ନୂଆଦିଲ୍ଲୀ: ଓଡିଶାରେ ବିଶ୍ବ ସ୍ତରୀୟ ରେଲୱେ ଷ୍ଟେସନ କରିବାକୁ ରାଜ୍ୟସଭାରେ ଦାବି । ରାଜ୍ୟସଭା ସାଂସଦ ଅମର ପଟ୍ଟନାୟକ ଆଜି(ଗୁରୁବାର) ଏହି ଦାବିକୁ ସଦନରେ ଉପସ୍ଥାପିତ କରିଛନ୍ତି । ରେଳ ମନ୍ତ୍ରଣାଳୟ ଦେଶରେ 22ଟି ଷ୍ଟେସନକୁ ବିଶ୍ବ ସ୍ତରୀୟ ରେଲୱେ ଷ୍ଟେସନ କରିବାକୁ ଯୋଜନା ଥିବାବେଳେ ଏଥିରେ ଓଡିଶାର ଦୁଇଟି ଷ୍ଟେସନକୁ ସ୍ଥାନ ଦେବାକୁ ସେ ଦାବି କରିଛନ୍ତି ।
ଓଡିଶାରେ ବିଶ୍ବ ସ୍ତରୀୟ ରେଲୱେ ଷ୍ଟେସନ କରିବାକୁ ଦାବି
ଓଡିଶାରେ ବିଶ୍ବ ସ୍ତରୀୟ ରେଲୱେ ଷ୍ଟେସନ କରିବାକୁ ଦାବି । ରାଜ୍ୟସଭା ସାଂସଦ ଅମର ପଟ୍ଟନାୟକ ଏନେଇ ରାଜ୍ୟସଭାରେ ନିଜ ଦାବି ଉପସ୍ଥାପନ କରିଛନ୍ତି ।
ଫଟୋ ସୌଜନ୍ୟ: ରାଜ୍ୟସଭା ଟିଭି
ତେବେ ଏଥିନେଇ ସର୍ଟଲିଷ୍ଟ ହୋଇଥିବା 42ଟି ଷ୍ଟେସନ ମଧ୍ୟରେ ଓଡିଶାର କୌଣସିଟି ଷ୍ଟେସନ ନଥିବା ସେ କହିଛନ୍ତି । ଏହାସହ ଅତିକମ୍ରେ ଓଡିଶାର ଦୁଇଟି ଷ୍ଟେସନକୁ ବିଶ୍ବ ସ୍ତରୀୟ ରେଲୱେ ଷ୍ଟେସନ କରିବାକୁ ସେ ଦାବି କରିଛନ୍ତି । ଉପକୂଳ ଓଡିଶାର ଗୋଟିଏ ଓ ପଶ୍ଚିମ ଓଡିଶାର ଗୋଟିଏ ଷ୍ଟେସନକୁ ଏଥିରେ ଅନ୍ତର୍ଭୁକ୍ତ କରିବା ପାଇଁ ସେ ସରକାରଙ୍କୁ ଜଣାଇଛନ୍ତି ।