ଶ୍ରୀନଗର: କାଶ୍ମୀରରେ ଆୟୋଜନ ହେଲା ମହିଳା କାର୍ ରାଲି । ଜମ୍ମୁ-କାଶ୍ମୀରରେ ଧାରା ୩୭୦ ହଟିବା ପରେ ଏଠାକାର ସ୍ଥିତିରେ ସୁଧାର ଆସୁଛି। ଏହି କ୍ରମରେ ଏଠାରେ ରହୁଥିବା ମହିଳାଙ୍କୁ ଗାଡି ଚଳାଇବାକୁ ଉତ୍ସାହିତ କରିବା ଉଦ୍ଦେଶ୍ୟରେ ଶ୍ରୀନଗର ଟ୍ରାଫିକ ପୋଲିସର ମିଳିତ ସହଯୋଗରେ ଏକ ଏନଜିଓ କାର ରାଲିର ଆୟୋଜନ କରିଛି। ତେବେ ଏଥିରେ ଅଂଶଗ୍ରହଣକାରୀ ଶେଖ ସାବା କହିଛନ୍ତି ଯେ, ମହିଳା ଡ୍ରାଇଭରମାନଙ୍କୁ ସମ୍ମାନ ଦେବା ପାଇଁ ପୁରୁଷଙ୍କୁ ପ୍ରେରଣା ଦେବା ଏହି ରାଲିର ମୁଖ୍ୟ ଲକ୍ଷ ।
କାଶ୍ମୀରରେ ପ୍ରଥମ ଥର ଆୟୋଜିତ ହେଲା ମହିଳା କାର ରାଲି - ମହିଳା କାର ରାଲି
କାଶ୍ମୀରରେ ପ୍ରଥମ ଥର ପାଇଁ ଆୟୋଜନ ହେଲା ମହିଳା କାର ରାଲି । ତେବେ ମହିଳା ଡ୍ରାଇଭରମାନଙ୍କୁ ସମ୍ମାନ ଦେବା ପାଇଁ ପୁରୁଷମାନଙ୍କୁ ପ୍ରେରଣା ଦେବା ଏହି ରାଲିର ମୁଖ୍ୟ ଲକ୍ଷ । ଅଧିକ ପଢନ୍ତୁ...
![କାଶ୍ମୀରରେ ପ୍ରଥମ ଥର ଆୟୋଜିତ ହେଲା ମହିଳା କାର ରାଲି Women empowerment: Kashmir female drivers hold first of its kind car rally to inspire men](https://etvbharatimages.akamaized.net/etvbharat/prod-images/768-512-9029856-thumbnail-3x2-kashmir.jpg)
କାଶ୍ମୀରରେ ପ୍ରଥମ ଥର ଆୟୋଜିତ ହେଲା ମହିଳା କାର ରାଲି
ଏହି ରାଲି ନିୟମିତ ଭାବେ ଆୟୋଜିତ କରିବା ଉଚିତ୍ ଏବଂ ଜନତାଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବା ଗୁରୁତ୍ବପୂର୍ଣ୍ଣ । ଏହା ମହିଳା ସଶକ୍ତିକରଣର ଉତ୍ସ । ତେବେ ଏଭଳି ରାଲି ପ୍ରଥମ ଥର ପାଇଁ ଆୟୋଜିତ ହେଇଛି ବୋଲି ସାବା କହିଛନ୍ତି।