ଓଡିଶା

odisha

ETV Bharat / bharat

ଆଇଟି କର୍ମଚାରୀଙ୍କ ୱାର୍କ ଫ୍ରମ ହୋମ ଅବଧି ଜୁଲାଇ 31କୁ ବୃଦ୍ଧି

ଦେଶରେ ଆଇଟି କ୍ଷେତ୍ରରେ କାମ କରୁଥିବା କର୍ମଚାରୀଙ୍କ ବୃଦ୍ଧି ହେଲା ୱାର୍କ ଫ୍ରମ ହୋମ ସମୟ ଅବଧି । ଜୁଲାଇ 31 ଯାଏ ଘରେ ରହି କାମ କରିବେ କର୍ମଚାରୀ ।

By

Published : Apr 29, 2020, 3:16 PM IST

ଆଇଟି କର୍ମଚାରୀଙ୍କ ୱାର୍କ ଫ୍ରମ ହୋମ ଜୁଲାଇ 31କୁ ବୃଦ୍ଧି
ଆଇଟି କର୍ମଚାରୀଙ୍କ ୱାର୍କ ଫ୍ରମ ହୋମ ଜୁଲାଇ 31କୁ ବୃଦ୍ଧି

ନୂଆଦିଲ୍ଲୀ: ଦେଶର ଆଇଟି କର୍ମଚାରୀଙ୍କ ପାଇଁ ବଢିଲା 'ୱାର୍କ ଫ୍ରମ ହୋମ'ର ସମୟ ଅବଧି । ଜୁଲାଇ 31 ପର୍ଯ୍ୟନ୍ତ ଘରେ ବସି କାମ କରିବେ କର୍ମଚାରୀ । ପୂର୍ବରୁ ଏହି ନିୟମ ଏପ୍ରିଲ 30ରେ ଶେଷ ହେଉଥିବାବେଳେ କୋରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଏଥିରେ ବୃଦ୍ଧି କରାଯାଇଛି ।

ମହାମାରୀ କୋରୋନା ପାଇଁ 85 ପ୍ରତିଶତ କର୍ମଚାରୀ 'ୱାର୍କ ଫ୍ରମ ହୋମ' କରିବେ । ସୂଚନା ପ୍ରଯୁକ୍ତିବିଦ୍ୟା ଏବଂ ଟେଲି ଯୋଗାଯୋଗ ମନ୍ତ୍ରୀ ରବି ଶଙ୍କର ପ୍ରସାଦ କହିଛନ୍ତି ଦେଶରେ 'ୱାର୍କ ଫ୍ରମ ହୋମ' ଏକ ନୂଆ ନୀତି ହେବାକୁ ଯାଉଛି । ଏ କ୍ଷତ୍ରରେ ଯୁବ ଉଦ୍ୟୋଗୀମାନେ ଆବଶ୍ୟକ ନିବେଦନ କରିବାକୁ ଆହ୍ବାନ କରିଛନ୍ତି ମନ୍ତ୍ରୀ ରବି ଶଙ୍କର ।

ଏହା ସହ କୋଭିଡ-19 ମହାମାରୀ ପରିସ୍ଥିତି ମୁକାବିଲା ପାଇଁ ସ୍ବତନ୍ତ୍ର ଗାଇଡଲାଇନ ପ୍ରସ୍ତୁତ କରିବାକୁ ଏକ ଜାତୀୟ ସ୍ତରୀୟ ଋଣନୀତି କମିଟି ଗଠନ କରିବାକୁ ଘୋଷଣା କରିଛନ୍ତି । ଲକଡାଉନ ପରେ କାର୍ଯ୍ୟ ସ୍ଥିତିରେ ପରିବର୍ତ୍ତନକୁ ଦୃଷ୍ଟିରେ ରଖି ଉନ୍ନତ ଇଣ୍ଟରନେଟ୍ ସୁବିଧା ଯୋଗାଇ ଦେବାକୁ ପଡିବ । କେବଳ ଆଇଟି କ୍ଷେତ୍ର ନୁହେଁ, ସମସ୍ତ ରାଜ୍ୟ ଏହାକୁ ଗୁରୁତ୍ୱ ଦେବା ଉଚିତ ।

ABOUT THE AUTHOR

...view details