ଓଡିଶା

odisha

ETV Bharat / bharat

ଆସ୍ଥମା ରୋଗୀ ଖାଆନ୍ତୁନି ଏହିସବୁ ଜିନିଷ, ରହିବେ ସୁସ୍ଥ , ଜାଣନ୍ତୁ... - ଆସ୍ଥମା ରୋଗୀଙ୍କୁ ଶ୍ବାସ ନେବାରେ ସମସ୍ୟା

ଆସ୍ଥମା ରୋଗୀଙ୍କ ପାଇଁ ନିଜ ଖାଦ୍ୟ ପାନୀୟର ବିଶେଷ ଧ୍ୟାନ ରଖିବାକୁ ପଡିବ । ଆସ୍ଥମା ରୋଗୀଙ୍କୁ କିଛି ଜିନିଷରୁ ବହୁତ ଜଲଦି ଏଲର୍ଜି ହୋଇଥାଏ । ଯାହାଦ୍ବାରା ସେମାନଙ୍କ ସମସ୍ୟା ଅଧିକ ବଢିଯାଉଛି । ଆସନ୍ତୁ ଜାଣିବା କେଉଁ ଜିନିଷ ଆସ୍ଥମାନ ରୋଗୀଙ୍କ ଖାଇବା ଠାରୁ ଦୂରେଇ ରହିବା ଆବଶ୍ୟକ....

world asthma day foods
ଆସ୍ଥମା ରୋଗୀଙ୍କ ମଧ୍ୟରେ ସଚେତନ

By

Published : May 5, 2020, 3:07 PM IST

ସାରା ବିଶ୍ବରେ ଥିବା ଆସ୍ଥମା ରୋଗୀଙ୍କ ମଧ୍ୟରେ ସଚେତନ କରିବା ଲକ୍ଷ୍ୟରେ ମେ' ମାସର ପ୍ରଥମ ମଙ୍ଗଳବାରକୁ ବିଶ୍ବ ଆସ୍ଥମା ଦିବସ(World Asthma Day) ଭାବେ ପାଳନ ହେଉଛି । ତେବେ ଆସ୍ଥମା ରୋଗୀଙ୍କ ଇମ୍ୟୁନୋ ସିଷ୍ଟମ ଦୁର୍ବଳ ଥିବାରୁ, ସେମାନଙ୍କୁ ଅଧିକ ସଂକ୍ରମଣର ବିପଦ ରହିଥାଏ ।

ଆର୍ଟିଫିସିଆଲ ସ୍ବିଟନର

ଆସ୍ଥମା ଓ ଏଲର୍ଜି ଫାଉଣ୍ଡେସନ ଅଫ ଆମେରିକା(AAFA) ଅନୁସାରେ, ଆସ୍ଥମା ରୋଗୀଙ୍କୁ ଆର୍ଟିଫିସିଆଲ ସ୍ବିଟନର(ମିଠା) ଠାରୁ ଦୂରରେ ରହିବା ଜରୁରୀ । କାରଣ ଏହି ଆର୍ଟିଫିସିଆଲ ମିଠା ସାଧାରଣତଃ ଡାଇଟ ସୋଡା ଓ ଜୁସରେ ରହିଥାଏ । ଏହା ସେବନ କରିବା ଦ୍ବାରା ଏହା ଆଲର୍ଜିକୁ ବଢାଇବା କାମ କରିଥାଏ । ଏହାସହ ଆସ୍ଥମା ରୋଗୀଙ୍କୁ ପ୍ରିଜର୍ଭେଟିଫ ଫୁଡ ଆଇଟମ ଠାରୁ ମଧ୍ୟ ଦୂରେଇ ରହିବା ଦରକାର ।

ଆର୍ଟିଫିସିଆଲ ସ୍ବିଟନର ଆସ୍ଥମା ରୋଗୀଙ୍କ ପାଇଁ କ୍ଷତିକାରକ

ପ୍ରୋସେସ ଫୁଡ/ ପ୍ୟାକେଟ ତିଆରି ଖାଦ୍ୟ

ବଜାରରେ ମିଳୁଥିବା ପ୍ୟାକେଟରେ ଖାଦ୍ୟକୁ ଖାଇବା ଦ୍ବାରା ଆସ୍ଥମା ରୋଗୀଙ୍କୁ ଶ୍ବାସ ନେବାରେ ସମସ୍ୟା ହୋଇପାରେ । ଖାସ କରି ଛୋଟ ପିଲାଙ୍କ ପାଇଁ ଏହା ଅଧିକ ବିପଦ । ଗ୍ରୋସୀରି ଷ୍ଟୋରରେ ଏମିତି ଅନେକ ପ୍ରସେସ ଫୁଡ ମିଳେ । ଯେଉଁଥିରେ ପ୍ରିଜର୍ଭେଟିଭ ଓ ଆର୍ଟିଫିସିଆଲ କ୍ୟାଲୋରୀ ରହିଥାଏ । ଯାହା ଫୁସଫୁସକୁ କ୍ଷତି ପହଞ୍ଚାଇ ପାରେ । ସେଥିପାଇଁ ଫାଷ୍ଟଫୁଡ, ଡିପ ଫ୍ରାଇଡ ଫ୍ରୁଟସ, ପ୍ୟାକେଟ ଫୁଡ ଆସ୍ଥମା ଲକ୍ଷଣକୁ ଆହୁରି ବଢାଇ ଦିଏ ।

ପ୍ୟାକେଟ ଖାଦ୍ୟ ବଢାଇପାରେ ସମସ୍ୟା

ଭେଜିଟେବୁଲ ଅଏଲ

ଭେଜିଟେବୁଲ ଅଏଲର ବ୍ୟବହାର ଖାସ କରି ସାଲାଡ ଓ କେକ ଡ୍ରେସିଂଙ୍ଗ କରିବାକୁ ବ୍ୟବହାର କରାଯାଏ । ଏଥିରେ ପ୍ରିଜର୍ଭେଟିଭ ଥାଏ । ଯାହାଯୋଗୁ ଶରୀରରେ ଜ୍ବଳନ ଓ ନାଲି ପକାଇ ଦେଇଥାଏ । ଅଧିକ ତାପମାତ୍ରାରେ ଭେଜିଟେବୁଲ ଅଏଲ ରୋଷେଇ କରିବା ଦ୍ବାରା ଅନେକ ପ୍ରକାର ବିଶାକ୍ତ ପଦର୍ଥ ବାହାରି ଥାଏ । ଯାହା ଆସ୍ଥମା ରୋଗୀଙ୍କ ପାଇଁ ବହୁତ ହାନୀକାରକ ।

ଭେଜିଟେବୁଲ ଅଏଲ କ୍ଷତିକାରକ

ଛଣା ଖାଦ୍ୟ

ଆସ୍ଥମା ରୋଗୀମାନେ ଯେତେଦୂର ସମ୍ଭମ ଛଣା ଖାଦ୍ୟ ଠାରୁ ଦୂରେଇ ରୁହନ୍ତୁ । ଏହା ବ୍ୟତୀତ ଆସ୍ଥମା ରୋଗୀଙ୍କୁ ଅଧିକ ଲୁଣ ମଧ୍ୟ ଖାଇବା କଥା ନୁହେଁ ।

ଛଣା ଫ୍ରାଏ ଖାଦ୍ୟଠୁ ରୁହନ୍ତୁ ଦୂରରେ

ଦୁଗ୍ଧ ଜାତୀୟ ଦ୍ରବ୍ୟ

କ୍ଷୀର ଏବଂ ଆଇସକ୍ରିମ ଭଳି ଦୁଗ୍ଧ ଜାତୀୟ ଦ୍ରବ୍ୟ ସେବନ କରିବା ଦ୍ବାରା ଏହା ଆସ୍ଥମାକୁ ଆହୁରି ବଢାଇବା ଦିଗରେ ସାହାଯ୍ୟ କରେ । କାରଣ ଏହା ସେବନ କରିବା ଦ୍ବାରା ଫୁସଫୁସରେ କଫ ଜମିବାର ଆଶଙ୍କା ରହିଥାଏ । ତେଣୁ ଆସ୍ଥମା ରୋଗୀଙ୍କୁ ଗ୍ରୀକ ୟୋଗର୍ଟ ଖାଇବାକୁ ପରାମର୍ଶ ଦିଆଯାଏ ।

ଦୁଗ୍ଧଜାତୀୟ ପଦାର୍ଥଠୁ ଦୂରରେ ରୁହନ୍ତୁ ଆସ୍ଥମା ରୋଗୀ

ABOUT THE AUTHOR

...view details