ଓଡିଶା

odisha

ETV Bharat / bharat

ଆଜି ‘ବିଶ୍ବ ଜନସଂଖ୍ୟା ଦିବସ’, ସଚେତନତା ପଥରେ ଭାରତ - new delhi

ଆଜି ସାରା ବିଶ୍ବ ପାଳୁଛି ବିଶ୍ବ ଜନସଂଖ୍ୟା ଦିବସ । 30 ବର୍ଷ ପୂର୍ବେ ଆଜିର ଦିନରେ ମିଳିତ ଜାତିସଂଘ ଉନ୍ନୟନ କାର୍ଯ୍ୟକ୍ରମ ପରିଚାଳନା ପରିଷଦ ପକ୍ଷରୁ ଏହି ଦିବସ ପାଳନ କରାଯାଇଥିଲା ।

ପ୍ରତିକାତ୍ମକ ଫଟୋ

By

Published : Jul 11, 2019, 9:26 PM IST

ନୂଆଦିଲ୍ଲୀ: ଆଜି ବିଶ୍ବ ଜନସଂଖ୍ୟା ଦିବସ ବା ଓ୍ବାଲର୍ଡ ପପୁଲେସନ ଡେ । 30 ବର୍ଷ ପୂର୍ବେ 1989 ମସିହାରେ ମିଳିତ ଜାତିସଂଘ ଉନ୍ନୟନ କାର୍ଯ୍ୟକ୍ରମ ପରିଚାଳନା ପରିଷଦ ପକ୍ଷରୁ ଏହି ଦିବସ ପାଳନ କରାଯାଇଥିଲା । ତେବେ 1987 ମସିହା ଜୁଲାଇ 11 ତାରିଖରେ ବିଶ୍ବର ଜନସଂଖ୍ୟା 500 କୋଟି ଛୁଇଁଥିଲା । ଏହାପରେ ଜନସଂଖ୍ୟା ରୋକିବା ସହ ସମସ୍ତଙ୍କ ମନରେ ସଚେତନତାକୁ ଜାଗ୍ରତ କରିବା ପାଇଁ ଏହି ଦିନଟିକୁ ପାଳନ କରାଯାଇଥାଏ । ଯେଉଁଥିରେ ପରିବାର ନିୟୋଜନ, ଲିଙ୍ଗ ସମାନତା, ଦାରିଦ୍ର, ମାତୃ ସ୍ବାସ୍ଥ୍ୟ ଓ ମାନବ ଅଧିକାର ମହତ୍ବ ସାମିଲ ରହିଛି ।

ତେବେ ବର୍ତ୍ତମାନ ସମୟରେ ଭାରତ ଓ ଚୀନର ଜନସଂଖ୍ୟା ଚିନ୍ତାର ବିଷୟ ପାଲଟିଛି । ୧୯୫୧ ମସିହାରେ ଭାରତର ଜନସଂଖ୍ୟା ୩୬କୋଟି ଥିବାବେଳେ ଯାହା କ୍ରମେ ବୃଦ୍ଧି ପାଇ ଏବେ ୧୩୩ କୋଟିରେ ପହଞ୍ଚିସାରିଛି । ଅନେକ ରିପୋର୍ଟରେ ଦାବି କରାଯାଉଛି ଯେ, ଜନସଂଖ୍ୟା ମାମଲାରେ ଭାରତ ୨୦୨୭ ସୁଦ୍ଧା ଚୀନକୁ ପଛରେ ପକାଇ ନମ୍ବର ଏକରେ ରହିବ ।

ତେବେ ଜନସଂଖ୍ୟା ସମସ୍ୟାର ଗୁରୁତ୍ବ ଓ ଏଥିପ୍ରତି ତୁରନ୍ତ ଧ୍ୟାନ ଦେବା ଲାଗି ପ୍ରତିବର୍ଷ ଜୁଲାଇ 11 ତାରିଖ ଆଜିର ଦିନକୁ ଜନସଂଖ୍ୟା ଦିବସ ଭାବେ ପାଳନ କରାଯାଇଥାଏ ।

ABOUT THE AUTHOR

...view details