ନୂଆଦିଲ୍ଲୀ: ବିଶ୍ବ ପରିବେଶ ଦିବସ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶର ଜନତାଙ୍କୁ ଅଧିକରୁ ଅଧିକ ବୃକ୍ଷରୋପଣ କରି ଉତ୍ତମ ଭବିଷ୍ୟ ଗଢି ତୋଳିବାକୁ ଆହ୍ବାନ ଦେଇଛନ୍ତି । ଖାଲି ସେତିକି ନୁହେଁ ବରଂ ପୃଥିବୀ ଗ୍ରହକୁ ଅଧିକ ସ୍ବଚ୍ଛ ଓ ସବୁଜିମା କରିବାର ଉପାୟ ମଧ୍ୟ ଖୋଜିବାକୁ କହିଛନ୍ତି ।
ବୃକ୍ଷରୋପଣ ପାଇଁ ମୋଦିଙ୍କ ଆହ୍ବାନ, ଦେଖନ୍ତୁ ଭିଡିଓ - pm modi
ବିଶ୍ବ ପରିବେଶ ଦିବସ ଅବସରରେ ଆଜି ସାରା ଦେଶ ବୃକ୍ଷରୋପଣ କରୁଥିବାବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ଏହି ଦିବସକୁ ନେଇ ଗୋଟିଏ ଭିଡିଓ ମାଧ୍ୟମରେ ସାରା ଦେଶକୁ ପ୍ରୋତ୍ସାହିତ କରିବା ସହ ଦେଇଛନ୍ତି ସୁନ୍ଦର ବାର୍ତ୍ତା।
ଫଟୋ ସୌଜନ୍ୟ: ଏଏନଆଇ
ତେବେ ସେହି ଭିଡିଓର ଶୀର୍ଷକରେ ସେ ଲେଖିଛନ୍ତି, ଆମ ଗ୍ରହ ଓ ପରିବେଶ ଏମିତି କିଛି ଯାହାକୁ ଆମେ ଖୁବ ଭଲ ପାଉ । ଆଜି ବିଶ୍ବ ପରିବେଶ ଦିବସ ଅବସରରେ ଆମେ ଗୋଟିଏ ସ୍ବଚ୍ଛ ଓ ସବୁଜ ଗ୍ରହ ସୁନିଶ୍ଚିତ କରିବା ପାଇଁ ପୁଣି ସଂକଳ୍ପବଦ୍ଧ ହେବା ।
ପ୍ରକାଶ ଥାଉକି, ଗତକାଲି କେନ୍ଦ୍ର ସରକାର ବୃକ୍ଷରୋପଣକୁ ପ୍ରୋତ୍ସାହିତ କରିବା ପାଇଁ #selfiewithsapling(ବୃକ୍ଷ ସହ ସେଲଫି)ର ଟ୍ରେଣ୍ଡ ଆରମ୍ଭ କରିଛନ୍ତି । କେନ୍ଦ୍ରମନ୍ତ୍ରୀ ପ୍ରକାଶ ଜାଭେଦକର ବୃକ୍ଷରୋପଣ କରିବା ସହ ସେଲଫି ନେଇ #selfiewithsapling ଲେଖି ମାଇକ୍ରୋ ବ୍ଲଗିଂ ସାଇଟରେ ପୋଷ୍ଟ କରିବାକୁ କହିଛନ୍ତି ।