ଓଡିଶା

odisha

ETV Bharat / bharat

ଆଜି ବିଶ୍ବ ଆଦ୍ରଭୂମି ଦିବସ: ଜଳସଙ୍କଟ ସମୟରେ ସୁରକ୍ଷା ଜରୁରୀ - ବିଶ୍ବ ଆଦ୍ରଭୂମି ଦିବସ

ଆଜି ବିଶ୍ବ ଆଦ୍ରଭୂମି ଦିବସ(ୱେଟଲ୍ୟାଣ୍ଡ ଡେ)। ପ୍ରତିବର୍ଷ ଫେବୃୟାରୀ 2 ତାରିଖରେ ଏହାକୁ ପାଳନ କରାଯାଏ। ମଧୁର ଜଳଗୁଡିକ ଉତ୍ସର ପୁନରୁଦ୍ଧାର କରିବା ସହ ହ୍ରାସ ବନ୍ଦ ପାଇଁ ଲୋକଙ୍କୁ ସଚେତନ କରାଇବା।

ଫେବୃୟାରୀ 2, ବିଶ୍ବ ୱେଟଲ୍ୟାଣ୍ଡ ଡେ
ଫେବୃୟାରୀ 2, ବିଶ୍ବ ୱେଟଲ୍ୟାଣ୍ଡ ଡେ

By

Published : Feb 2, 2021, 11:38 AM IST

ହାଇଦ୍ରାବାଦ: ଆଜି ବିଶ୍ବ ଆଦ୍ରଭୂମି ଦିବସ(ୱେଟଲ୍ୟାଣ୍ଡ ଡେ)। ପ୍ରତିବର୍ଷ ଫେବୃୟାରୀ 2 ତାରିଖରେ ଏହାକୁ ପାଳନ କରାଯାଏ। ବିଶ୍ବ ସ୍ତରରେ ଏହାର ସଂରକ୍ଷଣ ପାଇଁ ସଚେତନତା ସୃଷ୍ଟି କରିବା ଦିବସ ପାଳନର ମୁଖ୍ୟ ଲକ୍ଷ୍ୟ। ଆଜି ରାମସର ସମ୍ମିଳନୀ 50 ତମ ବାର୍ଷିକୀ ପାଳନ କରୁଛି। ସର୍ବ ପ୍ରଥମେ 1971 ମସିହା ଫେବୃୟାରୀ 2 ତାରିଖରେ ଇରାନ କାସପିଆନ୍ ସାଗର କୂଳରେ ଏହା ପାଳନ କରାଯାଇଥିଲା।

ବିଶ୍ବ ୱେଟ ଲ୍ୟାଣ୍ଡ ଡେ' ର ମୁଖ୍ୟ ଥିମ୍ ହେଉଛି ମଧୁର ଜଳଗୁଡିକ ଉତ୍ସର ପୁନରୁଦ୍ଧାର କରିବା ସହ ହ୍ରାସ ବନ୍ଦ ପାଇଁ ଲୋକଙ୍କୁ ସଚେତନ କରାଇବା। ବର୍ତ୍ତମାନର ଜଳ ସଙ୍କଟ ସମୟରେ ଏହାର ସୁରକ୍ଷା ସହ ପ୍ରଚାର ଓ ପ୍ରସାର ନିହାତି ଜରୁରୀ ହୋଇପଡିଛି।

ତେବେ 2021ର ଏହି କ୍ୟାମ୍ପେନ ପୃଥିବୀରେ ମଧୁର ଜଳର ପରିମାଣ ଓ ଆଦ୍ରଭୂମିର ସୁରକ୍ଷାକୁ ଦର୍ଶାଉଛି। କାରଣ ଜଳ ଓ ଆଦ୍ରଭୂମି ଆମ ଜୀବନର ଏକ ଅବିଚ୍ଛେଦ୍ୟ ଅଙ୍ଗ। ଗ୍ରହର ସୁରକ୍ଷା ଓ ମଣିଷ ଜାତିର ମଙ୍ଗଳ ପାଇଁ ଏହା ଗୁରୁତ୍ବପୂର୍ଣ୍ଣ ଅଟେ।

ଆଦ୍ରଭୂମି କଣ ଓ ଏହାର ଗୁରୁତ୍ବ ?

ଏହା ହେଉଛି ସ୍ଥଳ ଅଞ୍ଚଳ ଯାହା ସ୍ଥାୟୀ କିମ୍ବା ଜଳରେ ପରିପୂର୍ଣ୍ଣ। ଆଭ୍ୟନ୍ତରୀଣ ଆଦ୍ରଭୂମିରେ ଜଳାଶୟ, ପୋଖରୀ, ହ୍ରଦ ଅନ୍ତର୍ଭୁକ୍ତ। ସେହିପରି ମାଛ ପୋଖରୀ,ଧାନ କ୍ଷେତ,ସଲ୍ଟ ପ୍ୟାନ ପ୍ରଭୃତି ମଣିଷ କୃତ ଆଦ୍ରଭୂମି। ଆର୍ଦ୍ରଭୂମି ସବୁଠୁ ବିବିଧ ଏବଂ ଉତ୍ପାଦନକାରୀ ଇକୋସିଷ୍ଟମ ମଧ୍ୟରେ ଅଛି ।

ମାନବ ବଞ୍ଚିବା ପାଇଁ ଆର୍ଦ୍ରଭୂମି ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ଯାହା ଜଳ ଏବଂ ଉତ୍ପାଦ ଯୋଗାଇଥାଏ ଯେଉଁଥିରେ ଅଗଣିତ ପ୍ରଜାତିର ଉଦ୍ଭିଦ ଏବଂ ପ୍ରାଣୀ ବଞ୍ଚିବା ପାଇଁ ନିର୍ଭର କରନ୍ତି ।

“ଇକୋସିଷ୍ଟମ୍ ସୁରକ୍ଷା” ପାଇଁ ଆର୍ଦ୍ରଭୂମିର ଭୂମିକା ଅପରିହାର୍ଯ୍ୟ। ଯାହା ମଧୁର ଜଳ ଯୋଗାଣ, ଖାଦ୍ୟ ଏବଂ ନିର୍ମାଣ ସାମଗ୍ରୀ ଏବଂ ଜୈବ ବିବିଧତା ଠାରୁ ଆରମ୍ଭ କରି ବନ୍ୟା ନିୟନ୍ତ୍ରଣ, ଭୂତଳ ଜଳ ସଂରକ୍ଷଣ ଏବଂ ଜଳବାୟୁ ପରିବର୍ତ୍ତନକୁ ରୋକିଥାଏ।

ABOUT THE AUTHOR

...view details