ଜେନେଭା: ସମଗ୍ର ବିଶ୍ବରେ କୋରୋନା ମାମଲା ଥମିବାର ନାଁ ନେଉନାହିଁ । ଏହା ମଧ୍ୟରେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (ଡବ୍ଲୁଏଚଓ) ବିଶ୍ବ ସ୍ତରରେ ମୋଟ କୋରୋନା ମାମଲା 10 କୋଟି 3 ଲକ୍ଷ 57 ହଜାର 662 ରହିଛି ବୋଲି ଆକଳନ କରିଛି । ଏଥିସହ ବର୍ତ୍ତମାନ ସୁଦ୍ଧା ବିଶ୍ବରେ 5 ଲକ୍ଷ 08 ହଜାର 055 ଜଣଙ୍କର କୋରୋନା ମୃତ୍ୟୁ ଘଟିଛି।
ୟୁଏନ ସ୍ୱାସ୍ଥ୍ୟ ଏଜେନ୍ସି ବୁଧବାର ବିଳମ୍ବିତ ରାତିରେ କହିଛି ଯେ, ଗତ 24 ଘଣ୍ଟାରେ ବିଶ୍ବରେ 1 ଲକ୍ଷ 63 ହଜାର 939 ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ 4188 ଆକ୍ରାନ୍ତଙ୍କର ମୃତ୍ୟୁ ଘଟିଛି। ସମଗ୍ର ବିଶ୍ବର କୋରୋନା ମାମଲା ମଧ୍ୟରେ କେବଳ ଆମେରିକାରେ 5.2 ମିଲିୟନ ଆକ୍ରାନ୍ତ ରହିଛି । ସେହିପରି ୟୁରୋପରେ ବର୍ତ୍ତମାନ 2.7 ମିଲିୟନରୁ ଅଧିକ ମାମଲା ରହିଛି।