ଓଡିଶା

odisha

ETV Bharat / bharat

ଟିକଟକ ଭିଡିଓ ଜରିଆରେ ହଜିଯାଇଥିବା ସ୍ବାମୀଙ୍କୁ ଖୋଜି ପାଇଲେ ସ୍ତ୍ରୀ

ଟିକଟକ ଭିଡିଓ ଦ୍ବାରା ଜଣେ ମହିଳା 3 ବର୍ଷ ପୂର୍ବେ ହଜିଯାଇଥିବା ସ୍ବାମୀଙ୍କୁ ଖୋଜି ବାହାର କଲେ ସ୍ତ୍ରୀ । ତାମିଲନାଡୁର ବିଲ୍ଲୁପୁରମରେ ଦେଖିବାକୁ ମିଳିଛି ଏଭଳି ଘଟଣା ।

ଟିକ୍‌ଟକ୍‌ ଲୋଗୋ

By

Published : Jul 4, 2019, 6:14 AM IST

ଚେନ୍ନାଇ: 3 ବର୍ଷ ଧରି ହଜିଯାଇଥିବା ସ୍ବାମୀଙ୍କୁ ଫେରିପାଇଛନ୍ତି ସ୍ତ୍ରୀ । ସେ ପୁଣି ଟିକଟକ ଭିଡିଓ ସାହାଯ୍ୟରେ । ଭିଡିଓ ସେୟାରିଂ ଆପ୍ ଟିକଟକ ସର୍ବଦା ବିବାଦରେ ଘେରି ରହୁଥିଲେ ସୁଦ୍ଧା ସେ ସବୁବେଳେ ଚର୍ଚ୍ଚା ଶୀର୍ଷ ବିନ୍ଦୁରେ ରହିବ । ଏହି ଟିକଟକ ଭିଡିଓ ଦ୍ବାରା ଜଣେ ମହିଳା ନିଜର ହଜିଯାଇଥିବା ସ୍ବାମୀଙ୍କୁ ଖୋଜି ପାଇଲେ । ଯାହାର ସମସ୍ତ ଶ୍ରେୟ ବର୍ତ୍ତମାନ ଟିକଟିକକୁ ଯାଉଛି ।

ସୂଚନା ଅନୁସାରେ 2016 ମସିହାରେ ତାମିଲନାଡୁର ବିଲ୍ଲୁପୁରମ ବାସିନ୍ଦା ଜୟାପ୍ରଦା ଏବଂ ତାଙ୍କ ସ୍ବାମୀ ସୁରେଶଙ୍କ ପାରିବାରିକ କଳହ ହୋଇଥିଲା । ଫଳରେ ସୁରେଶ ନିଜ ଘର ଛାଡି ପଳାଇଥିଲା । ଦିନ ପରେ ଦିନ ବିତିଗଲା ହେଲେ ସୁରେଶ ଆଉ ଫେରିଲା ନାହିଁ । ଏନେଇ ସୁରେଶଙ୍କ ଘର ଲୋକେ ଥାନାରେ ଅଭିଯୋଗ କରିଥିଲେ । ପୋଲିସର ତମାମ ଚେଷ୍ଟା ପରେ ମଧ୍ୟ ସୁରେଶକୁ ଖୋଜିବା ମୁସକିଲ ହୋଇପଡିଥିଲା ।

ଇତିମଧ୍ୟରେ ଜୟପ୍ରଦାଙ୍କ ଜଣେ ସମ୍ପର୍କୀୟ ତାଙ୍କୁ କହିଲେ ଯେ ଗୋଟେ ଭିଡିଓରେ ସୁରେଶ ଭଳି ଜଣେ ବ୍ୟକ୍ତିଙ୍କୁ କିନ୍ନର ସହ ବୁଲୁଥିବା ଦେଖିଥିଲେ । ଏନେଇ ତୁରନ୍ତ ଜୟପ୍ରଦା ପୋଲିସକୁ ପୁଣି ଖବର ଦେଲେ । ଏହାପରେ ପୋଲିସ ଟ୍ରାନ୍ସଜେଣ୍ଡର ଆସୋସିଏଶନର ପଦାଧିକାରୀଙ୍କ ସାହାଯ୍ୟ ନେଇ କିନ୍ନର ଏବଂ ପରେ ସୁରେଶର ପତା ଖୋଜି କାଢିବାରେ ସଫଳ ହୋଇଥିଲା ।

For All Latest Updates

ABOUT THE AUTHOR

...view details