ନୂଆଦିଲ୍ଲୀ: ଏବେ ସମସ୍ତଙ୍କ ମୁହଁରେ ସପନା ଚୌଧୁରୀଙ୍କ ହରିୟାଣାଫେମସ ସଙ୍ଗ ‘ତେରୀ ଆଖିଁଓ କା ୟୋ କାଜଲ’। ଆଉ ଏହି ଗୀତରେ ଡିଜେ ବାଜିବା ମାତ୍ରେ ପାଦ ଆପେ ଆପେ ନାଚି ଉଠେ। ତେବେ ଏହି ଗୀତରେ ମଞ୍ଚରେ ଠୁମକା ଲଗାଇଛନ୍ତି ଦିଲ୍ଲୀର ମହିଳା ପୋଲିସ। ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ଡାନ୍ସ ଭିଡିଓ।
ସପନାଙ୍କ ଗୀତରେ ଠୁମକା ଲଗାଇଲେ ମହିଳା ପୋଲିସ - viral video
ସପନା ଚୌଧୁରୀଙ୍କ ଲୋକପ୍ରିୟ ଗୀତରେ ଠୁମକା ଲଗାଇ ଏବେ ଚର୍ଚ୍ଚାରେ ମହିଳା ପୋଲିସ । ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ଏହି ଭିଡିଓ । ଦିଲ୍ଲୀରେ ଆୟୋଜିତ ‘ସୁନୋ ସହେଲୀ ’କାର୍ଯ୍ୟକ୍ରମରେ ଯୋଗଦେଇ ମଞ୍ଚରେ ଠୁମକା ଲଗାଇଥିଲେ ମହିଳା ପୋଲିସ ।

ଫଟୋ ସୌଜନ୍ୟ: @ANI
ମହିଳାଙ୍କ ବିକାଶ ଓ ସୁରକ୍ଷା ଉଦ୍ଦେଶ୍ୟରେ ଆୟୋଜିତ ‘ସୁନୋ ସହେଲୀ ’କାର୍ଯ୍ୟକ୍ରମରେ ଯୋଗଦେଇ ମଞ୍ଚରେ ଠୁମକା ଲଗାଇଥିଲେ ମହିଳା ପୋଲିସ । କେବଳ ପୋଲିସ କର୍ମୀ ନୁହନ୍ତି ସେମାନଙ୍କସହ ସାମିଲ ହୋଇଥିଲେ ଆଇପିଏସ ଅଫିସର ବିନିତା ମେରୀ ଜୟକର । କାହାକୁ ଖାତିର ନକରି ନାଚରେ ମାତିଛନ୍ତି ଏହି ମହିଳା ପୋଲିସ କର୍ମୀମାନେ ।