ନୂଆଦିଲ୍ଲୀ: ଆଜି ବିଶ୍ବ ସଙ୍ଗୀତ ଦିବସ । 1982 ମସିହା ଜୁନ 21 ଆଜିର ଦିନରେ ଫ୍ରାନ୍ସରେ ବିଶ୍ୱ ସଂଗୀତ ଦିବସ 'ଫେଟେ ଦେ ଲା ମସ୍କିକ' ନାମକ ଏକ କନ୍ସର୍ଟ ଭାବରେ ଆରମ୍ଭ ହୋଇଥିଲା । ଏହି ଦିବସ ପାଳନ କରିବା ପଛରେ ଥିବା ବ୍ୟକ୍ତି ହେଉଛନ୍ତି ତତ୍କାଳୀନ ଫ୍ରାନ୍ସର ସଂସ୍କୃତି ମନ୍ତ୍ରୀ ଜୈକ ଲୈଙ୍ଗ । ଏହା ଏତେ ଲୋକପ୍ରିୟ ଥିଲା ଯେ ସମଗ୍ର ବିଶ୍ୱରେ ବ୍ୟାପିଗଲା ଏବଂ ପ୍ରତ୍ୟେକ ଦେଶରେ ଲୋକମାନେ ନିଜର ଅନନ୍ୟ ଢଙ୍ଗରେ ସଙ୍ଗୀତ ପାଳନ କରିବାକୁ ଲାଗିଲେ ।
ତେବେ ସଙ୍ଗୀତର ଅନେକ ଅଦୃଶ୍ୟ ରୂପ ରହିଛି । ଯେମିତି କି ଆପଣ ଏକା ଥିବା ସମୟରେ ଗୀତ ଶୁଣି ନିଜର ନିଃସଙ୍ଗତାକୁ ଦୂର କରିପାରିବେ । ଆଉ ଦୁଃଖ ଓ ଅବସାଦ ସମୟରେ ଗୀତ ଆପଣଙ୍କ ଏକ ବନ୍ଧୁ ପରି କାମ ଦେବ । ଯଦି କେଉଁଆଡେ ଏକଲା ଯାତ୍ରା କରୁଥାନ୍ତି ଆଉ ସଙ୍ଗୀତ ଶୁଣୁଛନ୍ତି ତେବେ ଆପଣଙ୍କ ଯାତ୍ରାର ମଜାକୁ ଦ୍ବିଗୁଣି କରିଥାଏ । ମୋଟୋମୋଟି ଭାବେ କହିବାକୁ ଗଲେ ଏହା ଆପଣଙ୍କର, ଏକ ପ୍ରକାର ବନ୍ଧୁ, ସାଥୀ ଓ ହମଦର୍ଦ ସଦୃଶ ।