ହାଇଦ୍ରାବାଦ: ଶିକ୍ଷା କ୍ଷେତ୍ରରେ ହୁଏତ ଭାରତ ଆଜି ଅନେକ ଦେଶ ତୁଳନାରେ ପଛରେ ରହିଛି । ମାତ୍ର ଗୋଟିଏ ସମୟ ଥିଲା ଯେବେ ହିନ୍ଦୁସ୍ତାନ ଶିକ୍ଷାର କେନ୍ଦ୍ର ଭାବରେ ପରିଚିତ ଥିଲା । ଭାରତରେ ହିଁ ବିଶ୍ବର ପ୍ରଥମ ବିଶ୍ବ ବିଦ୍ୟାଳୟ ଖୋଲିଥିଲା । ଯାହା ନାଳନ୍ଦା ବିଶ୍ବ ବିଦ୍ୟାଳୟ ନାମରେ ଜଣାଯାଏ ।
ପ୍ରାଚୀନ ନାଳନ୍ଦା ବିଶ୍ବ ବିଦ୍ୟାଳୟର ସ୍ଥାପନା ଗୁପ୍ତ କାଳ ଅର୍ଥାତ ପଞ୍ଚମ ଶତାବ୍ଦୀରେ ହୋଇଥିଲା । କିନ୍ତୁ 1193ରେ ଆକ୍ରମଣ ପରେ ଏହାକୁ ଧ୍ବସଂ କରି ଦିଆଯାଇଥିଲା ।
ବିହାର ସ୍ଥିତ ନାଳନ୍ଦାରେ ଥିବା ଏହି ବିଶ୍ବବିଦ୍ୟାଳୟରେ ଅଷ୍ଟମ ଶତାବ୍ଦୀରୁ ଦ୍ବାଦଶ ଶତାବ୍ଦୀ ମଧ୍ୟରେ ବିଶ୍ବର ଅନେକ ଦେଶରୁ ଛାତ୍ର ଅଧ୍ୟୟନ ପାଇଁ ଆସୁଥିଲେ । ଏହି ବିଶ୍ବବିଦ୍ୟାଳୟରେ ପ୍ରାୟ 10 ହଜାର ଛାତ୍ର ପଢୁଥିଲେ । ଯେଉଁଠିକୁ ଭାରତର ଛାତ୍ରଙ୍କ ବ୍ୟତୀତ କୋରିଆ, ଜାପାନ, ଚୀନ, ଇଣ୍ଡୋନେସିଆ, ତୁର୍କୀରୁ ମଧ୍ୟ ଛାତ୍ର ଆସିଥିଲେ। ଏଠାରେ ପ୍ରାୟ ଦୁଇ ହଜାର ଶିକ୍ଷକ ପାଠ ପଢାଉଥିଲେ।
ଏହି ବିଶ୍ବବିଦ୍ୟାଳୟର ସ୍ଥାପନା ଶାସକ କୁମାରଗୁପ୍ତ ପ୍ରଥମ(450-470) କରିଥିଲେ । ଏହା ନବମ ଶତାବ୍ଦୀରୁ ଦ୍ବାଦଶ ଶତାବ୍ଦୀ ପର୍ଯ୍ୟନ୍ତ ଅର୍ନ୍ତରାଷ୍ଟ୍ରୀୟ ସ୍ତରରେ ଖ୍ୟାତି ପ୍ରାପ୍ତ କରିଥିଲା । କିନ୍ତୁ ଏହା ଏବେ ଏକ ଭଗ୍ନାବଶେଷ । ଯେଉଁଠିକୁ ସମଗ୍ର ବିଶ୍ବର ପ୍ରର୍ଯ୍ୟଟକ ବୁଲିବା ପାଇଁ ଆସିଥାଆନ୍ତି ।