ଓଡିଶା

odisha

ETV Bharat / bharat

ଜାତୀୟ ମହିଳା ଆୟୋଗର ସଭାପତିଙ୍କୁ କୋରୋନା - ଜାତୀୟ ମହିଳା ଆୟୋଗର ସଭାପତି

ଜାତୀୟ ମହିଳା ଆୟୋଗର ସଭାପତି ରେଖା ଶର୍ମା ହେଲେ କୋରୋନା ସଂକ୍ରମିତ । ନିକଟ ଅତୀତରେ ତାଙ୍କ ସହ ଯୋଗାଯୋଗରେ ଥିବା ଲୋକଙ୍କୁ ମଧ୍ୟ ସେ ପରୀକ୍ଷା କରିବାକୁ ନିବେଦନ କରିଛନ୍ତି । ଅଧିକ ପଢନ୍ତୁ...

ଜାତୀୟ ମହିଳା ଆୟୋଗର ସଭାପତି କୋରୋନା ସଂକ୍ରମିତ
ଜାତୀୟ ମହିଳା ଆୟୋଗର ସଭାପତି କୋରୋନା ସଂକ୍ରମିତ

By

Published : Sep 9, 2020, 11:49 AM IST

ନୂଆଦିଲ୍ଲୀ: ଲଗାତାର ବହୁ ନେତା ମନ୍ତ୍ରୀ କୋରୋନାରେ ଆକ୍ରାନ୍ତ ହୋଇଥିବା ବେଳେ ଏବେ ଜାତୀୟ ମହିଳା ଆୟୋଗର ସଭାପତି ରେଖା ଶର୍ମା ହେଲେ କୋରୋନା ସଂକ୍ରମିତ । ନିକଟ ଅତୀତରେ ତାଙ୍କ ସହ ଯୋଗାଯୋଗରେ ଥିବା ଲୋକଙ୍କୁ ମଧ୍ୟ ସେ କୋରୋନା ପରୀକ୍ଷା କରିବାକୁ ନିବେଦନ କରିଛନ୍ତି । ତାଙ୍କୁ ପ୍ରଥମେ ଥଣ୍ଡା ହେବାରୁ ସେ କୋଭିଡ୍ ଟେଷ୍ଟ କରିଥିଲେ । ପରେ ରିପୋର୍ଟ ପଜିଟିଭ୍ ଆସିଥିବା ସେ ମଙ୍ଗଳବାର ଟ୍ୱିଟ୍ କରି ସୂଚନା ଦେଇଛନ୍ତି । ଏବେ ହୋମ ଆଇସୋଲେସନରେ ଅଛନ୍ତି ରେଖା ଶର୍ମା ।

ଗତ 24 ଘଣ୍ଟା ମଧ୍ୟରେ, ଦିଲ୍ଲୀରେ 3609ଟି ନୂଆ କୋରୋନା ମାମଲା ଚିହ୍ନଟ ହୋଇଛି। ଏହା ସହିତ ଜାତୀୟ ରାଜଧାନୀରେ ସଂକ୍ରମିତ ସମୁଦାୟ କୋରୋନା ସଂଖ୍ୟା 1,97,135କୁ ବୃଦ୍ଧି ପାଇଛି । ଗତକାଲି 19 ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ମୃତକଙ୍କ ସଂଖ୍ୟା 4618 କୁ ବୃଦ୍ଧି ପାଇଛି । ମଙ୍ଗଳବାର, 1756 ରୋଗୀ କୋରୋନାରୁ ସୁସ୍ଥ ହୋଇଥିଲେ। ବର୍ତ୍ତମାନ ସୁଦ୍ଧା 170140 ରୋଗୀ ସୁସ୍ଥ ହୋଇଛନ୍ତି ଏବଂ 22,377ଟି ସକ୍ରିୟ ମାମଲା ରହିଛି ।

ଦିଲ୍ଲୀ ସିଏମ୍ ଅରବିନ୍ଦ କେଜ୍ରିୱାଲ କହିଛନ୍ତି ଯେ, କୋରୋନା ପରୀକ୍ଷା ପାଇଁ ଏବେ ଆଉ ଡାକ୍ତରଙ୍କ ପ୍ରେସକ୍ରିପସନ୍ ଆବଶ୍ୟକ ହେବ ନାହିଁ। ଯେକେହି ଏବେ ନିଜକୁ ପରୀକ୍ଷା କରିପାରିବେ ।

ABOUT THE AUTHOR

...view details