ନୂଆଦିଲ୍ଲୀ: କେବଳ ଲୁହ ଗଡେଇଲେ ହେବ ନାହିଁ ! ଅନ୍ତରରୁ କାନ୍ଦିବା ଜରୁରୀ। ଏହି ଓଡ଼ିଆ କଥାଟିର ପ୍ରାସଙ୍ଗିକତା ତଥା ଗୁରୁତ୍ୱ ଆଜି ଭଳି ଦିନରେ ଜରୁରୀ ମନେହୁଏ। ଉଭୟ ସରକାର, ଅମଲା ଓ ସର୍ଵସାଧାରଣ ଏକ ସ୍ବରରେ ପ୍ରାକୃତିକ ସମ୍ପଦର ସୁରକ୍ଷାକୁ ନିଜର ସର୍ଵୋତ୍ତମ ଅଭ୍ୟାସରେ ପରିଣତ କରିବାକୁ ମତ ପ୍ରକାଶ ପାଇଛି।
ଜୁଲାଇ 28 ରେ ସମଗ୍ର ବିଶ୍ୱରେ ପାଳନ କରାଯାଉଥିବା ବିଶ୍ୱ ପ୍ରକୃତି ସଂରକ୍ଷଣ ଦିବସ ଏକ ଗୁରୁତ୍ୱପୂର୍ଣ୍ଣ ଦିନ। ଯାହାକି ଆମ ଜୀବନରେ ପ୍ରକୃତିର ମହତ୍ତ୍ୱ ଏବଂ ଆମକୁ କାହିଁକି ଏହାର ସଂରକ୍ଷଣ କରିବା ଆବଶ୍ୟକ ତାହା ମନେ ପକାଇଥାଏ। ପ୍ରକୃତିର ସଂରକ୍ଷଣ ବିଷୟରେ ସଚେତନତା ସୃଷ୍ଟି କରିବା ଏବଂ ସ୍ଥିରତାକୁ ଉତ୍ସାହିତ କରିବା ପାଇଁ ଆମକୁ ଏକ ସୁଯୋଗ ଦେଇଥାଏ। ଏହି ସୁଯୋଗକୁ ସଠିକ ବିନିଯୋଗ କରିବା ଆବଶ୍ୟକ।
ପ୍ରାକୃତିକ ସମ୍ପଦର ସୁରକ୍ଷା ପାଇଁ ସର୍ବୋତ୍ତମ ଅଭ୍ୟାସ ବିଷୟରେ ସଚେତନତା ବିସ୍ତାର କରିବାକୁ ଦିନଟି ବିଶ୍ୱରେ ଚିହ୍ନିତ ହୋଇଛି। କାରଣ ଆମର ପୃଥିବୀର ସୀମିତ ସମ୍ବଳ ଅଛି ଯାହାକୁ ସନ୍ତୁଳନ ବଜାୟ ରଖିବା ପାଇଁ ଆମକୁ ଦକ୍ଷତାର ସହିତ ବ୍ୟବହାର କରିବାକୁ ପଡିବ। ପ୍ରକୃତି ଏବଂ ଏହାର ସମ୍ବଳ ସଂରକ୍ଷଣରେ ସେମାନଙ୍କର ଅବଦାନ ପାଇଁ ଲୋକମାନେ ନିଜ ନିଜ ଭିତରେ ଵିଭିନ୍ନ ସଚେତନତା ତଥା ଧାରଣା ବାଣ୍ଟନ୍ତି ଏବଂ କେତେକ ମଧ୍ୟ ବିଭିନ୍ନ ସଚେତନମୂଳକ କାର୍ଯ୍ୟକଳାପ ଗ୍ରହଣ କରନ୍ତି। ତେବେ ମହାମାରୀ ହେତୁ ଚଳିତ ବର୍ଷ ଏକ ବିଶ୍ୱସ୍ତରୀୟ ଥିମ୍ ସ୍ଥିର ହୋଇନାହିଁ।
ଜନସଂଖ୍ୟା ବିସ୍ଫୋରଣ ଅତି ଦ୍ରୁତ ଗତିରେ ହେଉଥିବାରୁ ପ୍ରାକୃତିକ ସମ୍ପଦ ହ୍ରାସ ହେବାର ଏକ ପ୍ରମୁଖ କାରଣ ହୋଇ ରହିଛି। ବୈଷୟିକ ପ୍ରଗତି ଏବଂ ବିଳାସପୂର୍ଣ୍ଣ ଜୀବନଶୈଳୀ ଗ୍ଲୋବାଲ ୱାର୍ମିଂ, ଓଜୋନ ସ୍ତର ହ୍ରାସ ଏବଂ ସମ୍ପ୍ରତି ଆମାଜନ ବୁଶ୍ ଫାୟାର ପରି ଅନେକ ପରିବେଶ ସମସ୍ୟା ସୃଷ୍ଟି କରିଛି।
ପ୍ରକୃତିର ସନ୍ତୁଳନକୁ ସମାନ୍ତରଳ କରିବାରେ ଜନସାଧାରଣଙ୍କ ଅବଦାନ ଏକାନ୍ତ କାମ୍ୟ। ତେଵେ କେତେକ ଜରୁରୀ ତଥ୍ୟ ଆଜିର ଦିନରେ ମନେପକାଇ ଆବଶ୍ୟକ ମନେ ହୁଏ।