୍ବା ତାଙ୍କୁ ଆଉ କେଉଁଠି ମଧ୍ୟ ପୂଜା କରାଯାଏ ନାହିଁ ।

ସେହିଭଳି ମଧ୍ୟପ୍ରଦେଶର ଖଜୁରାହୋରେ ଏମିତି ଏକ ମନ୍ଦିର ଅଛି ଯେଉଁଠି ବ୍ରହ୍ମା ଓ ଶିବ ଏକାଠି ପୂଜା ପାଆନ୍ତି । ଯିଏ ମାନସିକ ରଖି ଏଠାରେ ପୂଜା ପାଠ କରିଥାଏ, ଭଗବାନ ତାର ସବୁ ମନସ୍କାମନା ପୂର୍ଣ୍ଣ କରିଥାନ୍ତି । ଏହି ମନ୍ଦିରକୁ ଭଗବାନ ବ୍ରହ୍ମାଦେବଙ୍କ ନାଁରେ ଜଣାଯାଇଥାଏ । କିନ୍ତୁ ଏଠାରେ ଏକ ବଡ ଶିବ ଲିଙ୍ଗ ରହିଛି । ଯେଉଁଥିରେ ଚାରି ପଟୁ ମୁହଁ ବାହାରିଛି । ଏଥିପାଇଁ ଲୋକେ ବ୍ରହ୍ମାଦେବଙ୍କ ନାଁରେ ଏହି ମନ୍ଦିରକୁ ପୂଜା କରିଥାନ୍ତି ।

ଫଟୋ ସୌଜନ୍ୟ: ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ମନ୍ଦିରଟି ଗ୍ରାନାଇଟ ପଥରରେ ତିଆରି ହୋଇଥିବା ବେଳେ ଏହା ଖଜୁରାହୋର ସବୁଠାରୁ ପ୍ରାଚୀନତମ ମନ୍ଦିର ଭିତରୁ ଗୋଟିଏ । ତେବେ ଅନ୍ୟ ପର୍ଯ୍ୟଟନସ୍ଥଳୀ ଅପେକ୍ଷା ଏଠାକୁ ପର୍ଯ୍ୟଟକମାନେ କମ ସଂଖ୍ୟାରେ ଆସିଥାନ୍ତି । ଯଦି ଠିକ ଭାବେ ଏହି ମନ୍ଦିରର ପ୍ରସାର ପ୍ରଚାର ନହୁଏ ତେବେ ଏଠାକୁ ପର୍ଯ୍ୟଟକମାନେ ଆସିବା ବନ୍ଦ କରିଦେବେ ।

ABOUT THE AUTHOR

...view details