ଓଡିଶା

odisha

ETV Bharat / bharat

କୋରୋନା ସତର୍କତା: ପିପିଇ କିଟ୍ ପିନ୍ଧି ଚୁଟି କାଟିଲେ ସେଲୁନ କର୍ମଚାରୀ - କୋରୋନା ସତର୍କତା

ଗୁଜୁରାଟର ନାଦିଆଡର ଏକ ସେଲୁନ କର୍ମଚାରୀ ପିପିଇ କିଟ୍ ପିନ୍ଧି ଲୋକଙ୍କର ଚୁଟି କାଟୁଥିବା ଦେଖିବାକୁ ମିଳିଛି ।

ppe kit
ପିପିଇ କିଟ୍ ପିନ୍ଧି ଚୁଟି କାଟିଲେ ସେଲୁନ କର୍ମଚାରୀ

By

Published : May 14, 2020, 2:11 PM IST

ଗାନ୍ଧୀନଗର: ସମଗ୍ର ଦେଶରେ କୋକୁଆ ଭୟ ଖେଳାଇଛି କୋରୋନା ଭାଇରସ । ଏହି ଭାଇରସ ସଂକ୍ରମଣ ବ୍ୟାପିବାକୁ ନେଇ ମେ 17 ଯାଏଁ ଲକଡାଉନ ହୋଇଛି । ମାତ୍ର ଆକ୍ରାନ୍ତଙ୍କ ସଂଖ୍ୟା କମିବା ପରିବର୍ତ୍ତେ ଦ୍ରୁତ ଗତିରେ ବୃଦ୍ଧି ପାଉଛି । ଏଣୁ କୋରୋନା ସଂକ୍ରମଣକୁ ରୋକିବା ନେଇ ଲୋକମାନେ ବହୁ ପ୍ରକାର ସଚେତନତା ଅବଲମ୍ବନ କରୁଥିବା ବେଳେ ଗୁଜୁରାଟର ନାଦିଆଡର ଏକ ସେଲୁନ କର୍ମଚାରୀ ପିପିଇ କିଟ୍ ପିନ୍ଧି ଲୋକଙ୍କର ଚୁଟି କାଟୁଥିବା ଦେଖିବାକୁ ମିଳିଛି ।

ଏଥିସହ ଚୁଟି କାଟିବା ପାଇଁ ଆସିଥିବା ଲୋକମାନେ ମଧ୍ୟ ସତର୍କତା ସ୍ବରୁପ ମୁହଁରେ ମାସ୍କ ପିନ୍ଧିଥିବା ବେଳେ ସେଲୁନ ମଧ୍ୟରେ କଡାକଡି ଭାବରେ ସାମାଜିକ ଦୂରତା ପାଳନା କରାଯାଉଛି । ଆମେମାନେ ସରକାରଙ୍କ ଦ୍ବାରା ଦିଆଯାଇଥିବା ସତର୍କତାକୁ ପାଳନ କରୁଛୁ ଏବଂ ଲୋକମାନେ ଯେପରି କୋରୋନା ସଂକ୍ରମଣରୁ ବଞ୍ଚିବେ ସେନେଇ ଉପଯୁକ୍ତ ପଦକ୍ଷେପ ନେଉଥିବା ସେଲୁନ ମାଲିକ ବିଶାଲ ଲିମ୍ବାଚିୟା କହିଛନ୍ତି।

କୋରୋନା ସଂକ୍ରମଣକୁ ରୋକିବା ପାଇଁ ପିପିଇ କିଟ୍ କେବଳ ଚିକିତ୍ସା ସେଣ୍ଟରରେ ନୁହେଁ ବରଂ ବିଭିନ୍ନ କାର୍ଯ୍ୟକଳାପରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ତୁଲାଉଛି । ଯେପରି ସଫା କରିବା, ବର୍ଜ୍ୟବସ୍ତୁ ପରିଚାଳନା ଏବଂ ନିରାପଦ ସମାଧି, ଏବଂ ବିସ୍ତାର ସହିତ ସମ୍ପ୍ରଦାୟର ଯତ୍ନ ଆଦି । ପ୍ରକାଶ ଥାଉକି, ଭାରତରେ ବର୍ତ୍ତମାନ ସୁଦ୍ଧା କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା 78 ହଜାର ପାର କରିଥିବା ବେଳେ ମୋଟ ଆକ୍ରାନ୍ତଙ୍କ ମଧ୍ୟରୁ 2548 ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଥିବା ଗୁରୁବାର କେନ୍ଦ୍ର ସ୍ବାସ୍ଥ୍ୟ ଏବଂ ପରିବାର କଲ୍ୟାଣ ମନ୍ତ୍ରଣାଳୟ ସୂଚନା ଦେଇଛନ୍ତି ।

ABOUT THE AUTHOR

...view details