ଇମ୍ପାଲ: ମଣିପୁରରୁ ମିଳିଲା ଦ୍ବିତୀୟ ବିଶ୍ବଯୁଦ୍ଧ ବେଳର ଅସ୍ତ୍ରଶସ୍ତ୍ର । ଘର ତିଆରି ବେଳେ ମିଳିଲା ବିସ୍ଫୋରଣ ହୋଇନଥିବା ବୋମା । ମଣିପୁର ମୋରେହ ଅଞ୍ଚଳରୁ ଦ୍ବିତୀୟ ବିଶ୍ବଯୁଦ୍ଧ ସମୟରେ ବ୍ୟବହୃତ ହେଇଥିବା କିଛି ସାମଗ୍ରୀ ମିଳିଥିବା ନେଇ ସନ୍ଦେହ କରାଯାଉଛି ।
ମୋରେହ ୱାର୍ଡ ନଂ 9 ରେ ଘର ନିର୍ମାଣ ପାଇଁ ମାଟି ଖୋଲିବା ସମୟରେ27ଟି ବୋମା ସମେତ 43ଟି ଖାଲି ବୋମା ଏବଂ 15ଟି ଖାଲି ବାକ୍ସକୁ ଉଦ୍ଧାର କରାଯାଇଛି । ଗୁରବାର ମଧ୍ୟାହ୍ନ 12.30 ସମୟରେ ଖନନକାରୀ ଏହାକୁ ଦେଖିବା ପରେ ପୋଲିସକୁ ଖବର ଦେଇଥିଲେ ।