ଓଡିଶା

odisha

ETV Bharat / bharat

wwwକୁ 30 ବର୍ଷ, ଗୁଗୁଲ ଡୁଡୁଲରେ ମିଳିଲା ସ୍ଥାନ - doodle

ୱାଲର୍ଡ ୱାଇଡ ୱେବ(WWW)କୁ ପୂରିଲା 30 ବର୍ଷ । ଗୁଗୁଲ ଡୁଡୁଲ ମାଧ୍ୟମରେ ୱାଲର୍ଡ ୱାଇଡ ୱେବକୁ ଶୁଭେଚ୍ଛା ଜଣାଇଛି ।

ଫଟୋ ସୌଜନ୍ୟ: ଗୁଗୁଲ

By

Published : Mar 12, 2019, 3:12 PM IST

ନୂଆଦିଲ୍ଲୀ: ୱାଲର୍ଡ ୱାଇଡ ୱେବ(WWW)କୁ ପୂରିଲା 30 ବର୍ଷ । ଆଜି ଗୁଗୁଲ ଡୁଡୁଲ ମାଧ୍ୟମରେ ୱାଲର୍ଡ ୱାଇଡ ୱେବକୁ ଶୁଭେଚ୍ଛା ଜଣାଇଛି । ସାରା ବିଶ୍ବର ସୂଚନା କିପରି WWWରେ ମିଳିପାରୁଛି ତାର ଏକ ପ୍ରତିକାତ୍ମକ ଚିତ୍ର ଉପସ୍ଥାପନ କରିଛି ଗୁଗୁଲ ।

ୱାଲର୍ଡ ୱାଇଡ ୱେବକୁ ସାଧାରଣତଃ ୱେବ କୁହାଯାଇଥାଏ । ହାଇପରଟେକ୍ସଟ ଦସ୍ତାବିଜକୁ ଇଣ୍ଟରନେଟ୍ ଦ୍ବାରା ପାଇବା ପାଇଁ ଏହା ଏକ ପ୍ରଣାଳୀ ଅଟେ । କୌଣସି ୱେବ ବ୍ରାଉଜରରେ ଆମେ ଫଟୋ, ଭିଡିଓ କିମ୍ବା କୌଣସି ସୂଚନା ପାଇଁ ୱେବର ସହାୟତା ନେଇଥାଉ ।

ତେବେ 1989 ମସିହାରେ ଟିମ୍ ବାର୍ଣ୍ଣେସ ଲି wwwର ଆବିଷ୍କାର କରିଥିଲେ । ପରେ 1992 ମସିହାରେ ଆନୁଷ୍ଠାନିକ ଭାବେ ବ୍ୟବହାର ଆରମ୍ଭ ହୋଇଥିଲା । ସାରା ବିଶ୍ବରେ wwwକୁ ପରିଚିତ କରାଇବାରେ ବାର୍ଣ୍ଣେସ ଲି ମୁଖ୍ୟ ଭୂମିକା ଗ୍ରହଣ କରିଥିଲେ ।

ABOUT THE AUTHOR

...view details