ହାଇଦ୍ରାବାଦ: ସାଧାରଣତଃ ମାଲେରିଆ ଓ ଡେଙ୍ଗୁ ଭଳି ରୋଗ ବ୍ୟାପିବାର ମୁଖ୍ୟ କାରଣ ମାଇ ମଶା । ଏଥିପାଇଁ ସଚେତନତା ବାର୍ତ୍ତା ସୃଷ୍ଟି କରିବା ପାଇଁ ପ୍ରଥମେ 1897 ମସିହା ଅଗଷ୍ଟ 20ରେ ସାର୍ ରୋନାଲ୍ଡ ରସଙ୍କ ଦ୍ବାରା ବିଶ୍ବ ମଶା ଦିବସ ପାଳନ କରିବା ଆରମ୍ଭ କରାଯାଇ ଥିଲା । ଏନୋଫିଲିସ୍ ମଶା ମାଲେରିଆ ପାରାସାଇଟ୍ ପରିବହନ କରିଥାଏ । ପ୍ରାଣହାନି ରୋଗ ବ୍ୟାପିବାର କାରଣ ଏହି ମଶା । ମାଲେରିଆ ପ୍ରତି ସଚେତନତା ସୃଷ୍ଟି କରିବା ହିଁ ଏହି ଦିବସର ମୁଖ୍ୟ ଉଦ୍ଦେଶ୍ୟ । ତେବେ ଚଳିତ ବର୍ଷ ବିଶ୍ବ ମଶା ଦିବସର ଥିମ ରହିଛି ‘Zero Malaria Starts With Me’। ବିଶ୍ବ ସ୍ବାସ୍ଥ୍ଯ ସଙ୍ଗଠନ (WHO)ର ମୁଖ୍ୟ ସ୍ଲୋଗାନ ଅନୁସାରେ, ବିଶ୍ବର ମିଳିତ ଉର୍ଜା ଓ ଗ୍ଲୋବାଲ ମାଲେରିଆ କମ୍ୟୁନିଟି ଏକାଠି ହୋଇ ମାଲେରିଆ ମୁକ୍ତ ବିଶ୍ବ କରିବା ପାଇଁ ଶପଥ ନେବା ।
ମଶା ବା Mosquito ଶବ୍ଦର ଅର୍ଥ ସ୍ପାନିଶ ଭାଷାରେ ‘Little fly’ । ମଶା ମଧ୍ୟ ଅନ୍ୟ କୀଟପତଙ୍ଗ ପରି ଗଛରୁ ରସ ଶୋସିଥାଏ । ମାତ୍ର ସମସ୍ତଙ୍କର ଏକ ଭୁଲ ଧାରଣା ଥାଏ ମଶା ମନୁଷ୍ୟ ରକ୍ତ ଶୋସି ବଞ୍ଚିରହିଥାଏ କିନ୍ତୁ କେବଳ ମାଇ ମଶା ହିଁ ମନୁଷ୍ୟ ରକ୍ତ ଶୋସିଥାଏ । ବଂଶବୃଦ୍ଧି ଓ ଅଣ୍ଡାକୁ ବଡ କରିବା ପାଇଁ ମାଇ ମଶା ରକ୍ତର ସହାୟତା ନେଇଥାଏ । ଅନ୍ୟପକ୍ଷେ ମଶା ମନୁଷ୍ୟ ଶରୀର ପାଇଁ କ୍ଷତିକାରକ କାରଣ ସେମାନେ ରୋଗ ବାହନକାରୀ ମାଧ୍ୟମ । କିନ୍ତୁ ଏଇଟା ମଧ୍ୟ ଭୁଲିଯିବା ଉଚିତ ନୁହେଁ କି ମଶା ଖାଦ୍ୟ ଶୃଙ୍ଖଳର ଏକ ମୁଖ୍ୟ ଉତ୍ସ ।
ମଶା ରୋଗସୃଷ୍ଟିକାରୀ ଭାଇରସ ବହନ କରୁଥିବାରୁ ବଂଶବୃଦ୍ଧି ରୋକିବା ନିହାତି ଜରୁରୀ । ମୁଖ୍ୟତଃ ସ୍ବଚ୍ଛ ପରିବେଶ ମଶାଙ୍କ ବଂଶବୃଦ୍ଧି ରୋକିଥାଏ । ମଶା ସାଧାରଣତଃ ଅନ୍ୟ ଜୀବଙ୍କଠାରୁ ରୋଗସୃଷ୍ଟିକାରୀ ପାଥୋଜେନ ବହନ କରେ । ମଶାର ଶୁଣ୍ଢରେ ହିଁ ପାଥୋଜେନ ଥାଆନ୍ତି ଓ ତାହା ଶରୀର ସମ୍ପର୍କରେ ଆସିଲେ ରୋଗ ସଞ୍ଚାରଣ କରନ୍ତି ।
ମଶା ଦ୍ବାରା ବ୍ୟାପୁଥିବା ବିଭିନ୍ନ ରୋଗ:-
ମାଲେରିଆ:- ଏନୋଫିଲିଜ ମଶା ଦ୍ବାର ଏହି ରୋଗ ବ୍ୟାପିଥାଏ ।
ଡେଙ୍ଗୁ:- ଏସିଆନ ଟାଇଗର ମଶା ରୋଗ ବହନ କରିଥାଏ । ଏହି ଭାଇରସ ବେଳେ ଜୀବନନାଶକ ମଧ୍ୟ ସାଜିପାରେ । ଅତ୍ୟଧିକ ବ୍ଲିଡିଙ୍ଗ ହୁଏ ଓ ଶରୀରର ଉତ୍ତାପ ବଢିବାକୁ ଲାଗେ ।