ହାଇଦ୍ରାବାଦ: ଗୋଲାପ ଫୁଲ । ସ୍ନେହ, ପ୍ରେମ ଓ ଶାନ୍ତିର ବାର୍ତ୍ତା ବହନ କରୁଥିବା ଏହି ଫୁଲଟି କାହାରି ବି ମନରେ ସୃଷ୍ଟି କରିପାରେ ସକାରାତ୍ମକ ଭାବନା । ଗୋଲାପ ଫୁଲର ଏହି ସକାରାତ୍ମକ ପ୍ରଭାବକୁ ପ୍ରତିବର୍ଷ ସେପ୍ଟେମ୍ବର 22 ତାରିଖରେ ବେଶ ଉତ୍ସାହର ସହ ପାଳନ କରାଯାଏ । ଗୋଲାପ ଫୁଲ ସହ ହାତ ତିଆରି କାର୍ଡ ଓ ଗିଫ୍ଟ ସହ ଆରମ୍ଭ ହୁଏ ବିଶ୍ବ ଗୋଲାପ ଦିବସ ପାଳନ । ତେବେ ଏହି ଦିନ ପଛରେ ରହିଛି ଏକ ସ୍ମୃତି ଓ ମହାନ ଉଦ୍ଦେଶ୍ୟ ।
କାନାଡାସ୍ଥିତି 12 ବର୍ଷୀ ମେଲିଣ୍ଡା ରୋଜ । କୁନି ବୟସରୁ ଅତି ମାରାତ୍ମକ ରୋଗରେ ପୀଡିତ ହୁଅନ୍ତି ରୋଜ । ବ୍ଲଡ କ୍ୟାନ୍ସରର ଏକ ବିରଳ ପ୍ରକାର ଆସ୍କିନ୍ସ ଟ୍ୟୁମରରେ ପୀଡିତ ଥିଲେ ରୋଜ । ହେଲେ ଏତେ ବଡ ରୋଗ ଆଗରେ ଶେଷ ମୁହୂର୍ତ୍ତ ପର୍ଯ୍ୟନ୍ତ ବି ହାର ମାନିନଥିଲା ରୋଜଙ୍କ ସାହସ । ଅତି ସାହସର ସହ ସେ ଶେଷ ପର୍ଯ୍ୟନ୍ତ ଲଢିଥିଲେ ଏହି ରୋଗ ସହ । ପ୍ରତି ମୁହୂର୍ତ୍ତକୁ ସ୍ମରଣୀୟ କରିବା ସହ ନିଜ ପରିବେଶରେ ଖୁସିର ବାର୍ତ୍ତା ବାଣ୍ଟୁଥିଲେ ରୋଜ।