ଶ୍ରୀକାକୁଲମ: ମନ୍ଦିର ପ୍ରାଙ୍ଗଣରେ ଭୋଗ ରୂପେ ଲଗାଯାଏ କଦଳୀ କାନ୍ଦି । ଆନ୍ଧ୍ରପ୍ରଦେଶର ଶ୍ରୀକାକୁଲମ ଜିଲ୍ଲାର ଲାଭେରୁ ମଣ୍ଡଳର ମହିଳାମାନେ ଆଶିରି ଅମାନ ଯଥରାକୁ ବଡ ଧୁମଧାମରେ ପାଳନ କରନ୍ତି। ଯେଉଁଥିରେ ଶହ ଶହ କଦଳୀ କାନ୍ଦି ମା' ଆଶିରି ଅମାନଙ୍କ ପାଖରେ ଭୋଗ ରୂପେ ଅର୍ପଣ କରାଯାଏ ।
ପ୍ରତିବର୍ଷ ଏହାକୁ ମକର ସଂକ୍ରାନ୍ତି ପରେ ପରେ ପଡୁଥିବା ପ୍ରଥମ ମଙ୍ଗଳବାରରେ ପାଳନ କରାଯାଏ । ଏହି ପରମ୍ପରା କାହିଁ କେତେ କାଳରୁ ଚାଲିଆସୁଥିବାବେଳେ ଏହାର ରୀତିନୀତି ମଧ୍ୟ ବହୁ ପୁରୁଣା । ଏହି ପରମ୍ପରାରେ ଗାଁର ପ୍ରତ୍ୟେକ ଝିଅ ଯୁବତୀମାନେ ଦେବୀ ଆଶିରିତାଲ୍ଲି ଅମାନଙ୍କ ପାଖରେ ଏକ ସ୍ବତନ୍ତ୍ର ପୂଜାର୍ଚ୍ଚନା କରିବା ସହ ପ୍ରାର୍ଥନା କରନ୍ତି ।