ନୂଆଦିଲ୍ଲୀ: ନାଗରିକତା ସଂଶୋଧନ ଆଇନକୁ ବିରୋଧ କରି ଦେଶବ୍ୟାପି ଜାରି ରହିଛି ବିରୋଧ ପ୍ରଦର୍ଶନ । ଦିଲ୍ଲୀର ଇନ୍ଦ୍ରଲୋକ ଅଞ୍ଚଳରେ ଶହଶହ ମହିଳା ସିଏଏ ଓ ଏନଆରସିକୁ ନେଇ ବିରୋଧ ପ୍ରଦର୍ଶନ କରୁଥିବା ଦେଖିବାକୁ ମିଲିଛି । ସେମାନଙ୍କ ଦାବି ରହିଛି ଯେ ସିଏଏକୁ ରଦ୍ଧ କରାଯାଉ ଓ ଏନଆରସିକୁ ଲାଗୁ କରା ନଯାଉ ।
ସିଏଏକୁ ବିରୋଧ କରି ମହିଳାଙ୍କ ବିକ୍ଷୋଭ ପ୍ରଦର୍ଶନ - women protesting CAA & NRC
ଦିଲ୍ଲୀର ଇନ୍ଦ୍ରଲୋକ ଅଞ୍ଚଳରେ ଶହଶହ ମହିଳା ସିଏଏ ଓ ଏନଆରସିକୁ ନେଇ ବିରୋଧ ପ୍ରଦର୍ଶନ କରୁଥିବା ଦେଖିବାକୁ ମିଲିଛି । ଅଧିକ ପଢନ୍ତୁ...
ସିଏଏକୁ ବିରୋଧ କରି ମହିଳାଙ୍କ ବିକ୍ଷୋଭ ପ୍ରଦର୍ଶନ
ଏହି ପ୍ରଦର୍ଶନରେ ଜଣେ ବି ପୁରୁଷ ସାମିଲ ହୋଇନଥିବା ବେଳେ କେବଳ ମହିଳାମାନେ ହାତରେ ପତାକା ଧରି ରାଜରାସ୍ତାରେ ହୋହଲ୍ଲା କରୁଥିବା ଦେଖିବାକୁ ମିଳିଛି। ଇନ୍ଦ୍ରଲୋକ ମସଜିଦରୁ ଇନ୍ଦ୍ରଲୋକ ମେଟ୍ରୋ ଷ୍ଟେସନ ପର୍ଯ୍ୟନ୍ତ ଏହି ବିରୋଧ ପ୍ରଦର୍ଶନ କରାଯାଉଛି । ଘଟଣାସ୍ଥଳରେ ବରିଷ୍ଠ ପୋଲିସ ଅଧିକାରୀ ଉପସ୍ଥିତ ଅଛନ୍ତି । ସରକାରଙ୍କ ନାଗରିକତା ଆଇନ ଓ ସରକାରଙ୍କ ବିରୋଧରେ ମହିଳାମାନେ ନାରାବାଜି ଦେଉଥିବା ଦେଖିବାକୁ ମିଳିଛି ।