ଓଡିଶା

odisha

ଶ୍ରଦ୍ଧାଳୁଙ୍କ ପାଇଁ ଖୋଲିଲା ବିଶ୍ବ ପ୍ରସିଦ୍ଧ ଖ୍ବାଜା ଗରିବ ନଓ୍ବାଜ ଦରଘା ଓ ବ୍ରହ୍ମା ମନ୍ଦିର

ଅପେକ୍ଷାର ଘଟିଛି ଅନ୍ତ । ଶ୍ରଦ୍ଧାଳୁଙ୍କ ପାଇଁ ଖୋଲିଲା ଖ୍ବାଜା ଗରିବ ନଓ୍ବାଜ ଦରଘା ଓ ପୁସ୍କରରେ ଥିବା ବ୍ରହ୍ନା ମନ୍ଦିର । କୋଭିଡ ଯୋଗୁଁ ବନ୍ଦ ରହିଥିଲା ଧାର୍ମିକ ସ୍ଥଳ । ଅଧିକ ପଢନ୍ତୁ...

By

Published : Sep 7, 2020, 12:19 PM IST

Published : Sep 7, 2020, 12:19 PM IST

world famous Khwaja Garib Nawaz and temple of Jagatpita Brahma unlocked
ଭକ୍ତଙ୍କ ପାଇଁ ଖୋଲିଲା ଖ୍ବାଜ ଗରିବ ନଓ୍ବାଜ ଦରଘା ଓ ପୁସ୍କରରେ ଥିବା ବ୍ରହ୍ନା ମନ୍ଦିର

ଜୟପୁର:ଅପେକ୍ଷାର ଘଟିଛି ଅନ୍ତ । ଦୀର୍ଘ ପରେ ଖୋଲିଛି ବିଶ୍ବ ପ୍ରସିଦ୍ଧ ଆଜମେରର ଖ୍ବାଜା ଗରିବ ନଓ୍ବାଜ ଦରଘା ଓ ପୁସ୍କରରେ ଥିବା ବ୍ରହ୍ନା ମନ୍ଦିର ଖୋଲିଛି । କୋରୋନା କଟକଣା ଯୋଗୁଁ 172 ଦିନ ପରେ ଭକ୍ତଙ୍କ ପାଇଁ ଏହି ଧାର୍ମିକ ସ୍ଥଳ ଗୁଡିକ ଖୋଲାଯାଇଛି । ଫଳରେ ଭକ୍ତଙ୍କ ମଧ୍ୟରେ ଖୁସିର ମାହୋଲ ଦେଖିବାକୁ ମିଳିଛି । କୋରୋନା କଟକଣା ମଧ୍ୟରେ ଦରଘା ଓ ମନ୍ଦିରରେ ଭକ୍ତଙ୍କୁ ପ୍ରବେଶ ପାଇଁ ନିର୍ଦ୍ଦେଶ ରହିଛି । ଦରଘାରେ ଭକ୍ତଙ୍କୁ ପ୍ରଥମେ ସାନିଟାଇଜ ଓ ଥମ୍ରାଲ ସ୍କ୍ରିଂନି କରିବା ପରେ ଦରଘା ମଧ୍ୟକୁ ଛଡା ଯାଉଛି । ଦରଘା ମଧ୍ୟରେ ମଧ୍ୟରେ ସାମାଜିକ ଦୂରତା ରଖିବା ପାଇଁ ବ୍ୟବସ୍ଥା କରାଯାଇଛି । ଦରଘା କର୍ତ୍ତୃପକ୍ଷ ଓ ପୋଲିସ କୋଭିଡ ଗାଇଡ ଲାଇନ ପାଳନ ପାଇଁ ନିୟୋଜିତ ହୋଇଛନ୍ତି ।

ଭକ୍ତଙ୍କ ପାଇଁ ଖୋଲିଲା ଖ୍ବାଜ ଗରିବ ନଓ୍ବାଜ ଦରଘା ଓ ପୁସ୍କରରେ ଥିବା ବ୍ରହ୍ନା ମନ୍ଦିର

ସେହିପରି,ପୁସ୍କରରେ ଥିବା ବ୍ରହ୍ମାଙ୍କ ମନ୍ଦିର ମଧ୍ୟ ସୋମବାର ଖୋଲାଯାଇଛି । ମନ୍ଦିରର ମୁଖ୍ୟ ଦ୍ବାରରେ ଶ୍ରଦ୍ଧାଳୁ ସାନିଟାଇଜ ଓ ଥମ୍ରାଲ ସ୍କ୍ରିଂନି କରାଯିବା ପରେ ମନ୍ଦିରକୁ ପ୍ରବେଶ କରାଯାଉଛି । ଏହାସହ ମନ୍ଦିର ମଧ୍ୟରେ ସମସ୍ତଙ୍କ ମଧ୍ୟର 6 ଫୁଟର ସାମାଜିକ ଦୂରତା ରଖାଯାଉଛି । ମଙ୍ଗଳଆଳତୀ ଦେଖିବା ପାଇଁ ବହୁ ଭକ୍ତଙ୍କ ସାମାଗମ ହୋଇଥିଲା । ଦରଘା ଓ ମନ୍ଦିର ବନ୍ଦ ଥିବା କାରଣରୁ ସ୍ଥାନୀୟ ବ୍ୟବସାୟୀଙ୍କ ରୋଜଗାର ପ୍ରଭାବିତ ହୋଇଥିଲା । ହେଲେ ଏବେ ଧାର୍ମିକ ସ୍ଥଳ ଖୋଲିବା ଦ୍ବାର ଭକ୍ତଙ୍କ ଆଗମନ ଆରମ୍ଭ ହୋଇଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details