ହାଇଦ୍ରାବାଦ: ରବିବାର ‘ବିଶ୍ୱ ରକ୍ତ ଦାତା ଦିବସ’ । ପ୍ରତିବର୍ଷ ଜୁନ୍ 14 ତାରିଖରେ ବିଶ୍ବର ବିଭିନ୍ନ ଦେଶରେ ‘ବିଶ୍ୱ ରକ୍ତ ଦାତା ଦିବସ’ (ଡବ୍ଲୁବିଡିଡି) ପାଳନ କରାଯାଏ । ଗତ 2004ରେ ଏହି କାର୍ଯ୍ୟକ୍ରମ ପ୍ରତିଷ୍ଠିତ ହୋଇଥିଲା । ଏହି କାର୍ଯ୍ୟକ୍ରମ ନିରାପଦ ରକ୍ତ ଏବଂ ରକ୍ତର ଆବଶ୍ୟକତା, ରକ୍ତଦାତାଙ୍କୁ ଧନ୍ୟବାଦ ଜଣାଇବା ସମ୍ପର୍କରେ ସଚେତନତା ସୃଷ୍ଟି କରାଇଥାଏ ।
ପ୍ରତ୍ୟେକ ବର୍ଷ ଜୁନ୍ 14ରେ ଲୋକମାନେ ବିଶ୍ବ ରକ୍ତଦାତା ଦିବସ ପାଳନ କରିଥାନ୍ତି । ଏହି ଦିବସ 1868 ମସିହା ଜୁନ୍ 14 କାର୍ଲ ଲ୍ୟାଣ୍ଡଷ୍ଟେନିୟର ଜନ୍ମ ଜୟନ୍ତୀରେ ପାଳନ କରାଯାଏ । ଏହି ଦିବସ ସମସ୍ତ ରକ୍ତଦାତାଙ୍କୁ କାର୍ଲ ଲ୍ୟାଣ୍ଡଷ୍ଟେନିୟର ଜନ୍ମ ଜୟନ୍ତୀ ପାଳନ କରିବାକୁ ଏକ ସୁବର୍ଣ୍ଣ ସୁଯୋଗ ଦେଇଥାଏ ।
ଶନିବାର ବିଶ୍ବ ସ୍ବାସ୍ଥ୍ୟ ସଂଗଠନ (ଡବ୍ଲୁଏଚଓ) ଏବଂ ସମସ୍ତ ଦେଶ ମିଶି ଏହି ଦିବସ ପାଳନ କରିବେ । 2005ରେ ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ ରକ୍ତଦାତାମାନଙ୍କୁ ଧନ୍ୟବାଦ ଦେବା ପାଇଁ ଏକ ବିଶେଷ ଦିନ ସ୍ଥିର କରିଥିଲା ଏବଂ ଅଧିକ ଲୋକଙ୍କୁ ମୁକ୍ତ ଭାବରେ ରକ୍ତ ଦାନ କରିବାକୁ ଉତ୍ସାହିତ କରିଥିଲା । ଏଥିସହ ରକ୍ତଦାତାମାନଙ୍କୁ ଧନ୍ୟବାଦ ଦେବା ସହିତ ବିଶ୍ୱବ୍ୟାପୀ ରକ୍ତର ଆବଶ୍ୟକତା ବିଷୟରେ ସଚେତନତା ସୃଷ୍ଟି କରିବା ପାଇଁ ବିଶ୍ବ ସ୍ବାସ୍ଥ୍ୟ ସଂଗଠନ କିଛି ମୁଖ୍ୟ ତଥ୍ୟ ଉପସ୍ଥାପନା କରିଥିଲା । ଜାଣନ୍ତୁ କେଉଁ ସବୁ ଦିଗରେ ଏହି ତଥ୍ୟରେ ଧ୍ୟାନ ଦିଆଯାଇଛି ।
- ବିଶ୍ବ ସ୍ତରରେ ସଂଗ୍ରହ ହେଉଥିବା 118.5 ନିୟୁତ ରକ୍ତଦାନ ମଧ୍ୟରୁ 40% ଉଚ୍ଚ ଆୟ ଦେଶରୁ ସଂଗୃହିତ ହୋଇଛି । ଯାହା ବିଶ୍ବ ଜନସଂଖ୍ୟାର 16% ଅଟେ ।
- କମ ଆୟଯୁକ୍ତ ଦେଶମାନଙ୍କରେ 5 ବର୍ଷ ବୟସରୁ କମ୍ ପିଲାଙ୍କ ଠାରେ 54% ରକ୍ତ ଅଭାବ ଦେଖାଯାଏ । ସେହିପରି ଉଚ୍ଚ ଆୟକାରୀ ଦେଶମାନଙ୍କରେ ରକ୍ତ ଅଭାବ ସାଧାରଣତଃ 60 ବର୍ଷ ବୟସରୁ ଅଧିକ ବର୍ଷ ଲୋକଙ୍କ ଠାରେ ପରିଲଖିତ ହୁଏ ।
-1000 ଲୋକଙ୍କ ନମୁନାକୁ ଆଧାର କରି ଜଣାପଡିଛି ଯେ, ଉଚ୍ଚ ଆୟ ଦେଶ ମାନଙ୍କରେ ରକ୍ତଦାନ ହାର 31.5 ଅଟେ । ସେହିପରି ଉଚ୍ଚ ମଧ୍ୟବିତ୍ତ ଦେଶରେ ଏହି ହାର 15.9 ଏବଂ ନିମ୍ନ ମଧ୍ୟବିତ୍ତ ଆୟ ଦେଶରେ 6.8ଏବଂ ସ୍ୱଳ୍ପ ଆୟକାରୀ ଦେଶରେ 5.0 ରକ୍ତଦାନ ହାର ଅଟେ ।
- 2013-2018 ମଧ୍ୟରେ ଭଲ୍ୟୁଣ୍ଟାରୀ ଅନପେଡ୍ ଡୋନରଙ୍କ ଠାରୁ 7.8 ନିୟୁତ ରକ୍ତଦାନ ବୃଦ୍ଧି ହୋଇଥିବା ଜଣାଯାଇଛି । ମୋଟ 79ଟି ଦେଶର ଭଲ୍ୟୁଣ୍ଟାରୀ ଅନପେଡ୍ ଡୋନରଙ୍କ ଠାରୁ 90% ରୁ ଅଧିକ ରକ୍ତ ସଂଗ୍ରହ କରାଯାଇଥିଲା ।