ଓଡିଶା

odisha

By

Published : Sep 29, 2020, 7:00 AM IST

ETV Bharat / bharat

#UseHeart କ୍ୟାମ୍ପେନରେ ଯୋଗ ଦିଅନ୍ତୁ, ହୃଦରୋଗରୁ ରକ୍ଷା ପାଆନ୍ତୁ

ପ୍ରତିବର୍ଷ ସେପ୍ଟେମ୍ବର 29 ରେ ବିଶ୍ବ ହୃଦୟ ଦିବସ ପାଳନ କରାଯାଏ । ହୃଦ୍‌ରୋଗ ବିଷୟରେ ସଚେତନତା ସୃଷ୍ଟି କରିବା ପାଇଁ ବିଶ୍ବ ହୃଦୟ ଫେଡେରେସନ୍ (WHF) ବିଶ୍ବ ହୃଦୟ ଦିବସ ଆୟୋଜନ କରିଥାଏ । ପ୍ରତିବର୍ଷ ସେପ୍ଟେମ୍ବର 29 ରେ ଏହା ଏକ ଆନ୍ତର୍ଜାତୀୟ ଅଭିଯାନ।

ବିଶ୍ବ ହୃଦୟ ଦିବସ
ବିଶ୍ବ ହୃଦୟ ଦିବସ

ହାଇଦ୍ରାବାଦ: ପ୍ରତିବର୍ଷ ସେପ୍ଟେମ୍ବର 29 ରେ ବିଶ୍ବ ହୃଦୟ ଦିବସ ପାଳନ କରାଯାଏ । ହୃଦ୍‌ରୋଗ ବିଷୟରେ ସଚେତନତା ସୃଷ୍ଟି କରିବା ପାଇଁ ବିଶ୍ବ ହୃଦୟ ଫେଡେରେସନ୍ (WHF) ବିଶ୍ବ ହୃଦୟ ଦିବସ ଆୟୋଜନ କରିଥାଏ । ପ୍ରତିବର୍ଷ ସେପ୍ଟେମ୍ବର 29 ରେ ଏହା ଏକ ଆନ୍ତର୍ଜାତୀୟ ଅଭିଯାନ। ଷ୍ଟ୍ରୋକ୍ ସମେତ ହୃଦ୍‌ରୋଗ (CVD) ବିଶ୍ବର ଏକ ନମ୍ବର ପ୍ରାଣଘାତକ ଭାବରେ ପରିଣତ । ଚଳିତ ବର୍ଷର ଥୀମ୍ ହେଉଛି #UseHeart ।

ବିଶ୍ବ ସ୍ବାସ୍ଥ୍ୟ ସଂଗଠନ (WHO) ର ମିଳିତ ସହଯୋଗରେ 1999 ମସିହାରେ ବିଶ୍ବ ହୃଦୟ ଦିବସ ପ୍ରତିଷ୍ଠା ପାଳନ କରାଯାଇଥିଲା । 1997-1999 ରୁ ୱାର୍ଲ୍ଡ ହାର୍ଟ ଫେଡେରେସନ୍ (WHF) ର ସଭାପତି ଆଣ୍ଟୋନି ବାଇସ୍ ଦେ ଲୁନା ଏହି ଦିନ ପାଳନ ପାଇଁ ଚିନ୍ତା କରିଥିଲେ । ଏହାପୂର୍ବରୁ ବିଶ୍ବ ହୃଦୟ ଦିବସ ମୂଳତଃ ସେପ୍ଟେମ୍ବରର ଶେଷ ରବିବାରରେ ପାଳନ କରାଯାଉଥିଲା । 24 ସେପ୍ଟେମ୍ବର 2000 ରେ ପ୍ରଥମ ଉତ୍ସବ ପାଳନ କରାଯାଉଥିଲା। ବିଶ୍ବ ସ୍ବାସ୍ଥ୍ୟ ସଂଗଠନ (WHO) ଆକଳନ କରିଛି ଯେ ପ୍ରତିବର୍ଷ 17.9 ନିୟୁତରୁ ଅଧିକ ଲୋକ CVDରେ ମୃତ୍ୟୁ ବରଣ କରନ୍ତି। 75 ପ୍ରତିଶତ ମାମଲା ସ୍ବଳ୍ପ ଏବଂ ମଧ୍ୟମ ଆୟ ଦେଶରୁ ଆସିଥାଏ ।

CVD ଓ ଏହାର କାରଣ-

WHO ଅନୁଯାୟୀ, CVD ହୃଦୟ ଏବଂ ରକ୍ତନଳୀର ଏକ ଗୋଷ୍ଠୀ । ସେଥିରେ କରୋନାରି ହୃଦ୍ ରୋଗ, ସେରେବ୍ରୋଭାସ୍କୁଲାର୍ ରୋଗ, ରିମାଟିକ୍ ହୃଦ୍ ରୋଗ ଏବଂ ଜନ୍ମଗତ ହୃଦ୍ ରୋଗ ରହିଛି । 2016 ରେ ପ୍ରାୟ 17.9 ନିୟୁତ ଲୋକ CVD ରେ ମୃତ୍ୟୁ ବରଣ କରିଛନ୍ତି, ଯାହା ବିଶ୍ବର ସମସ୍ତ ମୃତ୍ୟୁର 31 ପ୍ରତିଶତ ଅଟେ। ଏହି ମୃତ୍ୟୁ ମଧ୍ୟରୁ 85 ପ୍ରତିଶତ ହୃଦଘାତ ଏବଂ ଷ୍ଟ୍ରୋକ କାରଣରୁ ହୋଇଥାଏ ।

2015 ମସିହାରେ ଅଣସଂରକ୍ଷିତ ରୋଗ ହେତୁ 17 ମିଲିୟନ ଅକାଳ ମୃତ୍ୟୁ ମଧ୍ୟରୁ ନିମ୍ନ ଏବଂ ମଧ୍ୟମ ଆୟ ଦେଶରେ 37 ପ୍ରତିଶତ CVD ଦ୍ବାରା ମୃତ୍ୟୁ ହୋଇଛି। ମୁଖ୍ୟତଃ ଏହି ରୋଗଗୁଡିକ ଜୀବନଶୈଳୀ ସହିତ ଜଡିତ ଯେପରିକି ଅସ୍ବାସ୍ଥ୍ୟକର ଖାଦ୍ୟ, ଶାରୀରିକ ନିଷ୍କ୍ରିୟତା, ତମାଖୁ ସେବନ ଏବଂ ମଦ୍ୟପାନର ଅତ୍ୟଧିକ ବ୍ୟବହାର ଦ୍ବାରା ହୋଇଥାଏ ।

ଭାରତରେ ହୃଦଘାତର ମୃତ୍ୟୁ-

1990 ରୁ 2016 ମଧ୍ୟରେ ଆମେରିକାରେ ହୃଦ୍‌ରୋଗ କାରଣରୁ ମୃତ୍ୟୁ ହାର 41 ପ୍ରତିଶତ ହ୍ରାସ ପାଇଛି। ଯଦିଓ ଭାରତରେ ଏହା ପ୍ରାୟ 34 ପ୍ରତିଶତ ବୃଦ୍ଧି ପାଇଛି । ଇସକେମିକ୍ ହୃଦ୍ ରୋଗ ଏବଂ ଷ୍ଟ୍ରୋକ୍ ଭାରତ ଓ ଆମେରିକାରେ ପ୍ରାୟ 15-20 ପ୍ରତିଶତ ଏବଂ 6-9 ପ୍ରତିଶତ ମୃତ୍ୟୁର କାରଣ । ପଞ୍ଜାବ, କେରଳ ଏବଂ ତାମିଲନାଡୁରେ 1,00,000 ଲୋକଙ୍କ ପାଇଁ ସିଭିଡିରେ ମୃତ୍ୟୁ ଅତିକମରେ 5000 ଅଟେ। ମିଜୋରାମ ଏବଂ ଅରୁଣାଚଳ ପ୍ରଦେଶ କେବଳ ଦୁଇଟି ରାଜ୍ୟ ଯେଉଁଠାରେ 1,00,000 ଲୋକଙ୍କ ପାଇଁ CVD ର ମୃତ୍ୟୁହାର 3000 ରୁ କମ୍ ଅଟେ।

ଭାରତରେ CVD ର ବୃଦ୍ଧିରେ କାରକ ଏବଂ କାରଣ-

  • ଏହି ବର୍ଦ୍ଧିତ ଭାର ପାଇଁ ଏକାଧିକ ଯନ୍ତ୍ରକୌଶଳ ଦାୟୀ । ଏଥିରେ ଜୈବିକ ବିପଦ ଯେପରିକି ଜେନେଟିକ୍ ଫ୍ୟାକ୍ଟର୍, ଭ୍ରୁଣ ପ୍ରୋଗ୍ରାମିଂ ଏବଂ ଅନ୍ୟାନ୍ୟ ପ୍ରାରମ୍ଭିକ ଜୀବନ ପ୍ରଭାବ ଅନ୍ତର୍ଭୁକ୍ତ । ସାମାଜିକ କାରଣ ଗୁଡିକ ଦ୍ବାରା ଦ୍ରୁତ ଏପିଡେମୋଲୋଜିକାଲ୍ ଟ୍ରାନ୍ସଗେସନ୍, ଜନସଂଖ୍ୟାର ବାର୍ଦ୍ଧକ୍ୟ ଏବଂ ଆନୁସଙ୍ଗିକ ଜନସଂଖ୍ୟା ପରିବର୍ତ୍ତନ, ଦ୍ରୁତ ଏବଂ ଯୋଜନାବଦ୍ଧ ସହରୀକରଣ ଦ୍ବାରା ଅର୍ଥନୈତିକକ ଅଭିବୃଦ୍ଧି ହେଉଛି ଓ ଏହାସହ ଜୀବନଶୈଳୀ ମଧ୍ୟ ପରିବର୍ତ୍ତନ ହେଉଛି ।
  • ଭାରତୀୟଙ୍କ ଖାଦ୍ୟରେ ମଧ୍ୟ ପରିବର୍ତ୍ତନ ଆସିଛି । ଯେପିରିକି ପଲିସ୍ ଚାଉଳ, ମିଲ୍ ଗହମ, ଏଥିରେ ତନ୍ତୁ ଶକ୍ତିର ଅଭାବ ରହିଥାଏ । ଗତ 50 ବର୍ଷ ମଧ୍ୟରେ ଶାରୀରିକ କାର୍ଯ୍ୟକଳାପରେ ଯଥେଷ୍ଟ ହ୍ରାସ ଘଟିଛି ।
  • ବିଗତ 30 ବର୍ଷ ମଧ୍ୟରେ ଉଚ୍ଚ ରକ୍ତଚାପ ଏବଂ ମଧୁମେହ ଭଳି ପାରମ୍ପାରିକ ବିପଦ କାରଣ ଗୁଡିକ ବହୁଗୁଣିତ ହୋଇଛି । ଭାରତରେ ଯଥାକ୍ରମେ 207 ଏବଂ 73 ନିୟୁତ ଲୋକଙ୍କର ଉଚ୍ଚ ରକ୍ତଚାପ ଏବଂ ମଧୁମେହ ରହିଛି। ତମାଖୁ ସମ୍ବନ୍ଧୀୟ ରୋଗ ହେତୁ ପ୍ରତିବର୍ଷ ପ୍ରାୟ 10 ଲକ୍ଷ ଲୋକ ମୃତ୍ୟୁବରଣ କରୁଥିବା ବେଳେ ତମାଖୁ ସେବନ ଅଧିକ ରହିଛି। ବିଭିନ୍ନ ରାଜ୍ୟରେ ମଦ୍ୟପାନର ମାତ୍ରା ବୃଦ୍ଧି ପାଉଛି। ଏଥିସହ ବାୟୁ ପ୍ରଦୂଷଣ ଏବଂ ପରିବେଶ ପ୍ରଦୂଷକ ଭଳି ନୂତନ ତଥା ଉଦୀୟମାନ ସମସ୍ୟା ଭାରତରେ ହୃଦରୋଗର କାରଣ ହେଉଛି।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details