ଓଡିଶା

odisha

ETV Bharat / bharat

ବିଶ୍ବ ପର୍ଯ୍ୟଟନ ଦିବସ: ଜାଣନ୍ତୁ କିଏ ‘ହୋଷ୍ଟ କଣ୍ଟ୍ରି’ ଓ କ’ଣ ରହିଛି ଥିମ - ବିଶ୍ବ ପର୍ଯ୍ୟଟନ ଦିବସ 2019ର ଥିମ

କଳା, ଐତିହ୍ୟ, ସଂସ୍କୃତି ଓ ପରମ୍ପରା ସହ ଅଙ୍ଗାଅଙ୍ଗୀ ଭାବେ ଜଡିତ ବିଶ୍ବ । ପ୍ରତିବର୍ଷ ଏହି ସାଂସ୍କୃତିକ ଏକତାକୁ ସେପ୍ଟେମ୍ବର ମାସ 27 ତାରିଖରେ ‘ବିଶ୍ବ ପର୍ଯ୍ୟଟନ ଦିବସ’ ଭାବେ ଏକାଠି ପାଳନ କରେ ସାରା ବିଶ୍ବ।

ଡିଜାଇନ ଫଟୋ

By

Published : Sep 27, 2019, 12:40 PM IST

ହାଇଦ୍ରାବାଦ: କଳା, ଐତିହ୍ୟ, ସଂସ୍କୃତି ଓ ପରମ୍ପରା ସହ ଅଙ୍ଗାଅଙ୍ଗୀ ଭାବେ ଜଡିତ ବିଶ୍ବ । ପ୍ରତିବର୍ଷ ଏହି ସାଂସ୍କୃତିକ ଏକତାକୁ ସେପ୍ଟେମ୍ବର ମାସ 27 ତାରିଖରେ ‘ବିଶ୍ବ ପର୍ଯ୍ୟଟନ ଦିବସ’ ଭାବେ ଏକାଠି ପାଳନ କରେ ସାରା ବିଶ୍ବ । ବିଶ୍ବର କୋଣ ଅନୁକୋଣରେ ଏହି ଦିନ ବିଭିନ୍ନ କାର୍ଯ୍ୟକ୍ରମର ଆୟୋଜନ କରାଯାଏ । ଏଥିସହ ନିଜ କଳା ଓ ସଂସ୍କୃତିର ବିକାଶ ପାଇଁ ମଧ୍ୟ ଆରମ୍ଭ ହୁଏ ଅନେକ ପ୍ରୟାସ ।

ଏହି ଦିବସ ପାଳନ ପଛରେ ରହିଛି ଅନେକ ମହତ ଉଦ୍ଦେଶ୍ୟ । ଯେଉଁଥିରୁ ଗୋଟିଏ ହେଉଛି ଦେଶ ଦେଶ ମଧ୍ୟରେ କଳା ଓ ସଂସ୍କୃତିର ପ୍ରଚାର ଓ ପ୍ରସାର । ଏଥିସହ ଲୋକଙ୍କ ମଧ୍ୟରେ ସାଂସ୍କୃତିକ ଭାବ ବିନିମୟ କରି ସୁସମ୍ପର୍କ ସ୍ଥାପନ କରିବା । ତେବେ ପ୍ରତିବର୍ଷ ପାଳନ ହେଉଥିବା ଏହି ଦିନ ବିଷୟରେ ଜାଣିବା ପାଇଁ ରହିଛି କିଛି । ଯେପରିକି ‘ହୋଷ୍ଟ କଣ୍ଟ୍ରି’ ଓ ‘ଥିମ’।

ପ୍ରତିବର୍ଷ ବିଶ୍ବ ପର୍ଯ୍ୟଟନ ଦିବସ ପାଳନ ପାଇଁ ହୋଷ୍ଟ କଣ୍ଟ୍ରି ବା ଆୟୋଜକ ଦେଶ ବଦଳୁଥିବା ବେଳେ ଏବର୍ଷ ଆୟୋଜନର ଦାୟିତ୍ବ ନେଇଛି ଭାରତ । ଏଥିସହ ଚଳିତ ବର୍ଷର ଥିମ ବା ବିଷୟ ରହିଛି ‘Tourism and jobs- a better future for all’ ବା ‘ପର୍ଯ୍ୟଟନରେ ନିଯୁକ୍ତି- ସଭିଙ୍କ ପାଇଁ ଏକ ସୁନ୍ଦର ଭବିଷ୍ୟତର ପ୍ରତିଶୃତି’ ।

ଏହାର ମୂଳ ଉଦ୍ଦେଶ୍ୟ ହେଉଛି ବର୍ତ୍ତମାନ ସମୟରେ ପର୍ଯ୍ୟଟନ ଶିଳ୍ପର ବିକାଶ ପାଇଁ ନୂଆ ପନ୍ଥା ଅବଲମ୍ବନ କରିବା ଓ ଏଥିପାଇଁ ମହିଳା ଓ ଯୁବପିଢିଙ୍କ ପାଇଁ ନିଯୁକ୍ତିର ନୂଆ ଅବସର ସୃଷ୍ଟି କରିବା । ସମୟ ସହ ଆଡଭାନ୍ସ ହୋଇଥିବା ଟେକ୍ନୋଲୋଜିର ବ୍ୟବହାର କରି ପର୍ଯ୍ୟଟନ କ୍ଷେତ୍ରର ବିକାଶ କରିବା । ଯାହା ବିଶ୍ବରେ ଯୁବପୀଢିଙ୍କ ପାଇଁ 10 ପ୍ରତିଶତ ଚାକିରୀର ଅବସର ସୃଷ୍ଟି କରିବା ।

ଏସୀୟ ଦେଶଙ୍କ ମଧ୍ୟରେ ଭାରତରେ କଳା, ସଂସ୍କୃତି ଓ ପର୍ଯ୍ୟଟନର ସର୍ବୋକୃଷ୍ଟ ନିଦର୍ଶନ ଦେଖିବାକୁ ମିଳେ। ଏହା ପର୍ଯ୍ୟଟକଙ୍କୁ ପର୍ଯ୍ୟଟନସ୍ଥଳୀରେ ଭିନ୍ନତାର ଖୋରାକ ଯୋଗାଇବା ସହ ଭିନ୍ନ ଭିନ୍ନ ବ୍ୟଞ୍ଜନ, ନୃତ୍ୟ ସଙ୍ଗୀତ ତଥା ସୁଦୃଢ ଐତିହ୍ୟର ସ୍ଥାପନ କରିବାରେ ସମର୍ଥ । ଏସବୁ ଦୃଷ୍ଟିରୁ ଚଳିତ ବର୍ଷ ଭାରତକୁ ହୋଷ୍ଟ କଣ୍ଟ୍ରି ଭାବେ ଚୟନ କରାଯାଇଛି ।

ବିଶ୍ବରେ ଥିବା ପର୍ଯ୍ୟଟନରେ ବିବଧତାକୁ ଲୋକଙ୍କ ପାଖରେ ପହଞ୍ଚାଇବା ଏହି ଦିନର ଅନ୍ୟ ଏକ ମୁଖ୍ୟ ଉଦ୍ଦେଶ୍ୟ । ସାରା ବିଶ୍ବରେ ଯେତେ କଳା ଓ ପରମ୍ପରା ରହିଛି ତାହା ହୁଏତ ଆମ କଳ୍ପନା ବାହାରେ । ତେଣୁ ଏହି ସମସ୍ତ ଐତିହ୍ୟକୁ ଲୋକଲୋଚନକୁ ଆଣିବା ସହ ଏହାର ପ୍ରଚାର ପ୍ରସାର ଓ ବିକାଶ ପାଇଁ ପ୍ରତିବର୍ଷ ‘ଦି ୟୁନାଇଟେଡ ନେସନ୍ସ ୱାର୍ଲଡ ଟୁରିଜିମ ଅରଗାନାଇଜେସନ’ (ୟୁଏନଡବ୍ଲୁଟିଓ) ନିର୍ଦ୍ଧାରଣ କରେ ନୂଆ ବିଷୟ ।

1970 ମସିହା ସେପ୍ଟେମ୍ବର 27ରେ ୟୁଏନଡବ୍ଲୁଟିଓର ସମ୍ବିଧାନ ଗ୍ରହଣ କରାଯାଇଥିବାରୁ 1980 ମସିହା ଏହି ଦିନରୁ ଆରମ୍ଭ ହୋଇଥିଲା ବିଶ୍ବ ପର୍ଯ୍ୟଟନ ଦିବସ ପାଳନ ।

ABOUT THE AUTHOR

...view details