‘ସୁନ୍ଦରତା ଦେଖିପାରୁଥିବା ବ୍ୟକ୍ତିଙ୍କ ଆଖିରେ ହିଁ ରହିଥାଏ’-ଏହିସୁନ୍ଦର କାବ୍ୟିକ ଉକ୍ତି ଆମ ମନକୁ ତା ଅନେକ ସମୟରେ ଆସିଥାଏ । କିନ୍ତୁ ଦୁର୍ଭାଗ୍ୟବଶତଃ ଏହି ଉକ୍ତି ସେମାନଙ୍କ ପାଇଁ କୌଣସି ମହତ୍ୱ ରଖେନାହିଁ, ଯେଉଁମାନେ କି ଅମୂଲ୍ୟ ଦୃଷ୍ଟିଶକ୍ତିରୁ ବଂଚିତ ହୋଇଛନ୍ତି । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ- ହୁ’ ଅନୁସାରେ ଦୃଷ୍ଟିହୀନତା ଓ ଦୁର୍ବଳ ଦୃଷ୍ଟିଶକ୍ତିରେ ବିଶ୍ୱର ୨ ଦଶମିକ ବିଲିଅନ ଲୋକଙ୍କୁ ପ୍ରଭାବିତ କରିଥାଏ। ଏଥିମଧ୍ୟରୁ ୧ ବିଲିଅନ ଲୋକଙ୍କର ପ୍ରତିକାର ଯୋଗ୍ୟ ଦୃଷ୍ଟି ଦୋଷଥାଏ । ଆଉ ଏହି ସମସ୍ୟା ପ୍ରତି ଉପ ଯୁକ୍ତ ଦୃଷ୍ଟି ଦିଆଯାଇପାରିନାହିଁ ।
ପ୍ରତିବର୍ଷ ଅକ୍ଟୋବର ମାସର ଦ୍ୱିତୀୟ ଗୁରୁବାର ବିଶ୍ୱ ଦୃଷ୍ଟି ଦିବସ ପାଳନ କରାଯାଏ । ଦୃଷ୍ଟିହୀନତା ଓ ଦୁର୍ବଳ ଦୃଷ୍ଟିଶକ୍ତି ଥିବା ଲୋକଙ୍କ ସ୍ଥିତି ପ୍ରତି ଧ୍ୟାନ ଆକର୍ଷଣ କରିବା ଓ ସଚେତନତା ପ୍ରସାର ଏହି ଦିବସ ପାଳନର ମୁଖ୍ୟ ଉଦ୍ଦେଶ୍ୟ । ଏ ବର୍ଷ ବିଶ୍ୱ ଦୃଷ୍ଟି ଦିବସର ଥିମ୍ ହେଉଛି‘ହୋପ୍ ଇନ୍ ସାଇଟ୍’ ।
ଦୃଷ୍ଟିଶକ୍ତି ହ୍ରାସର କାରଣ କଣ ?
ଦୃଷ୍ଟିଶକ୍ତି ହ୍ରାସର ବିଭିନ୍ନ କାରଣ ରହିଛି ବୋଲି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ କହେ । ଡାଇବେଟିସ ଓ ଟ୍ରାକୋମା ପରି ରୋଗ ଥିଲେ ବି ଦୃଷ୍ଟିଶକ୍ତି ହ୍ରାସ ପାଇଥାଏ । ଆଇ ଟ୍ରମା, ବୟସଜନିତ ମାକ୍ୟୁଲାର ଡିଜେନେରେସନ ଓ ମୋତିଆ ବିନ୍ଦୁ ଦୁର୍ବଳ ଦୃୃଷ୍ଟିଶକ୍ତି (ଭିଜନ ଇଂପେୟାରମେଂଟ୍)ର କାରଣ ହୋଇଥାଏ । ୫୦ ବର୍ଷରୁ ଅଧିକ ବୟସର ଲୋକଙ୍କ କ୍ଷେତ୍ରରେ ଦୃଷ୍ଟିଶକ୍ତି ଦୁର୍ବଳତା ଦେଖାଯାଇଥାଏ । କିନ୍ତୁ ଦୃଷ୍ଟିଶକ୍ତିହୀନତା ସବୁ ବୟସର ଲୋକଙ୍କୁ ପ୍ରଭାବିତ କରିପାରେ । ନ୍ୟାସନାଲ ହେଲଥ ପୋର୍ଟାଲ –ଏନଏଚପି ଅନୁସାରେ କ୍ଷୀଣ ଦୃଷ୍ଟିଦୋଷର ଏକାଧିକ କାରଣ ରହିଛି ।
. ହାଇ ମାୟୋପିୟା ଭଳି ପ୍ରତିକ୍ରିୟାଶୀଳ ତ୍ରୁଟି
. ଷ୍ଟ୍ରାବିସମିକ୍ ଆମ୍ବଲିଓପିୟା
. ଗ୍ଲାଉକୋମା
. ରେଟିନାଲ ଡିଟାଚମେଂଟ୍
. ରେଟିନୋପାଥି ଅଫ୍ ପ୍ରିମ୍ୟାଚୁରିଟି
. ଅପଟିକ୍ ଆଟ୍ରୋଫି ଭଳି ଦୃୃଷ୍ଟିଗତ ସ୍ନାୟୁ ରୋଗ
.ହରଡୋମାକୁଲାର ଡିଜେନେରେସନ
. ଆଲବିନିଜମ୍
. ନିଷ୍ଟାଗମ୍ସ
. ବ୍ରେନ ଡ୍ୟାମେଜ୍
ସୁସ୍ଥ ଆଖି ପାଇଁ କିଛି ଟିପ୍ସ
ନ୍ୟାସନାଲ ହେଲଥ ପୋର୍ଟାଲ୍ –ଏନଏଚପି ଅନୁସାରେ ନିମ୍ନଲିଖିତ କିଛି ପଦକ୍ଷେପ ଆଖିକୁ ସୁସ୍ଥ ରଖିବାରେ ସହାୟକ ହୋଇପାରିବ ।
. ଭଲ ଖାଦ୍ୟପେୟ ନେବା ଦରକାର । ଅଧିକ ସବୁଜ ପନିପରିବା,
ହଳଦିଆ ଓ ଲାଲ୍ ରଂଗର ଫଳ ଆପଣଙ୍କ ଆହାରରେ ସାମିଲ କରନ୍ତୁ ।
. ଧୂମ୍ରପାନ କରନ୍ତୁ ନାହିଁ । ଧୂମପାନ କଲେ ଏହା ମୋତିଆବିନ୍ଦୁ ପାଇଁ ବିପଦ ହୋଇଥାଏ । ଏହାଛଡା ଅପଟିକ୍ ନର୍ଭ ଡ୍ୟାମେଜ୍ ଓ ମାକ୍ୟୁଲାର ଡିଜେନେରେସନର କାରଣ ବି ହୋଇଥାଏ ଧୂମ୍ରପାନ ।