ଓଡିଶା

odisha

ETV Bharat / bharat

ଭାରତ ପାଇଁ 1 ବିଲିୟନ ଡଲାର ପ୍ୟାକେଜ ଘୋଷଣା କଲା ବିଶ୍ବ ବ୍ୟାଙ୍କ - ବିଶ୍ବ ବ୍ୟାଙ୍କ

କୋରୋନା ସଙ୍କଟ ମଧ୍ୟରେ ଭାରତ ପାଇଁ 1 ବିଲିୟନ ଆମେରିକୀୟ ଡଲାରର ସାମାଜିକ ସୁରକ୍ଷା ପ୍ୟାକେଜ ଘୋଷଣା କରିଛି ବିଶ୍ବ ବ୍ୟାଙ୍କ୍‌ । ଅଧିକ ପଢନ୍ତୁ...

ଭାରତ ପାଇଁ 1 ବିଲିୟନ ଡଲାର ପ୍ୟାକେଜ ଘୋଷଣା କଲା ବିଶ୍ବ ବ୍ୟାଙ୍କ
ଭାରତ ପାଇଁ 1 ବିଲିୟନ ଡଲାର ପ୍ୟାକେଜ ଘୋଷଣା କଲା ବିଶ୍ବ ବ୍ୟାଙ୍କ

By

Published : May 15, 2020, 2:55 PM IST

ହାଇଦ୍ରାବାଦ: ମହାମାରୀ କୋରୋନାର ସଙ୍କଟ ଦେଇ ଗତି କରୁଛି ସାରା ବିଶ୍ବ । ଭାରତ ମଧ୍ୟ ଏହି ମହାମାରୀ ବିରୋଧରେ ନିଜର ଯୁଦ୍ଧ ଜାରି ରଖିଛି । ତେବେ କୋରୋନା ବିରୋଧରେ ଭାରତର ଲେଢେଇକୁ ବଳ ଦେବା ପାଇଁ 1 ବିଲିୟନ ଆମେରିକୀୟ ଡଲାରର ସାମାଜିକ ସୁରକ୍ଷା ପ୍ୟାକେଜ ଘୋଷଣା କରିଛି ବିଶ୍ବ ବ୍ୟାଙ୍କ୍‌ ।

ଭାରତ ସରକାରଙ୍କ ପକ୍ଷରୁ ଆରମ୍ଭ ହୋଇଥିବା COVID-19 ରିଲିଫ୍ ଯୋଜନା ଗୁଡିକରେ ଏହି ପ୍ୟାକେଜକୁ ଯୋଡାଯିବ ବୋଲି ବିଶ୍ବ ବ୍ୟାଙ୍କ୍‌ ପକ୍ଷରୁ କୁହାଯାଇଛି । ତେବେ ଏହି ଘୋଷଣାରେ ବିଶ୍ବ ବ୍ୟାଙ୍କରେ ଭାରତର ନିର୍ଦ୍ଦେଶକ ଜୁନୈଦ ଅହମ୍ମଦ କହିଛନ୍ତି ଯେ ସ୍ବାସ୍ଥ୍ୟ, ସାମାଜିକ ସୁରକ୍ଷା ଏବଂ ମାଇକ୍ରୋ, କ୍ଷୁଦ୍ର ଏବଂ ମଧ୍ୟମ ଉଦ୍ୟୋଗ (ଏମଏସଏମଇ) ଭଳି ତିନୋଟି କ୍ଷେତ୍ରରେ ଭାଗିଦାରୀକୁ ନେଇ ଭାରତ ସରକାରଙ୍କ ସହ ଆଲୋଚନା ହୋଇଛି ।

ଭାରତର ସାମାଜିକ ସୁରକ୍ଷା ଜରିଆରେ ପ୍ରବାସୀ, ଅଣ ସଙ୍ଗଠିତ ଶ୍ରମିକ ଏବଂ ବ୍ୟବସ୍ଥାର ଏକୀକରଣ ସୃଷ୍ଟି ଉପରେ ଗୁରୁତ୍ବ ଦିଆଯାଇଛି। ଭାରତ ସରକାର କରୋନାଭାଇରସ୍ ପ୍ରଭାବରେ ହୋଇଥିବା କ୍ଷତି ପୂରଣ କରିବା ପାଇଁ 20 ଲକ୍ଷ କୋଟି ଟଙ୍କାର ଆର୍ଥିକ ପ୍ୟାକେଜ୍ ଘୋଷଣା କରିସାରିଛନ୍ତି।

@ANI

ABOUT THE AUTHOR

...view details