ଜୟପୁର: କୋରୋନା ପାଇଁ ଲକଡାଉନ ଦେଶ । ଅତ୍ୟାବଶ୍ୟକୀୟ ନଥିଲେ କେହି ବାହାରକୁ ବାହାରୁ ନାହାଁନ୍ତି । ଏଭଳି ସ୍ଥିତିରେ ରାଜସ୍ଥାନରେ ଏକ ଭିଡିଓ ଭାଇରଲ ହେଉଛି । ଯେଉଁଥିରେ କିଛି ବରିଷ୍ଠ ନାଗରିକ ଓ କିଛି ମହିଳାଙ୍କୁ ପୋଲିସ ବସ ଉଠ କରାଉଥିବାର ଦେଖିବାକୁ ମିଳିଛି ।
ଏହି ଭିଡିଓକୁ ରାଜସ୍ଥାନ ବିଜେପିର ରାଜ୍ୟ ମୁଖପାତ୍ର ଲକ୍ଷ୍ମୀକାନ୍ତ ଭରଦ୍ୱାଜ ସେୟାର କରିଛନ୍ତି। ପରେ ଏହି ଭିଡିଓକୁ ବିଜେପି ରାଜସ୍ଥାନର ଅଫିସିଆଲ୍ ଟ୍ୱିଟର ହ୍ୟାଣ୍ଡେଲ ଦ୍ୱାରା ରିଟ୍ୱିଟ କରାଯାଇଥିଲା। ସୂଚନାଯୋଗ୍ୟ ଟ୍ୱିଟରେ ଭିଡିଓର ସଠିକ ସ୍ଥାନ ଉଲ୍ଲେଖ କରାଯାଇ ନାହିଁ ।