ପ୍ୟାରିସ: ମଙ୍ଗଳବାର ଲେବନାନର ରାଜଧାନୀ ବେରୁଟରେ ଏକ ବଡ ଧରଣର ବୋମା ବିସ୍ଫୋରଣ ଘଟିଛି । ତେବେ ଏହି ବିସ୍ଫୋରଣରେ 100 ଜଣଙ୍କ ମୃତ ହୋଇଥିବା ବେଳେ ପ୍ରାୟ 4000 ଆହତ ହୋଇଥିବା ସୂଚନା ମିଳିଛି । ଏନେଇ ବିଶ୍ୱ ନେତାମାନେ ଲେବନାନକୁ ସହାୟତାର ହାତ ବଢାଇଛନ୍ତି । ତେବେ ଫ୍ରାନ୍ସର ରାଷ୍ଟ୍ରପତି ଇମାନୁଏଲ୍ ମାକ୍ରୋନ୍, ଲେବନାନରେ ଏକ ନାଗରିକ ସୁରକ୍ଷା ବିଭାଗ ଏବଂ ଅନେକ ଟନ୍ ଚିକିତ୍ସା ଉପକରଣ ନିୟୋଜିତ କରିବାକୁ କହିଛନ୍ତି ।
ବେରୁଟ ବିସ୍ଫୋରଣରେ ଲେବନାନକୁ ସହାୟତାର ହାତ ବଢାଇଲେ ବିଶ୍ୱ ନେତା - ରାଜଧାନୀ ବେରୁଟରେ ଏକ ବଡ ଧରଣର ବୋମା ବିସ୍ଫୋରଣ
ମଙ୍ଗଳବାର ଲେବନାନର ରାଜଧାନୀ ବେରୁଟରେ ଏକ ବଡ ଧରଣର ବୋମା ବିସ୍ଫୋରଣ ଘଟିଛି । ତେବେ ଏହି ବିସ୍ଫୋରଣରେ 100 ଜଣଙ୍କ ମୃତ ହୋଇଥିବା ବେଳେ ପ୍ରାୟ 4000 ଆହତ ହୋଇଥିବା ସୂଚନା ମିଳିଛି । ଏନେଇ ବିଶ୍ୱ ନେତାମାନେ ଲେବନାନକୁ ସହାୟତାର ହାତ ବଢାଇଛନ୍ତି । ଅଧିକ ପଢନ୍ତୁ...
ବେରୁଟ ବିସ୍ଫୋରଣରେ ଲେବନାନକୁ ସହାୟତାର ହାତ ବଢାଇଲେ ବିଶ୍ୱ ନେତା
ଆମେରିକାର ବୈଦେଶିକ ସଚିବ ମାଇକ ପୋମ୍ପିଓ ମଧ୍ୟ ବିସ୍ଫୋରଣ ଦ୍ୱାରା ପ୍ରଭାବିତ ସମସ୍ତଙ୍କୁ ଗଭୀର ସମବେଦନା ଜଣାଇଛନ୍ତି । ବ୍ରିଟେନ ପ୍ରଧାନମନ୍ତ୍ରୀ ବୋରିସ୍ ଜନସନ ମଧ୍ୟ ତାଙ୍କ ଦେଶ ପାଇଁ ଯେକୌଣସି ଉପାୟରେ ସମର୍ଥନ ଯୋଗାଇବାକୁ ପ୍ରସ୍ତୁତ ଅଛନ୍ତି ବୋଲି କହିଛନ୍ତି । ସେହିପରି ଇସ୍ରାଏଲର ରାଷ୍ଟ୍ରପତି ରେଭେନ୍ ରିଭଲିନ୍ ମଧ୍ୟ ଏହି ଘଟଣାରେ ସମବେଦନା ଜଣାଇବା ସହ ସମସ୍ତ ପ୍ରକାର ସହାୟତା ପ୍ରଦାନ କରିବାକୁ କହିଛନ୍ତି ।