ଓଡିଶା

odisha

By

Published : Apr 21, 2020, 10:00 PM IST

ETV Bharat / bharat

ଛତିଶଗଡରେ ସ୍ବୟଂ ସହାୟକ ମହିଳା ପ୍ରସ୍ତୁତ କରୁଛନ୍ତି ଇକୋଫ୍ରେଣ୍ଡଲୀ ମାସ୍କ

କୋରୋନା ମୁକାବିଲା ପାଇଁ ଘରୁ ବାହାରିବା ସମୟରେ ମାସ୍କ ବ୍ୟବହାର ବାଧ୍ୟତାମୂଳକ କରିଛନ୍ତି ଛତିଶଗଡ ସରକାର । ଏନେଇ ସରଗୁଜା ଜିଲ୍ଲାରେ ଇକୋଫ୍ରେଣ୍ଡଲୀ ମାସ୍କ ପ୍ରସ୍ତୁତ କରୁଛନ୍ତି ସ୍ବୟଂ ସହାୟକ ଗୋଷ୍ଠୀର ମହିଳା । ଅଧିକ ପଢନ୍ତୁ....

eco-friendly masks
ଛତିଶଗଡରେ ସ୍ବୟଂ ସହାୟକ ମହିଳା ପ୍ରସ୍ତୁତ କରୁଛନ୍ତି ଇକୋଫ୍ରେଣ୍ଡଲୀ ମାସ୍କ

ରାୟପୁର: କୋରୋନା ମୁକାବିଲା ପାଇଁ ମୁଖ୍ୟମନ୍ତ୍ରୀ ଭୁପେଶ ବାଘେଲଙ୍କ ନିର୍ଦ୍ଦେଶରେ ସରଗୁଜା ଜିଲ୍ଲା ପ୍ରଶାସନ ବ୍ୟାପକ ପ୍ରସ୍ତୁତି ଚଳାଇଛି । ଏହି ପର୍ଯ୍ୟାୟରେ, ଆମ୍ବିକାପୁରର ଲୋକଙ୍କୁ ସୁଲଭ ମୂଲ୍ୟରେ ଗୁଣାତ୍ମକ ମାନର ମାସ୍କ ଯୋଗାଇବା ପାଇଁ କୁହାଯାଇଛି । ଜିଲ୍ଲାର ସମସ୍ତ 7ଟି ବ୍ଲକରେ ପ୍ରାୟ 25ଟି ସ୍ୱୟଂ ସହାୟକ ଗୋଷ୍ଠୀର ମହିଳାମାନେ ଏହି କାର୍ଯ୍ୟରେ ନିୟୋଜିତ ଅଛନ୍ତି ।

ବିଶେଷ କଥା ହେଉଛି ମହିଳାମାନେ ସ୍ଥାନୀୟ ସାମଗ୍ରୀ ସାହାଯ୍ୟରେ 3 ସ୍ତରୀୟ କପଡା ମାସ୍କ ତିଆରି କରୁଛନ୍ତି । ବର୍ତ୍ତମାନ ପର୍ଯ୍ୟନ୍ତ ପ୍ରାୟ 1300 ମାସ୍କ ପ୍ରସ୍ତୁତ ହୋଇସାରିଛି । ସେଗୁଡିକ ସ୍ଥାନୀୟ ଅଞ୍ଚଳରେ 15 ରୁ 17 ଟଙ୍କାରେ ବିକ୍ରି ହେଉଛି ।

ସ୍ୱୟଂ ସହାୟକ ଗୋଷ୍ଠୀର ମହିଳାମାନଙ୍କୁ ବିହାନ ମାଧ୍ୟମରେ ଆବଶ୍ୟକ ସହାୟତା ଦିଆଯାଉଛି । ବିହାନର ଜିଲ୍ଲା କାର୍ଯ୍ୟକ୍ରମ ଅଧିକାରୀ ରାହୁଲ ମିଶ୍ରଙ୍କ କହିଛନ୍ତି ଯେ, ସ୍ବୟଂ ସହାୟକ ଗୋଷ୍ଠୀର ମହିଳାମାନେ ମାସ୍କ ତିଆରି କରୁଛନ୍ତି । କପଡ଼ାରେ ନିର୍ମିତ ମାସ୍କଗୁଡ଼ିକ ପରିବେଶ ଅନୁକୂଳ ଅଟେ । 3 ରୁ 4 ଘଣ୍ଟା ବ୍ୟବହାର ପରେ ଆଣ୍ଟିସେପ୍ଟିକ୍ ପାଣିରେ ଧୋଇ ଏହାକୁ ପୁନଃ ବ୍ୟବହାର କରାଯାଇପାରିବ ।

ABOUT THE AUTHOR

...view details